Categories: Uncategorized

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି। ଏହାର ପୁରସ୍କାରସ୍ବରୂପ ଅଶ୍ୱିନ ଟେଷ୍ଟ ର଼୍ୟାଙ୍କିଂରେ ଶୀର୍ଷସ୍ଥାନରେ ପହଞ୍ଚିଛନ୍ତି। ଏସବୁ ହେବା ପରେ ଏବେ ଅଶ୍ୱିନ ନିଜେ ନିଜର ମଜା ଉଡାଇଥିବା ଦେଖାଯାଇଛି।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଅଶ୍ୱିନଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ଥିଲା। ଏଥିରେ ସେ ରେକର୍ଡ ୯ ଉଇକେଟ ନେଇ ଦଳକୁ ଗୋଟିଏ ଇନିଂସ ଏବଂ ୬୪ ରନ୍‌ରେ ବିଜେତା କରାଇଥିଲେ। ଏବେ ଏହି ୧୦୦ତମ ଟେଷ୍ଟରେ ଯାହା ହୋଇଥିଲା, ତାହାକୁ ନେଇ ବୋଲର୍‌ ନିଜ ମଜା ଉଡାଇଛନ୍ତି।

ବୁଧବାର ଅଶ୍ୱିନ ‘ଏକ୍ସ’ ଆକାଉଣ୍ଟରେ ଏକ ଟୁଇଟ୍‌କୁ ରିପୋଷ୍ଟ କରିଥିଲେ। ଏଥିରେ ଅଶ୍ୱିନଙ୍କ ପ୍ରଥମ ଏବଂ ୧୦୦ତମ ଟେଷ୍ଟରେ ରେକର୍ଡ ଦର୍ଶାଯାଇଥିଲା। ୨୦୧୧ରେ ସେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ଏହି ମ୍ୟାଚ୍‌ରେ ୧୨୮ ରନ୍‌ ଦେଇ ୯ ଉଇକେଟ ଦେଇଥିଲେ। ୧୩ ବର୍ଷ ପରେ ନିଜର ୧୦୦ତମ ଟେଷ୍ଟରେ ଅଶ୍ୱିନ ୧୨୮ ରନ୍‌ ଦେଇ ୯ ଉଇକେଟ ହାସଲ କରିଛନ୍ତି। ଅର୍ଥାତ ଏହି ଦୁଇଟି ପରସ୍ପରସହ ମେଳ ଖାଉଛି। ଏହାକୁ ମଜା ଉଡାଇ ଏତେ ବର୍ଷ ଧରି ଖେଳିବା ପରେ ବି କୌଣସି ସୁଧାର ଆସିନାହିଁ ବୋଲି ଅଶ୍ୱିନ କହିଛନ୍ତି। ତେବେ କେବଳ ତାଙ୍କ ମା’ ହିଁ ଏଭଳି କଥା ହୋଇପାରିବେ ବୋଲି ସେ କହିଛନ୍ତି।