Posted inଖେଳ

ସନ୍ନ୍ୟାସ ନେବେ ଦିନିକିଆର ନମ୍ବର ୧ ଅଲରାଉଣ୍ଡର, ଚମକାଇଲା ନିଷ୍ପତ୍ତି

ନୂଆଦିଲ୍ଲୀ,୮।୧୧: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପରେ ଭେଟେରାନ ଆଫଗାନିସ୍ତାନ କ୍ରିକେଟର ମହମ୍ମଦ ନବୀ ଦିନିକିଆ କ୍ରିକେଟରୁ ଅବସର ନେବେ। ନବୀ ବର୍ତ୍ତମାନ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ନମ୍ବର ୧ ଅଲରାଉଣ୍ଡର। ସେ ୨୦୦୯ରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ। ଗତ ୧୫ ବର୍ଷ ଧରି ଏହି ଏହି ଫର୍ମାଟରେ ଆଫଗାନିସ୍ତାନ ପାଇଁ ଖେଳୁଥିଲେ। ତେବେ ସେ ୫ ବର୍ଷ ପୂର୍ବେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ତେବେ ମହମ୍ମଦ ନବୀ ଆଫଗାନିସ୍ତାନ ପାଇଁ ଟି -୨୦ କ୍ରିକେଟ ଖେଳିବା ଜାରି ରଖିବେ।

ଆଫଗାନିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟର୍ନିବାହୀ ନାସିବ ଖାନ ମହମ୍ମଦ ନବୀଙ୍କ ଅବସର ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ‘ନବୀ ମୋତେ କିଛି ମାସ ପୂର୍ବରୁ ଚାମ୍ପିଅନ୍ସ ଟ୍ରଫି ପରେ ନିଜର ଦିନିକିଆ କ୍ୟାରିୟର ଶେଷ କରିବାକୁ ଚାହୁଁଛନ୍ତି ଏବଂ ଆମେ ତାଙ୍କ ନିଷ୍ପତ୍ତିକୁ ସ୍ବାଗତ କରୁଛୁ।’

କ୍ରିକବଜ ରିପୋର୍ଟ ଅନୁଯାୟୀ ନବୀ ଏସିବିଙ୍କୁ ଅବସର ନେବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି, ଯାହା ବୋର୍ଡ ଦ୍ୱାରା ମଧ୍ୟ ଗ୍ରହଣ କରାଯାଇଛି। ଟେଷ୍ଟ ଏବଂ ଦିନିକିଆ କ୍ରିକେଟରୁ ଅବସର ନେବା ପରେ ସେ ୨୦୨୬ ଟି -୨୦ ବିଶ୍ୱକପ ପର୍ଯ୍ୟନ୍ତ ଖେଳିପାରନ୍ତି।

କହିରଖୁଛୁ, ମହମ୍ମଦ ନବୀ ଆଫଗାନିସ୍ତାନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ଡାହାଣ ହାତରେ ବ୍ୟାଟିଂ ବ୍ୟତୀତ ସେ ଅଫ ସ୍ପିନ ବୋଲିଂ ମଧ୍ୟ କରି ଅନେକ ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ହେଉଛି ନବୀ ବର୍ତ୍ତମାନ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ନମ୍ବର ୧ ଅଲରାଉଣ୍ଡର। ବାଂଲାଦେଶ ବିପକ୍ଷ ଶେଷ ଦିନିକିଆ ମ୍ୟାଚରେ ୭୧ ରନ ସ୍କୋରରେ ୫ ଉଇକେଟ ହରାଇବା ପରେ ସେ ୭୯ ବଲରେ ୮୪ ରନ୍‌ର ଚମତ୍କାର ଇନିଂସ ଖେଳି ଦଳର ବିଜୟର ହିରୋ ହୋଇଥିଲେ।
ମହମ୍ମଦ ନବୀ ୨୦୦୯ ରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ। ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସେ ମଧ୍ୟ ଏହି ମ୍ୟାଚରେ ୮ ଓଭର ବୋଲିଂ କରିଥିଲେ। ହେଲେ କୌଣସି ଉଇକେଟ ନେଇପାରି ନ ଥିଲେ। ନବୀ ତାଙ୍କର ୧୫ ବର୍ଷର କ୍ୟାରିୟରରେ ଆଫଗାନିସ୍ତାନ ପାଇଁ ମୋଟ ୧୬୫ ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଏହି ଅବଧିରେ ସେ ହାରାହାରି ୨୭.୩୦ ରେ ୩୫୪୯ ରନ ସଂଗ୍ରହ କରିଛନ୍ତି ଏବଂ ୧୭୧ ଉଇକେଟ ମଧ୍ୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri