ଏଣିକି ତହସିଲ, ସବ୍‌ରେଜିଷ୍ଟ୍ରାର ଅଫିସରେ ରହିବ ରେଜିଷ୍ଟର, ମତାମତ ଦେଇପାରିବେ ଆଗନ୍ତୁକ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୮ା୧୧: ରାଜ୍ୟର ସମସ୍ତ ତହସିଲ ଓ ସବରେଜିଷ୍ଟ୍ରାର ଅଫିସକୁ ଯାଉଥିବା ବ୍ୟକ୍ତିମାନେ ନିଜର ମତାମତ ଓ ପ୍ରତିକ୍ରିୟାକୁ ରେଜିଷ୍ଟରରେ ଦରଜ କରିପାରିବେ। ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ରାଜସ୍ବ ଆଇନକୁ ସହଜ, ସରଳ ଓ ଲୋକାଭିମୁଖୀ କରାଗଲେ ଲୋକମାନଙ୍କର ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

ରାଜ୍ୟରେ ତହସିଲଗୁଡ଼ିକରେ ମ୍ୟୁଟେଶନ ମାମଲାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବା ଓ ପଟ୍ଟାରେ ଥିବା ପ୍ରଜାଙ୍କ ନାମ ଉତ୍ତରାଧିକାରୀଙ୍କ ନାଁରେ ସଂଶୋଧନ କରିବାକୁ ମଧ୍ୟ ମନ୍ତ୍ରୀ ପୂଜାରୀ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଅନୁଷ୍ଠାନକୁ ଯେଉଁ ସରକାରୀ ଜମି ଲିଜ୍‌ ଆକାରରେ ଦିଆଯାଇଛି, ତାକୁ ଯଦି ସେମାନେ ସଠିକ୍‌ ବ୍ୟବହାର କରୁନାହାନ୍ତି ତେବେ ସେହି ଜମିକୁ ସରକାର ଫେରାଇନେବେ ବୋଲି ମନ୍ତ୍ରୀ ପୂଜାରୀ ସ୍ପଷ୍ଟ କରିବା ସହ ରାଜସ୍ବ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ କରିବା, ବାସସ୍ଥାନ, ଜାତିଗତ ଓ ଅନ୍ୟାନ୍ୟ ପ୍ରମାଣପତ୍ର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟଚିତ୍ର ଗାଁ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି

ଭୁବନେଶ୍ୱର,୧୮।୧: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଆଜିକାଲି ଓଡ଼ିଶା ଗସ୍ତରେ ଅଛନ୍ତି। ଶନିବାର ସେ ପଟ୍ଟଚିତ୍ର ଗାଁ ଭାବେ ପରିଚିତ ରଘୁରାଜପୁରରେ ପହଞ୍ଚିଛନ୍ତି। ଥର୍ମନ ଗାଁ...

ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଜାନୁଆରୀ ଶେଷ ସୁଦ୍ଧା…

ଭୁବନେଶ୍ୱର, ୧୮ା୧(ସୁନିତ୍‌ ମିଶ୍ର):ଏ ମାସର ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ମିଳିଯିବ। ହେଲେ ବଡ଼ମ୍ବନା ଏବେ ମଧ୍ୟ...

ପାଣ୍ଡିଆନ ସକ୍ରିୟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ବିଜେଡି ନେତା, ରାଜନୀତି ହଲଚଲ

ଭୁବନେଶ୍ୱର,୧୮।୧:ଏବେ ବିଜେଡିକୁ ରାଜ୍ୟ ରାଜନୀତି ଜୋର ଧରିଛି। କେତେବେଳେ କାର୍ତ୍ତିକ ପାଣ୍ଡିଆନ ବିଜେଡିରେ ପୁଣି ସକ୍ରିୟ ହୋଇଥିବା ଶୁଣିବାକୁ ମିଳିଛି। ଏବେ ନବୀନ ନିବାସରେ ନବୀନ...

ନବ ଦାସଙ୍କ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଗୋପାଳ ହତ୍ୟାକାରୀ ନା…

ଭୁବନେଶ୍ୱର,୧୮।୧: ନବ ଦାସ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗୋପାଳ ନବ ଦାସଙ୍କ ହତ୍ୟାକାରୀ ନା ଆଉ କିଏ ସେନେଇ ପ୍ରଶ୍ନ ଉଠିଛି।...

୨ୟ ଦିନରେ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ଚଢାଉ

ଭୁବନେଶ୍ୱର,୧୮।୧: ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଆଜି ବି ଚଢାଉ କରାଯାଇଛି। ସମ୍ବଲପୁର ସ୍ଥିତ ଘର ଓ...

ବଳାତ୍କାର ମାମଲା ଶୁଣାଣି ସମୟରେ କୋର୍ଟ ପରିସରରେ ବିଷ ପିଇଲେ ନାବାଳିକା

କେନ୍ଦ୍ରାପଡ଼ା, ୧୭ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା କୋର୍ଟ ପରିସର ବାହାରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ପୋକ୍‌ସୋ ମାମଲାରେ ସାକ୍ଷୀ...

ଧନୁଯାତ୍ରା ଦେଖିବାକୁ ଯାଇ ବଳାତ୍କାର ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ପୀଡ଼ିତାଙ୍କ ସହ ଥିବା ଯୁବକଜଣଙ୍କ କିଏ?

ବରଗଡ଼,୧୭।୧(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ...

ନବଦାସ ହତ୍ୟାକାଣ୍ଡରେ ନୂଆ ମୋଡ, ଗୋପାଳ ନୁହେଁ ଇଏ ମାରିଥିଲେ! ରାଜ୍ୟରେ ଚହଳ

ଭୁବନେଶ୍ୱର,୧୭।୧: ନବଦାସ ହତ୍ୟା ଘଟଣାରେ ନୂଆମୋଡ। ପୂର୍ବତନ ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଘଟଣାକୁ ନେଇ ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri