Categories: ଖେଳ

ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ଆଗରେ ମୁକ ହୋଇଯାଉଛନ୍ତି ଖେଳାଳି? ଆର୍‌ସିବି ପରାଜୟକୁ ନେଇ ଚମକାଇବା ଭଳି ବୟାନ ଦେଲେ ସେହ୍ବାଗ

ନୂଆଦିଲ୍ଲୀ,୧୬।୪: ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସୋମବାର ଦଳ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ପରାଜିତ ହୋଇଛି(ଲିଡ୍‌ ରାଉଣ୍ଡରେ ୬ଷ୍ଠ)। ଏଯାବତ ଦଳ ଗୋଟିଏ ମ୍ୟାଚ୍‌ରେ ବିଜେତା ହୋଇଛି। ଖରାପ ପ୍ରଦର୍ଶନ ଯୋଗୁ ଦଳ ପ୍ଲେ ଅଫ୍‌ରେ ପହଞ୍ଚିବା କଷ୍ଟକର ମନେ ହେଉଛି। ଯଦି ବାଙ୍ଗାଲୋର ଟିମ୍‌ ବାକିଥିବା ମ୍ୟାଚ୍‌ ଜିତିଯାଏ ତେବେ ବି ପ୍ଲେ ଅଫ୍‌ରେ କ୍ୱାଲିଫାଏ କରିବା ଲାଗି ଅନ୍ୟଟିମ୍‌ ଉପରେ ନିର୍ଭର ହେବାକୁ ପଡ଼ିବ। ଦଳରେ ପ୍ରମୁଖ ଖେଳାଳି ରହିଥାଇ ବି ଏଭଳି କ୍ରିକେଟକୁ ନେଇ ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶ୍ନ ଉଠାଉଛନ୍ତି। ଏବେ ଭାରତର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ଏହି ମାମଲାରେ ଚମକାଇବା ଭଳି ବୟାନ ଦେଇଛନ୍ତି।

କ୍ରିକ୍‌ବଜରେ ଆନାଲିସିସ୍‌ କରିବା ବେଳେ ସେହ୍ବାଗ କହିଛନ୍ତି, ଆର୍‌ସିବିରେ ଏକ ବଡ଼ ସମସ୍ୟା ରହିଛି। ଟିମ୍‌ର କୋଚ୍‌ଠାରୁ ଆରମ୍ଭ କରି ଅନ୍ୟ ସମସ୍ତେ ବିଦେଶୀ। ସେମାନଙ୍କ ମଧ୍ୟରେ ଅନ୍ୟତଃ ପକ୍ଷେ ଜଣେ କିମ୍ବା ଦୁଇଜଣ ଭାରତୀୟ କର୍ମଚାରୀ ରହିବା ଆବଶ୍ୟକତା ରହିଛି। କାରଣ ଆର୍‌ସିବିରେ ୧୦ ବିଦେଶୀ ଖେଳାଳି ସହ ପ୍ରାୟ ୧୫ ଖେଳାଳି ଭାରତୀୟ ଅଛନ୍ତି। ପ୍ରାୟ ସମସ୍ତେ ଘରୋଇ କ୍ରିକେଟ ଖେଳି ଯାଇଛନ୍ତି, ସେମାନେ ଇଂରାଜୀ ଭାଷା ବୁଝିବା କଷ୍ଟକର।

ଭାରତୀୟ ଷ୍ଟାଫ୍‌ ନ ଥିବା କାରଣରୁ ଘରୋଇ କ୍ରିକେଟରୁ ଯାଇଥିବା ଖେଳାଳିଙ୍କୁ କଥାବାର୍ତ୍ତା କରିବାରେ ଅସୁବିଧା ହୋଇଥାଏ। ସେ ନିଜର ସମସ୍ୟା ଦଳ ସମ୍ମୁଖରେ ରଖି ପାରନ୍ତି ନାହିଁ। ଦଳର ଖରାପ ପ୍ରଦର୍ଶନ ପରେ ତାଙ୍କୁ ଉତ୍ସାହିତ କରିବାକୁ କେହି ନାହାନ୍ତି। ଏସବୁ ଖେଳାଳି ଅଧିନାୟକ ଫାଫ୍‌ ଡୁ ପ୍ଲେସିଙ୍କ ସମ୍ମୁଖରେ ମୁକ ହୋଇଯାଉଛନ୍ତି, କାରଣ ସେମାନଙ୍କୁ ଇଂରାଜୀ ଆସେନାହିଁ, କଥାର ଉତ୍ତର ଦେଇପାରି ନ ଥାନ୍ତି ବୋଲି ସେହ୍ବାଗ କହିଛନ୍ତି।

ଏହାଛଡ଼ା ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ଆର୍‌ସିବି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ମ୍ୟାଚ୍‌ ସହଜରେ ଜିତିଥାନ୍ତା ବୋଲି କହିଛନ୍ତି। ଯେଉଁ ଟିମ୍‌ ୨୦୧୬-୧୭ ଯାଏ କେବେ ବି ୧୮୦ ରନ୍‌ରୁ ଅଧିକ ସ୍କୋର ହାସଲ କରିପାରିନାହିଁ, ସେହି ଟିମ୍‌ ପ୍ରଥମେ ବୋଲିଂ କାହିଁକି ଚୟନ କଲା ବୋଲି ସେ ଚିନ୍ତା ପ୍ରକାଶ କରିଛନ୍ତି।

Share