Categories: ଖେଳ

ପଲଟୁରାମ ଗମ୍ଭୀର! ନିଜ କଥାରୁ ନିଜେ ଓହରି ଟ୍ରୋଲ ହେଉଛନ୍ତି କ୍ରିକେଟର…

ନୂଆଦିଲ୍ଲୀ,୧୭।୪: ସର୍ବଦା ନିଜର ବୟାନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଥାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର। ଏବେ ପୁଣି ସେ ଥରେ ନିଜର ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ହେଲେ ସେ ଏଥର କୌଣସି ଖେଳାଳିକୁ ସମାଲୋଚନା କରିନାହାନ୍ତି। ବରଂ କୋଲକାତା ନାଇଟ ରାଇଡର୍ସର ଖେଳାଳି ସୁନୀଲ ନାରିନଙ୍କ ପ୍ରଶଂସା କରିଛନ୍ତି। ଆପଣ ଭାବୁଥିବେ ପ୍ରଶଂସା କରିବା କ’ଣ ଖରାପ। ହେଲେ ଗମ୍ଭୀର ନିଜର କଥାରୁ ନିଜେ ଓହରିବା କାରଣରୁ ଟ୍ରୋଲ ହେଉଛନ୍ତି।

ଗମ୍ଭୀର ବୁଧବାର ସୁନୀଲଙ୍କ ପ୍ରଶଂସା କରି ଏକ ଫଟୋ ପୋଷ୍ଟ କରିଥିଲେ। ସେଥିରେ ସେ ଲେଖିଥିଲେ ଯେ, ଜଣେ ଅଛି ଆଉ ଜଣେ ହିଁ ରହିବ। ଏହାକୁ ନେଇ ତାଙ୍କୁ ଟ୍ରୋଲ କରାଯାଉଛି। କାରଣ କିଛି ଦିନ ପୂର୍ବେ ସେ ବିଲ୍‌କୁଲ୍‌ ଓଲଟା କଥା କହିଥିଲେ। ଯେତେବେଳେ ତାଙ୍କୁ ମିଚେଲ ଷ୍ଟାର୍କଙ୍କ ଖରାପ ବୋଲିଂ ବିଷୟରେ ପଚରାଯାଇଥିଲା ସେ କୌଣସି ଜଣେ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ କିଛି କହିପାରିବେ ନାହିଁ ବୋଲି କହିଥିଲେ। ହେଲେ ଏବେ ସେ ନିଜର କଥାରୁ ଓହରିଯାଇ ନରେନଙ୍କ ପ୍ରଶଂସା କରିଛନ୍ତି।

Share