Posted inଖେଳ

‘ଦିନକୁ ମିଳୁଥିଲା ୨୫ ଲକ୍ଷ ଟଙ୍କା…’ କମେଣ୍ଟ୍ରିକୁ ଫେରି ଏଭଳି ଖୁଲାସା କଲେ ସିଦ୍ଧୁ

ନୂଆଦିଲ୍ଲୀ,୧୯।୩: ଦୀର୍ଘ ଏକ ଦଶକ ଧରି କ୍ରିକେଟ୍‌ କମେଣ୍ଟ୍ରିରୁ ଦୂରରେ ରହିବା ପରେ ପୁଣିଥରେ ଫେରୁଛନ୍ତି ନବଜୋତ ସିଂ ସିଦ୍ଧୁ। ରାଜନୀତିକୁ ବାଏ ବାଏ କହିବା ପରେ ସେ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୪)ରେ ଷ୍ଟାର ସ୍ପୋଟ୍ସ ପାଇଁ କମେଣ୍ଟ୍ରି କରିବେ। ଗୋଟିଏ ପଟେ ଲକ୍ଷ ଲକ୍ଷ କ୍ରିକେଟ ପ୍ରଶଂସକଙ୍କ ହୃଦୟ ଜିତିବାକୁ ସେ ଚେଷ୍ଟା କରିବେ ବୋଲି କହିଥିବା ବେଳେ ପୁରୁଣା ଦିନକୁ ମନେ ପକାଇବାକୁ ଭୁଲିନାହାନ୍ତି।

ସିଦ୍ଧୁ କହିଛନ୍ତି, ଆଇପିଏଲ୍‌ ବିଶ୍ୱକପ୍‌ ପାଇଁ ପରିବେଶ ସୃଷ୍ଟି କରିବ। ଏହି ସମୟରେ ଅନ୍ୟ କୌଣସି କ୍ରିକେଟ ଟୁର୍ନାମେଣ୍ଟ ହେବ ନାହିଁ। ଦୁନିଆର ନଜର ଆଇପିଏଲ୍‌ ଉପରେ ରହିବ। ଏହି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କଲେ କେବଳ ଭାରତରେ ନୁହେଁ ବରଂ ବିଦେଶୀ ଖେଳାଳି ମଧ୍ୟ ଟି୨୦ ବିଶ୍ୱକପ୍‌ ଲାଗି ନିଜ ଦଳରେ ସ୍ଥାନ ପାଇପାରିବେ। ରୋହିତ ଏବଂ ବିରାଟଙ୍କୁ ଆଗାମୀ ବିଶ୍ୱକପ୍‌ ଲାଗି ଭାରତୀୟ ଟିମ୍‌ରେ ଚୟନ କରିବାର ସମ୍ଭାବନା ରହିଛି। କହିବାକୁ ଗଲେ ଉଭୟଙ୍କ ଆବଶ୍ୟକତା ରହିଛି। ଉଭୟ ବରିଷ୍ଠ ଖେଳାଳି। ସେମାନଙ୍କର କୌଶଳ ହିଁ ଟୁର୍ନାମେଣ୍ଟ ଜିତିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ତେବେ ଏହି ଅବସରରେ ସେ ନିଜର ଦରମା ବିଷୟରେ ଉଲ୍ଲେଖ କରିଛନ୍ତି। ଏକ ସମୟ ଥିଲା ଦିନକୁ ତାଙ୍କୁ ୨୫ ଲକ୍ଷ ଟଙ୍କା ଯାଏ ମିଳୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମରଣାନ୍ତକ ଆକ୍ରମଣ କରି ଫସିଲେ, ମାସେ ପରେ ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri