Categories: ଖେଳ

ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ବଡ଼ ଝଟ୍‌କା, ଆଇପିଏଲ୍‌ ଅଧାରେ ଛାଡ଼ି…

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ ଲାଗି ପ୍ରସ୍ତୁତି ଚଳାଇଥିବା ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଛି ଝଟ୍‌କା। ଦଳର ପ୍ରମୁଖ ବୋଲର୍‌ ମୁସ୍ତାଫିଜୁର ରେହମାନ ଏହି ମ୍ୟାଚ୍‌ ଖେଳି ନ ପାରନ୍ତି। ସେ ଆଇପିଏଲ୍‌ ଅଧାରେ ଛାଡ଼ି ସ୍ବଦେଶ(ବାଲାଂଦେଶ) ଫେରି ଯାଇଛନ୍ତି। ଏଣୁ ଏପ୍ରିଲ ୫ରେ ଖେଲାଯିବାକୁ ଥିବା ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ସେ ବାହାରିବା ନିଶ୍ଚିତ ବୋଲି କୁହାଯାଇଛି।

ଚେନ୍ନାଇର ଆଇପିଏଲ୍‌ ଯାତ୍ରା ବିଷୟରେ କହିଲେ ପ୍ରାରମ୍ଭିକ ମ୍ୟାଚ୍‌ରେ ଦଳ ଭଲ ପ୍ରଦର୍ଶନ କରିଆସୁଛି। ପ୍ରଥମ ୩ ମ୍ୟାଚ୍‌ରୁ ଦଳ ୨ରେ ବିଜେତା ହୋଇଛି। ବର୍ତ୍ତମାନ ଅଙ୍କ ତାଲିକାରେ ଦଳ ୩ୟ ସ୍ଥାନରେ ରହିଛି। ଏପ୍ରିଲ ୫ରେ ଦଳ ହାଇଦ୍ରାବାଦ ବିପକ୍ଷରେ ଖେଳିବ। ପୂର୍ବ ମ୍ୟାଚ୍‌ରେ ପରାଜିତ ହୋଇଥିବାରୁ ଦଳ ଏହାକୁ ଜିତି ପୁଣି ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ କରିବାର ଆଶା ରଖିଛି।

ରିପୋର୍ଟ ଅନୁଯାୟୀ, ମୁସ୍ତାଫିଜୁର ବାଲାଂଦେଶ ଫେରିଛନ୍ତି। ଟି୨୦ ବିଶ୍ୱକପ୍‌କୁ ନେଇ କିଛି ଭିସା ସମ୍ବନ୍ଧୀୟ ଔପଚାରିକତା ପୂରଣ କରିବାକୁ ସେ ଯାଇଛନ୍ତି। ଏହି ପ୍ରକ୍ରିୟା ଲାଗି କିଛି ସମୟ ଲାଗିପାରେ, କାରଣ ଏଥିଲାଗି ମୁସ୍ତାଫିଜୁରଙ୍କ ପାସପୋର୍ଟ ନେବାକୁ ହେବ। ପରେ କିଛି ଦିନ ପରେ ପ୍ରକ୍ରିୟା ପୂରଣ ହେବା ପରେ ଫେରସ୍ତ କରିବାକୁ ହେବ। ଏଥିଲାଗି ଷ୍ଟାର ପେସର କିଛି ମ୍ୟାଚ୍‌ ଖେଳି ନ ପାରନ୍ତି।

Share