Posted inଖେଳ

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ ନିର୍ଦ୍ଦେଶକ ମାଇକ ହେସନ। ଗତଥର ନିଲାମ ସମୟରେ ଭୁଲ ଆକଳନ ଯୋଗୁ ଏହି ଲେଗ୍‌ ସ୍ପିନରଙ୍କୁ ଦଳ କିଣିବାରେ ବିଫଳ ହୋଇଥିଲା। ହେଲେ ଚହଲ ଆଇପିଏଲ୍‌ରେ ୨୦୦ ଉଇକେଟ ନେଇଥିବା ପ୍ରଥମ ବୋଲର୍‌ ହୋଇ ଇତିହାସ ରଚିଛନ୍ତି।

ଜିଓ ସିନେମାକୁ ପୂର୍ବ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ରବିନ ଉତ୍ଥପ୍ପାଙ୍କୁ ସାକ୍ଷାତକାର ଦେଇ ହେସନ କହିଛନ୍ତି, ଚହଲ ଏଭଳି ଜଣେ ଖେଳାଳି, ଯାହାକୁ ନେଇ ସେତେଯାଏ ନିରାଶ ରହିବି, ଯେବେଯାଏ ମୋର କ୍ୟାରିୟର ଶେଷ ନ ହୋଇଛି। ହୋଇପାରେ ତା’ ପରେ ମଧ୍ୟ। ସେ ଜଣେ ଉତ୍କୃଷ୍ଟ ବ୍ୟାଟ୍ସମ୍ୟାନ୍‌। ପ୍ରତି ଆଇପିଏଲ୍‌ରେ ଆପଣଙ୍କୁ ନିଶ୍ଚିତ କରିବାକୁ ପଡେ ଯେ ଆପଣ କାହାକୁ ରିଟେନ୍‌ କରିବାକୁ ଚାହାନ୍ତି। ଯଦି ଆପଣ କେବଳ ୩ ଖେଳାଳିଙ୍କୁ ରିଟେନ୍‌ କରନ୍ତି ତେବେ ଆପଣ ନିଲାମୀରେ ୪ କୋଟି ଅତିରିକ୍ତ ନେଇ ଯାଆନ୍ତି। ଏହାଦ୍ୱାରା ସମ୍ଭବତଃ ହର୍ଷଲ ପଟେଲ ଏବଂ ଚହଲଙ୍କୁ କିଣିବାର ସୁଯୋଗ ମିଳିଥାନ୍ତା। ଚହଲଙ୍କ ନାମ ନିଲାମ ବେଳେ ବିଳମ୍ବରେ ଆସିଥିଲା। ସେବେଯାଏ ଫ୍ରାଞ୍ଚାଇଜ୍‌ ପ୍ରଥମେ ଶ୍ରୀଲଙ୍କା ସ୍ପିନର ହସରଙ୍ଗାଙ୍କୁ କିଣିସାରିଥିଲେ। ଚହଲଙ୍କ ପରେ ଆଉ କେହି ସ୍ପିନର ନ ଥିଲେ ଯାହାଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଥିଲୁ। ହେଲେ ସେ ନ ମିଳିଲେ ଅନ୍ୟ ବିକଳ୍ପ ଭାବେ ହସରଙ୍ଗା ଥିଲେ। ଏଣୁ ତାଙ୍କ ପାଇଁ ନିଲାମ ଡ଼ାକି ଥିଲୁ। ଯେହେତୁ ହସରଙ୍ଗା ମିଳିଯାଇଥିଲେ ତେଣୁ ଚହଲଙ୍କୁ ଦଳ କିଣିପାରି ନ ଥିଲା ବୋଲି ସେ କହିଛନ୍ତି।

ଆଇପିଏଲ୍‌ରେ ୧୫୩ ମ୍ୟାଚ୍‌ରେ ୨୧.୬୦%ରେ ୨୦୦ ଉଇକେଟ ନେଇଛନ୍ତି। ଏଥିରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୪୦ ରନ୍‌ ଦେଇ ୫ ଉଇକେଟ ରହିଛି। ସେ ସୋମବାର ଜୟପୁରରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ସମୟରେ ଇତିହାସ ରଚିଛନ୍ତି। ତେବେ ହସନ ୨୦୧୯-୨୦୨୩ ଯାଏ ବାଙ୍ଗାଲୋର ଫ୍ରାଞ୍ଚାଇଜ୍‌ ପାଇଁ କ୍ରିକେଟ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri