Categories: ଖେଳ

ଖେଳିବେନି ବେନ୍‌ ଷ୍ଟୋକ୍ସ, ଟି୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଘୋଷଣା…

ଲଣ୍ଡନ, ୨ା୪: ଟି୨୦ ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡ ଟିମ୍‌କୁ ବଡ଼ ଝଟ୍‌କା ଲାଗିଛି। ଦଳର ଷ୍ଟାର ଖେଳାଳି ତଥା ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସ ମଙ୍ଗଳବାର ଆଗାମୀ ଟି୨୦ କ୍ରିକେଟ ବିଶ୍ୱକପ୍‌ରୁ ଓହରିଯାଇଛନ୍ତି। ଜଣେ ଅଲରାଉଣ୍ଡର ଭାବେ ସେ ତାଙ୍କ ଫିଟ୍‌ନେସ୍‌ ଓ ବୋଲିଂରେ ଉନ୍ନତି ଆଣିବା ଦିଗରେ ତାଙ୍କ ମନୋନିବେଶ କରିବେ। ଦେଶର ଟେଷ୍ଟ ଅଧିନାୟକ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ର ଦୁଇ ମାସ ପୂର୍ବରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ସେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)କୁ ଅବଗତ କରାଇଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରେ ସେ ଜଣେ ପ୍ରମୁଖ ଅଲରାଉଣ୍ଡର ଭାବେ ଦାୟିତ୍ୱ ନିର୍ବାହ କରିବାକୁ ଚାହାନ୍ତି। ଷ୍ଟୋକ୍ସ ପୂର୍ବରୁ ଆଇପିଏଲ୍‌ରୁ ଓହରି ସାରିଥିଲେ। ୩୨ ବର୍ଷୀୟ ଷ୍ଟୋକ୍ସଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ୧-୪ରେ ଭାରତ ବିପକ୍ଷ ଟେଷ୍ଟ ସିରିଜ ହାରିଯାଇଥିଲା। ଏହି ସରିଜରେ କହିବାକୁ ଗଲେ ସେ ଖୁବ୍‌ କମ୍‌ ବୋଲିଂ କରିଥିଲେ।

Share