Posted inଖେଳ

ଟ୍ରାଏଲ୍ସ ପାଇଁ ବଜରଙ୍ଗଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨ା୮: କୁସ୍ତି ବିଶ୍ୱ ଚାମ୍ପିୟନଶିପ ଟ୍ରାଏଲ୍ସରେ ଯୋଗ ଦେବା ପାଇଁ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ନିର୍ଦ୍ଦେଶ ଦେଇଛି ଭାରତୀୟ କ୍ରୀଡା ପ୍ରାଧିକରଣ(ସାଇ)। ଅଗଷ୍ଟ ୨୫ ଓ ୨୬ ତାରିଖରେ ବିଶ୍ୱ କୁସ୍ତି ଚାମ୍ପିୟନଶିପ୍‌ର ଟ୍ରାଏଲ୍ସ ଅନୁଷ୍ଠିତ ହେବ। ହାଙ୍ଗଝୌ ଏସିଆନ୍‌ ଗେମ୍ସ ପ୍ରସ୍ତୁତି ପାଇଁ ବିଦେଶରେ ପ୍ରଶିକ୍ଷଣ ନେବାର କାରଣ ଦର୍ଶାଇ ଟ୍ରାଏଲ୍ସରୁ ରିହାତି ପାଇଁ ବଜରଙ୍ଗ ଅନୁରୋଧ କରିଛନ୍ତି। ସେପ୍ଟେମ୍ବର ୨୩ ତାରିଖରୁ ଏସିଆନ୍‌ ଗେମ୍ସ ଆରମ୍ଭ ହେବ। ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ରେସ୍‌ଲିଂ ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ)ର ପୂର୍ବତନ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ୬ ରେସ୍‌ଲରଙ୍କ ମଧ୍ୟରୁ ବଜରଙ୍ଗ ଅନ୍ୟତମ। ଆନ୍ଦୋଳନ କାରଣରୁ ବଜରଙ୍ଗ ଏସିଆନ୍‌ ଗେମ୍ସ ଟ୍ରାଏଲ୍ସରେ ଭାଗ ନେଇ ନ ଥିବା ବେଳେ ତାଙ୍କୁ ସିଧାସଳଖ ଯୋଗ୍ୟତା ମିଳିଥିଲା। ବର୍ତ୍ତମାନ ବିଦେଶରେ ପ୍ରଶିକ୍ଷଣ କାରଣରୁ ଆଉଥରେ ଟ୍ରାଏଲ୍ସରୁ ରିହାତି ପାଇଁ ବଜରଙ୍ଗ ଅନୁରୋଧ କରିଥିବା ବେଳେ ସାଇ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ୨୫ ଓ୨୬ରେ ଟ୍ରାଏଲ୍ସ ରହିଥିବା ବେଳେ ବଜରଙ୍ଗ ୨୭ ତାରିଖରେ ବିଦେଶ ଗସ୍ତ କରିପାରନ୍ତି ବୋଲି କୁହାଯାଇଛି। ସେହିପରି ୮୬ କିଗ୍ରା ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୀପକ ପୁନିଆ ମଧ୍ୟ ଟ୍ରାଏଲ୍ସରୁ ରିହାତି ପାଇଁ ଆବେଦନ କରିଛନ୍ତି। ବଜରଙ୍ଗ କିର୍ଗିଜସ୍ତାନର ଇସିକ୍‌ କୁଲରେ ଅଭ୍ୟାସ ପାଇଁ ଅନୁମତି ମାଗିଥିବା ବେଳେ ଦୀପକ ରୁଷିଆର ଖାସାଭିରୁଟରେ ଅଭ୍ୟାସ ପାଇଁ ଅନୁମତି ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌-ମୋଟରସାଇକେଲ ମୁହାଁମୁହିଁ, ୨ ଭାଇ ଗୁରୁତର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଜ କାର୍‌ରେ ନେଇ…

ପଟାଙ୍ଗି,୧୦ା୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଗିର୍ଲିଗୁଡ଼ା ଛକ ନିକଟରେ ମାରୁତି କାର୍‌ ସହ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ କାର୍‌ରେ…

ଢେପାଗୁଡ଼ାରେ ପୁଣି ଭୂସ୍ଖଳନ, ୪ ପରିବାର ଅନ୍ୟତ୍ର ସ୍ଥାନାନ୍ତର

ରାଇକିଆ,୧୦ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ଢେପାଗୁଡ଼ା ଗ୍ରାମରେ ପୁଣି ଭୂସ୍ଖଳନ ହୋଇଛି। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ଗାଁକୁ…

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri