ଖେଳ କସରତକୁ ଗୁରୁତ୍ୱଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୨୯ରେ ପାଳନ ହୋଇଥାଏ ‘ବିଶ୍ୱ ଷ୍ଟ୍ରୋକ୍‌ ଦିବସ’। ଏ ବର୍ଷର ଥିମ୍‌ ରହିଛି-‘ଗ୍ରେଟର ଦ୍ୟାନ୍‌ ଷ୍ଟ୍ରୋକ୍‌, ଆକ୍ଟିଭ ଚ୍ୟାଲେଞ୍ଜ’। ଏଥର ଉକ୍ତ ଦିବସ ଅବସରରେ ଖେଳ କସରତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଷ୍ଟ୍ରୋକ୍‌ ଏକ ଇଂରାଜୀ ଶବ୍ଦ, ଯାହାର ଅର୍ଥ ସାଂଘାତିକ ଭାବରେ ଆଘାତ କରିବା। ଉକ୍ତ ଦିବସ ପରିପ୍ରେକ୍ଷୀରେ ଷ୍ଟ୍ରୋକ୍‌ ହେଉଛି ମସ୍ତିଷ୍କକୁ ସାଂଘାତିକ ଭାବରେ ଆକ୍ରାନ୍ତ କରିବା। ଏହାର ଡାକ୍ତରୀ ନଁା ‘ସେରିବ୍ରୋଭାସ୍କୁଲାର ଆକ୍ସିଡେଣ୍ଟ’। ‘ସେରିବ୍ରୋ’ ବୁଝାଇଥାଏ ମସ୍ତିଷ୍କକୁ, ‘ଭାସ୍କୁଲାର’ ବୁଝାଇଥାଏ ମସ୍ତିଷ୍କର ଧମନୀକୁ ଏବଂ ‘ଆକ୍ସିଡେଣ୍ଟ’ ବୁଝାଇଥାଏ ଆକସ୍ମିକ ଭାବରେ ସଂଘଟିତ ହେବାକୁ। ଷ୍ଟ୍ରୋକ୍‌ର ଅନ୍ୟନାମ ବ୍ରେନ୍‌ ଆଟାକ୍‌ ବା ମସ୍ତିଷ୍କାଘାତ। ଏଠାରେ ଜାଣିରଖିବା ଉଚିତ ଯେ, ଶରୀରର ସବୁ ଅଙ୍ଗ ତଥା କୋଷ ଭଳି ମସ୍ତିଷ୍କ ମଧ୍ୟ ଦରକାରକରେ ଅକ୍ସିଜେନ୍‌ ଏବଂ ପୁଷ୍ଟି। ଏହି ଅକ୍ସିଜେନ୍‌ ଏବଂ ପୁଷ୍ଟି ମସ୍ତିଷ୍କର ସ୍ନାୟୁକୋଷଗୁଡ଼ିକୁ ଯୋଗାଇଦିଏ ରକ୍ତ। ସୁତରାଂ ମସ୍ତିଷ୍କକୁ କାର୍ଯ୍ୟକ୍ଷମ କରିବା ନିମିତ୍ତ ଏହାକୁ ସର୍ବଦା ରକ୍ତ ସଞ୍ଚାଳନ ଅବ୍ୟାହତ ରହିବା ଅପରିହାର୍ଯ୍ୟ। ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବ୍ୟାହତ ହୋଇପଡ଼ିଲେ ମସ୍ତିଷ୍କର ସ୍ନାୟୁଗୁଡିକ ଅକ୍ସିଜେନ୍‌ ଏବଂ ପୁଷ୍ଟି ପାଇବାକୁ ବଞ୍ଚତ୍ତ ହୋଇପଡ଼ିବା ସ୍ବାଭାବିକ। ଏହି ପ୍ରକାର ପ୍ରତିକୂଳ ପରିସ୍ଥିତିର ଉଦ୍ଭବ ହୁଏ ମସ୍ତିଷ୍କ ଷ୍ଟ୍ରୋକ୍‌ ଉପୁଜିଲେ।
କିପରି ସଂଘଟିତ ହୁଏ ଷ୍ଟ୍ରୋକ୍‌ ? ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ଧମନୀ ଅଭ୍ୟନ୍ତରରେ ରକ୍ତ ଜମାଟ ବାନ୍ଧିଲେ ସ୍ନାୟୁକୋଷ ନିକଟକୁ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ। ଏହାଦ୍ୱାରା ସ୍ନାୟୁକୋଷଗୁଡିକ ଆଶାନୁରୂପ ଅକ୍ସିଜେନ୍‌ ପାଇପାରନ୍ତି ନାହିଁ କି ଗ୍ଲୁକୋଜ ତଥା ପୁଷ୍ଟି ପାଇପାରନ୍ତି ନାହିଁ। ଅନ୍ୟପକ୍ଷରେ ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ରକ୍ତନାଳୀ ହଠାତ୍‌ ଫାଟିଗଲେ ମଧ୍ୟ ସ୍ନାୟୁକୋଷ ନିକଟକୁ ରକ୍ତ ସଞ୍ଚାଳନ ସମ୍ଭବ ହୋଇ ନ ଥାଏ। ଏହାର ପରିଣତିରେ ଆକ୍ରାନ୍ତ ସ୍ନାୟୁକୋଷଗୁଡକର ମୃତ୍ୟୁ ଘଟି ସେମାନେ ଅକାମୀ ହୋଇପଡନ୍ତି।
ହେଲେ ଷ୍ଟ୍ରୋକ୍‌ ବୋଲି ଚିହ୍ନା ପଡ଼ିବ କିପରି ? ଏହାର ପ୍ରଧାନ ଲକ୍ଷଣଗୁଡ଼ିକ ସଂକ୍ଷେପରେ ଫାଷ୍ଟ (FAST) ଭାବରେ ଉଲ୍ଲେଖ କରାଯାଏ। ‘F’ ପ୍ରତିନିଧିତ୍ୱ କରେ ‘ଫେସିଆଲ ଡଫ୍ରି’ର। ଏ କ୍ଷେତ୍ରରେ ମୁଖମଣ୍ଡଳର ଗୋଟିଏ ପଟ ବଙ୍କା ହୋଇଯାଏ। ହସିଲେ ଓଠ ବାଙ୍କିଯାଏ। ପାଟିରୁ ଲାଳ ଗଡ଼ିବାକୁ ରୋକି ହୁଏନି। ‘A’ର ଅର୍ଥ ହେଲା ଆର୍ମ ବା ଲେଗ୍‌ (ହାତ-ଗୋଡ଼ର ଦୁର୍ବଳତା)। ହାତ ଉଠେଇ ହୁଏନି କି କିଛି ଧରି ହୁଏନି। ହାତ ଓ ଗୋଡ଼ ଅଶକ୍ତ ବା ଅଚଳ ହୋଇପଡ଼େ। ‘S’ ହେଉଛି ସ୍ପିଚ୍‌ ଡିଫିକଲ୍ଟି। ଷ୍ଟ୍ରୋକ୍‌ ରୋଗୀ ଭଲ ଭାବରେ କଥାବାର୍ତ୍ତା କରିପାରେନା। ପୂରା ବାକ୍ୟଟିଏ ବି ପୂରା ଭାବରେ ଉଚ୍ଚାରଣ କରିପାରେନି। ‘T’ ହେଉଛି ଟାଇମ। ଅର୍ଥାତ୍‌ କାଳବିଳମ୍ବ ନ କରି ରୋଗୀକୁ ହସ୍ପିଟାଲକୁ ନେଇଯିବା ଦରକାର। ତେବେ ଷ୍ଟ୍ରୋକ୍‌ ଲକ୍ଷଣ ପ୍ରକାଶ ପାଇବାର ୪ ଘଣ୍ଟାରୁ କମ୍‌ ସମୟ ଭିତରେ ରୋଗୀକୁ ହସ୍ପିଟାଲରେ ପହଞ୍ଚେଇବା ବାଞ୍ଚନୀୟ।
ରକ୍ତଚାପ, ଡାଇବେଟିସ୍‌, ହୃଦ୍‌ରୋଗ, ପୃଥୁଳତାରେ ଆକ୍ରାନ୍ତ, ନିଶାଦ୍ରବ୍ୟ ସେବନ, ଆଳସ୍ୟ ଜୀବନଶୈଳୀ, ରକ୍ତରେ କୋଲେଷ୍ଟରଲ ମାତ୍ରା ବେଶି ରହିଲେ ଷ୍ଟ୍ରୋକ୍‌ରେ ଆକ୍ରାନ୍ତ ହୋଇପଡ଼ିବା ଆଶଙ୍କା ବେଶି ଥାଏ। ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ବ୍ୟାୟାମ କରିବା ସହ ଶରୀରର ଓଜନ ନିୟନ୍ତ୍ରଣ କରନ୍ତୁ। ବେଶି ତେଲ, ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ। ନିଶାଦ୍ରବ୍ୟ ସେବନ ବର୍ଜନ କରନ୍ତୁ। ରକ୍ତଚାପ ଏବଂ କୋଲେଷ୍ଟରଲକୁ ନିୟନ୍ତ୍ରଣରେ ରଖନ୍ତୁ।
-ଡା. ନିତ୍ୟାନନ୍ଦ ସ୍ବାଇଁ, ଅଭୀପ୍‌ସା,
ସେକ୍ଟର-୬, ପ୍ଲଟ୍‌ ନଂ-୧୧୩୧, ଅଭିନବ ବିଡାନାସୀ, କଟକ-୧୪
ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ, ୨୦୨୨ ରେ ବେକରେ ଲାଗିଥିଲା ଗୁଳି

ଟୋକିଓ,୨୧।୧: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବୁଧବାର ଜାପାନର ଏକ କୋର୍ଟ ଆବେଙ୍କ ହତ୍ୟା ମାମଲାର...

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍‌; ଅନଲାଇନ୍‌ରେ ବୁକ୍‌ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍‌ ଯୋଗାଇ ଦିଆଯାଏ।...

ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି

କଟକ,୨୧ା୧: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ...

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri