Posted inଖେଳ

କ୍ରିକେଟର ସ୍ବାମୀଙ୍କଠାରୁ ଅଧିକ ଲୋକପ୍ରିୟ ଏହି ଆଙ୍କର୍‌: ଫୁଟବଲ୍‌ ବିଶ୍ୱକପ୍‌ ଏବଂ କମନଓ୍ବେଲ୍‌ଥ୍‌ ଗେମ୍ସ୍‌‌ରେ ଆସିଛନ୍ତି ନଜର

ନୂଆଦିଲ୍ଲୀ,୧୫।୯: ଭାରତରେ ବହୁତ କମ୍‌ କ୍ରିକେଟ ଖେଳାଳି ଅଛନ୍ତି ଯେଉଁମାନଙ୍କ ଜୀବନସାଥୀ ମଧ୍ୟ କ୍ରିକେଟଜଗତ ସହ ଡଡ଼ିତ। ସେଭଳି ଗୋଟିଏ ଦମ୍ପତ୍ତି ହେଲେ ଷ୍ଟୁଅର୍ଟ ବିନ୍ନି ଏବଂ ମୟନ୍ତି ଲାଙ୍ଗର। ୨୦୧୨ରେ ମୟନ୍ତୀଙ୍କୁ ବିବାହ କରିଥିଲେ ଷ୍ଟୁଅର୍ଟ। ଉଭୟଙ୍କ ଲଭ୍‌ଷ୍ଟୋରୀ କୌଣସି ଫିଲ୍ମକାହାଣୀଠାରୁ କମ୍‌ ନୁହେଁ।

ମୟନ୍ତି ନିଜର କ୍ରିକେଟ କ୍ୟାରିୟରର ପ୍ରଥମ ସାକ୍ଷାତକାର ବିନ୍ନିଙ୍କର ନେଇଥିଲେ। ଏଥିରେ ସେ ନିର୍ବନ୍ଧକୁ ନେଇ ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ବିନ୍ନି ଏହା ମିଥ୍ୟା ଖବର ବୋଲି କହିଥିଲେ। ପରେ ଉଭୟ ହସିବାରେ ଲାଗିଥିଲେ। ବାସ୍‌ ସେବେଠାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା।

ତେବେ ବାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ ବିନ୍ନି। ତାଙ୍କ ବାପା ସ୍କୁଲରେ କ୍ରିକେଟ କୋଚ୍‌ ଥିବାରୁ ବିନ୍ନିଙ୍କର ଖେଳପ୍ରତି ଆଗ୍ରହ ବଢ଼ିଥିଲେ। ହେଲେ କୌଣସି ରାଷ୍ଟ୍ରୀୟ ଟିମ୍‌ରେ ତାଙ୍କୁ ସୁଯୋଗ ମିଳୁ ନ ଥିଲା। ଏହାପରେ ସେ ଆଇସିଏଲ୍‌ରେ ଖେଳି ଭଲ ପ୍ରଦର୍ଶନ ଦେଇଥିଲେ। ବିସିସିଆଇ ଭାରତୀୟ ଖେଳାଳିଙ୍କ ଉପରେ ଆଇସିଏଲ୍‌ରେ ଖେଳିବା ଉପରେ ରୋକ ଲଗାଇଥିଲା। ଫଳରେ ବିନ୍ନିଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା। ଏହାର କିଛି ସମୟ ପରେ ତାଙ୍କୁ ଇଣ୍ଡିଆ-ଏରେ ସାମିଲ୍‌ କରାଯାଇଥିଲା।

୨୦୧୪ରେ ସେ ଭାରତୀୟ କ୍ରିକେଟ୍‌ ଟିମ୍‌ରେ ସାମିଲ ହୋଇଥିଲେ। ୨୦୧୫ରେ କିନ୍ତୁ ବିଶ୍ୱକପ୍‌ ଟିମ୍‌ର ସଦସ୍ୟ ହେବା ସତ୍ତ୍ୱେ ସେ ନିଜ ସ୍ଥାନ ବଜାୟ ରଖିପାରି ନ ଥିଲେ। ମାତ୍ର ରାଜସ୍ଥାନ ରୟାଲ୍ସ ଏବଂ ବାଙ୍ଗାଲୋର ରୟାଲ ଚ୍ୟାଲେଞ୍ଜର୍ସ ପାଇଁ ଖେଳି ସାରିଛନ୍ତି ବିନ୍ନି। ଅପରପକ୍ଷେ ତାଙ୍କ ଧର୍ମପତ୍ନୀ ମୟନ୍ତି ମ୍ୟାଚ୍‌ ହୋଷ୍ଟ କରିଥାନ୍ତି। ମୟନ୍ତୀଙ୍କ ୭୮୨ ହଜାର ଫଲୋଅର୍ସ ଥିବା ବେଳେ ବିନ୍ନିଙ୍କ କେବଳ ୩୪୪ ହଜାର ଫଲୋଅର୍ସ ଅଛନ୍ତି।

ମୟନ୍ତି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବିଏ କରିଥିଲେ। କଲେଜ ଦିନରେ ସେ ଫୁଟବଲ୍‌ ଖେଳୁଥିଲେ। ଖେଳରେ ରୁଚି ଥିବା ହେତୁ ୨୦୧୦ରେ ସେ ଫିଫା ବିଶ୍ୱକପ୍‌ ଏବଂ କମନଓ୍ବେଲ୍ଥ ଗେମ୍ସକୁ ହୋଷ୍ଟ କରିଥିଲେ। ୨୦୧୧ ଓ ୨୦୧୫ ବିଶ୍ୱକପ୍‌ରେ ମଧ୍ୟ ତାଙ୍କୁ ହୋଷ୍ଟ ଏବଂ ଆଙ୍କରିଙ୍ଗ କରୁଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri