କ୍ରିକେଟ ଚୟନ ସ୍କାମ ରାଡାରରେ କ୍ରୀଡା ସଂସ୍ଥା-ଅଧିକାରୀ-ପୂର୍ବତନ ଆଇପିଏଲ ଖେଳାଳି…

ନୂଆଦିଲ୍ଲୀ,୮।୧୧: କ୍ରିକେଟ ଚୟନ ସ୍କାମ ରାଡାରରେ କ୍ରୀଡା ସଂସ୍ଥା, ଅଧିକାରୀ, ପୂର୍ବତନ ଆଇପିଏଲ ଖେଳାଳି ରହିଛନ୍ତି। ଜୁଲାଇ ୯ ରେ ୟୁପି ଖେଳାଳି ଅନସୁଲ ରାଜଙ୍କ ପକ୍ଷରୁ ଦାଖଲ କରିଥିବା ତାଙ୍କ ଅଭିଯୋଗରେ ଗୁରୁଗାଓଁ ସ୍ଥିତ ସିକ୍ୟୁରିଟି କର୍ପୋରେଟ ମ୍ୟାନେଜମେଣ୍ଟର ସଭାପତି ଅଶୁତୋଷ ବୋରାଙ୍କୁ ହିମାଚଳ ପ୍ରଦେଶର ବିସିସିଆଇ ଦ୍ୱାରା ପରିଚାଳିତ ସିକେ ନାଇଡୁ ଟୁର୍ନାମେଣ୍ଟ ପାଇଁ ଅଣ୍ଡର -୨୩ରେ ସ୍ଲଟ ଦେବାର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି।

ତିନୋଟି ରାଜ୍ୟର କ୍ରିକେଟ ଆସୋସିଏଶନର ଅଧିକାରୀ, ଜଣେ ସନ୍ଦିଗ୍ଧ ମ୍ୟାଚ ଫିକ୍ସର୍‌, ଦିଲ୍ଲୀ କ୍ରିକେଟ ଚୟନକର୍ତ୍ତାଙ୍କ ପୂର୍ବତନ ଆବାହକ, ଜଣେ ଆଇପିଏଲ କ୍ରିକେଟର, ଜଣେ ବେଙ୍ଗଲ ଅଣ୍ଡର -୧୯ ଖେଳାଳି ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏସମସ୍ତଙ୍କୁ ଏକ କ୍ରୀଡ଼ା ପରିଚାଳନା କମ୍ପାନୀର ଅପରେଟର ଏକାଠି କରିଥିବା କୁହାଯାଉଛି।

ଗତ ସପ୍ତାହରେ ପୋଲିସ ଏହି ମାମଲାରେ ଏକ ଚାର୍ଜସିଟ ଦାଖଲ କରିବା ସହିତ ଦିଲ୍ଲୀ, ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଟି -୨୦ ବିହାର କ୍ରିକେଟ ଲିଗ ଚଳାଉଥିବା କ୍ରିକେଟ ଅଧିକାରୀଙ୍କୁ ନୋଟିସ ଜାରି କରିଥିଲା।
ସେପ୍ଟେମ୍ବର୫ ରେ ଗୁରୁଗାଓଁ ପୋଲିସ ସୋହନା ରୋଡରେ ଥିବା ବୋରାଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ବହୁ ଚୁକ୍ତିନାମା କାଗଜପତ୍ର ଜବତ ହୋଇଥିଲା। ଯେଉଁଥିରେ ଦର୍ଶାଯାଇଛି ଯେ କମ୍ପାନୀ ୧୮ ଖେଳାଳିଙ୍କ ସହ କାରବାର କରିଛି। ପରବର୍ତ୍ତୀ ସମୟରେ ଫୋନ ବାର୍ତ୍ତାଳାପ, ହ୍ବାଟସ ଆପ ଚାଟ, ମନି ଟ୍ରେଲ ଏବଂ ଭ୍ରମଣ ଯୋଜନାରେ ବୋରା ଏବଂ ତାଙ୍କର ଜଣେ ସହଯୋଗୀ ବେଙ୍ଗଲ ଅଣ୍ଡର-୧୯ କ୍ରିକେଟର ଦାନିଶ ର୍ମିଜା ଗିରଫ ହୋଇଥିଲେ।

ଏହି ପ୍ରସଙ୍ଗରେ ବୋରାଙ୍କ ଆଇନଜୀବୀ ରାଓ ଭଗତ ସିଂ କହିଛନ୍ତି ଯେ, ଏହା ଏକ ବଡ଼ ଷଡ଼ଯନ୍ତ୍ର। ବୋରାଙ୍କୁ ବ୍ଲାକ୍‌ ମେଲ୍‌ କରାଯିବା ସହିତ ତାଙ୍କ ଉପରେ ଚାପ ପକାଯାଉଥିବା ସେ ଅଭିଯୋଗ କରିଛନ୍ତି।
ଏନେଇ ନଭେମ୍ବର ୧ରେ ଚାର୍ଜଶିଟ୍‌ କୋର୍ଟରେ ଦାଖଲ କରାଯାଇଛି। ଏହାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ରେ ହେବ।

 

Share