ମ୍ୟାନ୍‌ମାର ଭୂକମ୍ପରେ ପୋତି ହୋଇଥିବା ଲୋକଙ୍କୁ ଖୋଜିବାକୁ ବାହାରିଲା ‘ଅସରପା’

ମ୍ୟାନ୍‌ମାର,୯।୪:ନିକଟରେ ମ୍ୟାନ୍‌ମାର୍‌ରେ ଆସିଥିବା ୭.୭ ତୀବ୍ରତାର ଭୂମିକମ୍ପ ପରେ ସେଠାରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ସାଇବର୍ଗ ଅସରପା ମଧ୍ୟ ଏହି ରିଲିଫ କାର୍ଯ୍ୟର ଏକ ଅଂଶ ହେବାକୁ ଯାଉଛି। ଭୂମିକମ୍ପ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ସିଙ୍ଗାପୁରର ହୋମ ଟିମ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (HTX) ନାନ୍ୟାଙ୍ଗ ଟେକ୍ନୋଲୋଜିକାଲ ୟୁନିଭରସିଟି ଏବଂ କ୍ଲାସ ଇଞ୍ଜିନିୟରିଂ ଆଣ୍ଡ ସଲ୍ୟୁସନ୍ସ ସହିତ ସହଭାଗୀ ହୋଇ ଏକ ରୋବୋଟିକ ଅସରପା କରିଛି। ଏହି ରୋବୋଟିକ ଅସରପାରେ କ୍ୟାମେରା ଏବଂ ଇନଫ୍ରାରେଡ ସେନ୍ସର ଲଗାଯିବ। ଏହା ଭୂମିକମ୍ପ ଯୋଗୁ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଖୋଜିବାରେ ସାହାଯ୍ୟ କରିପାରିବ। ସେମାନଙ୍କ ଦ୍ୱାରା ୧୦ଟି ରୋବୋଟ ହାଇବ୍ରିଡ ପ୍ରସ୍ତୁତ କରାଯାଇଛି। ନାୟପିଡା ଏବଂ ମାଣ୍ଡାଲେରେ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଖୋଜିବା ପାଇଁ ଏହି ସାଇବର୍ଗ କୀଟପତଙ୍ଗଗୁଡ଼ିକୁ ନିୟୋଜିତ କରାଯିବ।

ଏହି କୀଟପତଙ୍ଗଗୁଡ଼ିକୁ ସେହି ସ୍ଥାନଗୁଡ଼ିକୁ ସ୍କାନ କରିବା ପାଇଁ ବ୍ୟବହାର କରାଯିବ ଯେଉଁଠାରେ ଉଦ୍ଧାର ଦଳ ପହଞ୍ଚିବା କଷ୍ଟକର। ଏହି କୀଟପତଙ୍ଗଗୁଡ଼ିକ ଭଗ୍ନାବଶେଷ କିମ୍ବା ସଂକୀର୍ଣ୍ଣ ସ୍ଥାନରେ ସହଜରେ ଗତି କରିପାରିବେ ଏବଂ ଏଥିରେ ସ୍ଥାପିତ କ୍ୟାମେରା ଏବଂ ସେନ୍ସର ସାହାଯ୍ୟରେ ଲୋକଙ୍କୁ ରକ୍ଷା କରାଯାଇପାରିବ। ଏହି କ୍ଷେତ୍ରରେ ପ୍ରଥମ ଥର ପାଇଁ ରୋବୋଟିକ ହାଇବ୍ରିଡ କୀଟପତଙ୍ଗ ବ୍ୟବହାର କରାଯାଉଛି।

ଇଞ୍ଜିନିୟରମାନେ କହିଛନ୍ତି, ଏହି ସାଇବର୍ଗ କୀଟପତଙ୍ଗଗୁଡ଼ିକୁ ମୂଳତଃ ୨୦୨୬ରୁ ବ୍ୟବହାର କରାଯିବା କଥା ଥିଲା, କିନ୍ତୁ ପରିସ୍ଥିତି ଯୋଗୁ ଏଗୁଡିକୁ ଶୀଘ୍ର ନିୟୋଜିତ କରିବାକୁ ପଡିଲା। ବିଶେଷଜ୍ଞମାନେ କୁହନ୍ତି ଯେ, ପ୍ରକୃତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ଦ୍ୱାରା ଆମେ ଯେଉଁ ମତାମତ ପାଉଛୁ ତାହା ଏହି ରୋବୋଟ୍‌ଗୁଡ଼ିକର ବିକାଶକୁ ତ୍ୱରାନ୍ବିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

ତାଜ୍‌ରେ ଜିନପିଙ୍ଗ, ITC ର୍ମୌଯ୍ୟରେ ପୁଟିନ: ଗୋଟିଏ ରାତିର ଭଡ଼ା ଜାଣିଲେ ତାଜୁବ ହେବେ…

ନୂଆଦିଲ୍‌ଲୀ,୧୧।୯: ଦିଲ୍ଲୀରେ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ହେବାକୁ ଥିବା ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ରାଜଧାନୀର ଅନେକ ଅଞ୍ଚଳ ଛାଉଣୀରେ ପରିଣତ ହୋଇଛି। ହୋଟେଲ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?