ଆଧ୍ୟାତ୍ମିକ ସହର ଅସୁରକ୍ଷିତ

ପୁରୀ ଅଫିସ,୨୫।୫: ଦିନକୁ ଦିନ ଆଧ୍ୟାତ୍ମିକ ସହର ପୁରୀ ଅଶାନ୍ତ ଏବଂ ଅସୁରକ୍ଷିତ ହୋଇପଡ଼ୁଛି। ପ୍ରାୟ ପ୍ରତିଦିନ ଦାଦାବଟି, ଲୁଟ, ବ୍ରାଉନସୁଗାର ଓ ଗଞ୍ଜେଇ କାରବାର ସମେତ ଅଧିକାଂଶ ସମୟରେ ଗୁଳିକାଣ୍ଡ ଘଟୁଛି। ଏଥିଯୋଗୁ ସହରବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଗତ ମାର୍ଚ୍ଚ ୧୬ରେ ସୁଆର ମହାସୁଆର ନିଯୋଗ ସମ୍ପାଦକ ତଥା ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ (କାଳିଆ)ଙ୍କୁ ବାରବାଟୀ ଜାଗାଘର ନିକଟରେ ଗୁଳିକରି ହତ୍ୟା କରାଯାଇଥିଲା। ମଙ୍ଗଳବାର ରାତିରେ ଏମାର ମଠ ନିକଟରେ ଶ୍ରୀଲୋକନାଥ ମନ୍ଦିର ଜଣେ ସେବାୟତଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେହିପରି ବଳଗଣ୍ଡି ଛକସ୍ଥିତ ମାଉସୀ ମା’ ମନ୍ଦିର ନିକଟରେ ବାସେଳି ସାହି ଅଞ୍ଚଳର ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କୁ ଛୁରାମାଡ଼ ହୋଇଛି। ଗୋଟିଏ ଦିନରେ ଦୁଇଟି ଘଟଣା ପୁରୀର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ପଦାରେ ପକାଇଛି। ଆଗକୁ ରଥଯାତ୍ରା ଓ ସ୍ନାନଯାତ୍ରା ଆସୁଛି। ଏଭଳି ସ୍ଥଳେ ଅପରାଧ ଥମିବାର ନାଁ ନେଉନାହିଁ। କେତେକ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହେଉଥିଲେ ମଧ୍ୟ ଅପରାଧ ଉପରେ ରୋକ୍‌ ଲଗାଇପାରୁନାହିଁ। ପୁରୀ ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟିଛି ଏବଂ ପୋଲିସକୁ ଅପରାଧୀମାନେ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ବୋଲି ଆଇନଜୀବୀ ଚିନ୍ମୟ ଦାଶ କହିଛନ୍ତି।
କଂଗ୍ରେସ ନେତା ଆଲୋକ କୁମାର ଦାଶ କହିଛନ୍ତି, ଶ୍ରୀମନ୍ଦିର ଚାରିପାଖରେ ମାଳମାଳ ପୋଲିସ। ତାହା ସତ୍ତ୍ବେ ଏମାର ମଠ ସମ୍ମୁଖରେ ହତ୍ୟା ଘଟଣା ପୁରୀ ସହରବାସୀଙ୍କ ମଧ୍ୟରେ ଭୟ ସଞ୍ଚାର କରୁଛି। ପୋଲିସ ନିଜ କାର୍ଯ୍ୟ ସମ୍ପାଦନରେ ବିଫଳ ହୋଇଛି, ସେଥିପାଇଁ ଅପରାଧୀ ହତ୍ୟା କରିବାକୁ ସାହସ କରୁଛନ୍ତି। ରଥଯାତ୍ରା ଆସୁଥିବାରୁ ଲୋକେ ପୁରୀ ପୋଲିସକୁ ଏକ ଦାୟିତ୍ୱସମ୍ପନ୍ନ ଭୂମିକାରେ ଦେଖିବାକୁ ଚାହୁଁଛନ୍ତି। ମାତ୍ର ବିଡମ୍ବନା ଯେ, ପୁରୀ ଦିନକୁ ଦିନ କ୍ରାଇମ ସିଟିରେ ପରିଣତ ହେଉଛି। ସେହିଭଳି ଭାଜପା ଯୁବମୋର୍ଚ୍ଚା ଜୟନ୍ତ କୁମାର ଦାଶ କହିଛନ୍ତି, ପୁରୀ ସହରରେ ଏଭଳି ଦିନ ନାହିଁ ଯେଉଁଦିନ ହତ୍ୟା କିମ୍ବା ମରଣାନ୍ତକ ଆକ୍ରମଣ ନ ହେଉଛି। ମାରଣାସ୍ତ୍ର ଓ ବନ୍ଧୁକ ପୁରୀ ସହରରେ ଏବେ ସ୍ବାଭାବିକ ହୋଇଗଲାଣି। ହତ୍ୟା ପଛର କାରଣ ଖୋଜି ପାଉ ପାଉ ଆଉ ଏକ ଅପରାଧ ଘଟୁଛି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍ଥାନୀୟ ବାସିନ୍ଦା ଅଭୟ ଅବିନାଶ ନାୟକ କହିଛନ୍ତି, ପୁରୀ ସହର ଅସୁରକ୍ଷିତ ହୋଇଗଲାଣି। ଏବେ ଘରୁ ବାହାରିବାକୁ ଡ଼ର ଲାଗୁଛି। ପୋଲିସ ପ୍ରଶାସନ ଚେଇଁ ଶୋଇଥିବା ପରି ମନେ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri