ଆଧ୍ୟାତ୍ମିକ ସହର ଅସୁରକ୍ଷିତ

ପୁରୀ ଅଫିସ,୨୫।୫: ଦିନକୁ ଦିନ ଆଧ୍ୟାତ୍ମିକ ସହର ପୁରୀ ଅଶାନ୍ତ ଏବଂ ଅସୁରକ୍ଷିତ ହୋଇପଡ଼ୁଛି। ପ୍ରାୟ ପ୍ରତିଦିନ ଦାଦାବଟି, ଲୁଟ, ବ୍ରାଉନସୁଗାର ଓ ଗଞ୍ଜେଇ କାରବାର ସମେତ ଅଧିକାଂଶ ସମୟରେ ଗୁଳିକାଣ୍ଡ ଘଟୁଛି। ଏଥିଯୋଗୁ ସହରବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଗତ ମାର୍ଚ୍ଚ ୧୬ରେ ସୁଆର ମହାସୁଆର ନିଯୋଗ ସମ୍ପାଦକ ତଥା ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ (କାଳିଆ)ଙ୍କୁ ବାରବାଟୀ ଜାଗାଘର ନିକଟରେ ଗୁଳିକରି ହତ୍ୟା କରାଯାଇଥିଲା। ମଙ୍ଗଳବାର ରାତିରେ ଏମାର ମଠ ନିକଟରେ ଶ୍ରୀଲୋକନାଥ ମନ୍ଦିର ଜଣେ ସେବାୟତଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେହିପରି ବଳଗଣ୍ଡି ଛକସ୍ଥିତ ମାଉସୀ ମା’ ମନ୍ଦିର ନିକଟରେ ବାସେଳି ସାହି ଅଞ୍ଚଳର ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କୁ ଛୁରାମାଡ଼ ହୋଇଛି। ଗୋଟିଏ ଦିନରେ ଦୁଇଟି ଘଟଣା ପୁରୀର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ପଦାରେ ପକାଇଛି। ଆଗକୁ ରଥଯାତ୍ରା ଓ ସ୍ନାନଯାତ୍ରା ଆସୁଛି। ଏଭଳି ସ୍ଥଳେ ଅପରାଧ ଥମିବାର ନାଁ ନେଉନାହିଁ। କେତେକ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହେଉଥିଲେ ମଧ୍ୟ ଅପରାଧ ଉପରେ ରୋକ୍‌ ଲଗାଇପାରୁନାହିଁ। ପୁରୀ ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟିଛି ଏବଂ ପୋଲିସକୁ ଅପରାଧୀମାନେ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ବୋଲି ଆଇନଜୀବୀ ଚିନ୍ମୟ ଦାଶ କହିଛନ୍ତି।
କଂଗ୍ରେସ ନେତା ଆଲୋକ କୁମାର ଦାଶ କହିଛନ୍ତି, ଶ୍ରୀମନ୍ଦିର ଚାରିପାଖରେ ମାଳମାଳ ପୋଲିସ। ତାହା ସତ୍ତ୍ବେ ଏମାର ମଠ ସମ୍ମୁଖରେ ହତ୍ୟା ଘଟଣା ପୁରୀ ସହରବାସୀଙ୍କ ମଧ୍ୟରେ ଭୟ ସଞ୍ଚାର କରୁଛି। ପୋଲିସ ନିଜ କାର୍ଯ୍ୟ ସମ୍ପାଦନରେ ବିଫଳ ହୋଇଛି, ସେଥିପାଇଁ ଅପରାଧୀ ହତ୍ୟା କରିବାକୁ ସାହସ କରୁଛନ୍ତି। ରଥଯାତ୍ରା ଆସୁଥିବାରୁ ଲୋକେ ପୁରୀ ପୋଲିସକୁ ଏକ ଦାୟିତ୍ୱସମ୍ପନ୍ନ ଭୂମିକାରେ ଦେଖିବାକୁ ଚାହୁଁଛନ୍ତି। ମାତ୍ର ବିଡମ୍ବନା ଯେ, ପୁରୀ ଦିନକୁ ଦିନ କ୍ରାଇମ ସିଟିରେ ପରିଣତ ହେଉଛି। ସେହିଭଳି ଭାଜପା ଯୁବମୋର୍ଚ୍ଚା ଜୟନ୍ତ କୁମାର ଦାଶ କହିଛନ୍ତି, ପୁରୀ ସହରରେ ଏଭଳି ଦିନ ନାହିଁ ଯେଉଁଦିନ ହତ୍ୟା କିମ୍ବା ମରଣାନ୍ତକ ଆକ୍ରମଣ ନ ହେଉଛି। ମାରଣାସ୍ତ୍ର ଓ ବନ୍ଧୁକ ପୁରୀ ସହରରେ ଏବେ ସ୍ବାଭାବିକ ହୋଇଗଲାଣି। ହତ୍ୟା ପଛର କାରଣ ଖୋଜି ପାଉ ପାଉ ଆଉ ଏକ ଅପରାଧ ଘଟୁଛି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍ଥାନୀୟ ବାସିନ୍ଦା ଅଭୟ ଅବିନାଶ ନାୟକ କହିଛନ୍ତି, ପୁରୀ ସହର ଅସୁରକ୍ଷିତ ହୋଇଗଲାଣି। ଏବେ ଘରୁ ବାହାରିବାକୁ ଡ଼ର ଲାଗୁଛି। ପୋଲିସ ପ୍ରଶାସନ ଚେଇଁ ଶୋଇଥିବା ପରି ମନେ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri