Categories: ଖେଳ

ଏହି ଖେଳାଳିଙ୍କ ଉପରେ ଲାଗିଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇଲା ବିସିସିଆଇ; ପୁଣି ଖେଳି ପାରିବେ…

ମୁମ୍ବାଇ,୧୬।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଙ୍କିତ ଚାଭାନଙ୍କ ଉପରେ ଲଗାଯାଇଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଏଣୁ ମୁମ୍ବାଇର ଏହି ସ୍ପିନର ଏବେ ବୃତ୍ତିଗତ କ୍ରିକେଟ ଖେଳିପାରିବେ।

୨୦୧୩ରେ ଆଇପିଏଲ୍‌-୬ ସମୟରେ ସେ ସ୍ପଟ୍‌ ଫିକ୍ସିଂ ପାଇଁ ଚାଭାନଙ୍କୁ ଗିରଫ କରାଯାଇଥିଲା। ଅଜିତ ଚଣ୍ଡିଲା ଏବଂ ଏସ୍‌ ଶ୍ରୀସନ୍ତଙ୍କ ସହ ଚାଭାନଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଏହି ତିନି ଖେଳାଳି ସେତେବେଳେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିଲେ।

ସେପ୍ଟେମ୍ବର ୨୦୧୩ରେ ବିସିସିଆଇ ଶୃଙ୍ଖଳା କମିଟି ଚାଭାନ ଏବଂ ଶ୍ରୀସନ୍ତଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଥିଲା। ତେବେ ୨୦୧୫ରେ ଦିଲ୍ଲୀ କୋର୍ଟ ତାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ। ଏଥିସହ ତାଙ୍କୁ ସମସ୍ତ ଦୋଷରୁ ମୁକ୍ତ କରିଥିଲେ।

Share