Categories: ଫୁରସତ

ଗୁଳି ବେଗରେ ଜାଲ ବୁଣିଲା ବୁଢ଼ିଆଣୀ; ଭିଡିଓ ଦେଖି ଲୋକେ କାବା

ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ମଜାଦାର ହୋଇଥିବା ବେଳେ କିଛି ଦେଖି ଲୋମ ଟାଙ୍କୁରି ଉଠେ। ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ବୁଢ଼ିଆଣୀ କିଭଳି ଗୁଳି ବେଗରେ ଜାଲ ବୁଣୁଛି ତାହା ଦେଖାଯାଇଛି।

ଆଖପାଖରେ ନଚେତ ଘର ଭିତରେ ଅନେକ ବୁଢ଼ିଆଣୀ ବସା କରିଥାନ୍ତି। ହେଲେ ଏହାକୁ ଲାଇଭ୍‌ ଦେଖିବା କଥା ଯଦି ପଚରାଯାଏ, ଅଧିକାଂଶ ଲୋକ ନା ବୋଲି କହିପାରନ୍ତି। ତେବେ ଭାଇରାଲ ହେଉଥିବା ଭିଡିଓରେ ବୁଢ଼ିଆଣୀକୁ ଜାଲ ବୁଣୁଥିବା ଦେଖାଯାଉଛି। ହେଲେ ଯେଉଁ ବେଗରେ ସେ ତାହା କରୁଛି ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି। କାରଣ ଜୀବଟିଏ ନୁହେଁ ତ ମେଶିନଟିଏ ଚାଲୁଥିବା ଭଳି ମନେ ହେଉଛି। ମାତ୍ର ଦୁଇ ମିନିଟରେ ସେ ଏକ ସୁନ୍ଦର ଜାଲ ବୁଣିଦେଉଛି। ଭିଡିଓକୁ ଦେଖିବା ପରେ ଲୋକମାନେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।

Share