Categories: ଫୁରସତ

ନିଜ ଓଜନଠାରୁ ୫୦ଗୁଣା ବଡ଼ ସରିସୃପକୁ ଉଠାଇ ପାରେ ବୁଢ଼ିଆଣୀ

ରୋମ୍‌, ୭।୨: ଗୋଟିଏ ଛୋଟ ବୁଢ଼ିଆଣୀ ନିଜ ଓଜନଠାରୁ ୫୦ ଗୁଣା ଅଧିକ ବଡ଼ ସରିସୃପକୁ ମଧ୍ୟ ସହଜରେ ଉଠାଇପାରେ। ବୁଣିଆଣୀ ସୂତାରେ ଛନ୍ଦି ହୋଇ ବହୁ କୀଟ ପତଙ୍ଗ, ସରିସୃପ ଆଦି ଶେଷରେ ଖାଦ୍ୟ ପାଲଟିଥାନ୍ତି। ରୋମ୍‌ର ଟ୍ରେଣ୍ଟୋ ବିଶ୍ୱବିଦ୍ୟାଳୟର ପ୍ରଫେସର ଗାବ୍ରିଇଲେ ଗ୍ରିକୋ କହିଛନ୍ତି ଯେ, ବୁଢ଼ିଆଣୀ ସୂତା ଅତି ସରୁ ମନେ ହେଉଥିଲେ ମଧ୍ୟ ଏକାଧିକ ସୂତା ଯୋଗୁ ବଳଶାଳୀ ପ୍ରାଣୀ ମଧ୍ୟ ଏହା କବଳରେ ପଡ଼ି ଶେଷରେ ଆହର ପାଲଟି ଯାଇଥାନ୍ତି। ବୁଣିଆଣି ନିଜ ଶିକାରକୁ ସୂତାରେ ଛନ୍ଦି ଏହା ଉପରେ ପାଟିରୁ ତରଳ ଲାଳ ସ୍ପ୍ରେ କରିଥାଏ। ଏଥିରେ ଥିବା ବିଷାକ୍ତ ରାସାୟନିକ ପଦାର୍ଥ ଦ୍ୱାରା ଶିକାର ଧୀରେଧୀରେ ନିସ୍ତେଜ ହେବାକୁ ଲାଗିଥାଏ। କିଭଳି ସହଜରେ ଶିକାରକୁ ଧରିହେବ ସେ ନେଇ ଅତି ଚତୁରତାର ସହିତ ବୁଢ଼ିଆଣୀ ଜାଲ ବୁଣିଥାଏ ବୋଲି ସେ କହିଛନ୍ତି। ଏହା ଉପରେ ସେ ୧ ମିନିଟ ୫ ସେକେଣ୍ଡର ଏକ ଭିଡ଼ିଓ ମଧ୍ୟ ଶୁଟିଂ କରିଛନ୍ତି।

Share