ଆମେରିକା ଯିବ ବ୍ରହ୍ମପୁରର ମସଲା ଏବଂ ଇଥାନଲ ନମୁନା

ବ୍ରହ୍ମପୁର,୨୦ା୫(ଅଶୋକ କୁମାର ସାହୁ): ଆସନ୍ତା ୨୯ ତାରିଖରେ ଆମେରିକାର ଡଲାସ ସହରରେ ଅନ୍ତର୍ଜାତୀୟ ଜୁନିକର୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେଠାରେ ଗଞ୍ଜାମ ଜିଲା ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟର ୩ ଛାତ୍ର ଯୋଗଦେଇ ନିଜ ଔଦ୍ୟୋଗିକ ପ୍ରତିଭା ପ୍ରଦର୍ଶନ କରିବେ। ମସଲା ଜିପିଟି ଓ ରୁରାଲ ଭୋଲ୍ଟ (ଇଥାନଲ)ର ନମୁନାକୁ ନେଇ ସେଠାରେ ନିଜ ଦକ୍ଷତା ପ୍ରତିପାଦନ କରିବେ। ଭୁବନେଶ୍ୱରସ୍ଥିତ ୟଙ୍ଗ ଟିଙ୍କର ଫାଉଣ୍ଡେଶନ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ଏବଂ ଓଡ଼ିଶା ବାହାରର ବିଭିନ୍ନ ସରକାରୀ ସ୍କୁଲର ଛାତ୍ରୀଛାତ୍ର ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ଆମେରିକା ଯିବାକୁ ୮ଜଣ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମରେ ପୁଥିବା ସୌମ୍ୟ ସୌରଭ ଗୌଡ, ଶ୍ରୀଧର ଜେନା ଓ ନବମରେ ପଢୁଥିବା ପି.ଆଦିତ୍ୟ ଦାସ ଅଛନ୍ତି । ଏହା ଗଞ୍ଜାମ ପାଇଁ ଗୌରବ । ସୌମ୍ୟ ଓ ଆଦିତ୍ୟ ମସଲା ଜିପିଟି ଉପରେ ଏବଂ ଶ୍ରୀଧର ଇଥାନଲ ଉପରେ ନମୁନା ପ୍ରସ୍ତୁତ କରିଛନ୍ତି । ସ୍କୁଲରେ ସ୍ଥାପିତ ୟଙ୍ଗ ଟିଙ୍କର ସ୍ପେସ-୧୯୮୪ ଲ୍ୟାବରେ ଏମାନେ ଗବେଷଣା କରୁଥିବା ଲ୍ୟାବ ଦାୟିତ୍ୱରେ ଥିବା ବିଜ୍ଞାନ ଶିକ୍ଷୟିତ୍ରୀ ସୁଜ୍ଞାନୀ କୁମାରୀ ସ୍ବାଇଁ କହିଛନ୍ତି ।

ଶିକ୍ଷୟିତ୍ରୀଙ୍କ କହିବାନୁସାରେ ଉକ୍ତ ଲ୍ୟାବରେ ସ୍କୁଲର ୨୦ ପିଲା ବିିଭିନ୍ନ ପ୍ରକଳ୍ପକୁ ନେଇ ଗବେଷଣା କରୁଛନ୍ତି । ୟଙ୍ଗ ଟିଙ୍କର ଫାଉଣ୍ଡେଶନ ପ୍ରତିଯୋଗିତାକୁ ଉକ୍ତ ସ୍କୁଲର ୫ ଛାତ୍ର ଯାଇଥିଲେ। ସେମାନଙ୍କ ମଧ୍ୟରୁ ଉପରୋକ୍ତ ୩ ଛାତ୍ର ଚୟନ ହୋଇ ପୁରସ୍କୃତ ହୋଇଥିବା ସେ କହିଛନ୍ତି। ଏନେଇ ତତ୍କାଳୀନ ପ୍ରଧାନ ଶିକ୍ଷୟିତ୍ରୀ ତଥା ବର୍ତ୍ତମାନର ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଡ.ପ୍ରଭାତୀ ମହାପାତ୍ର କହିଛନ୍ତି ଯେ, ପଞ୍ଚଶଖା ଶିକ୍ଷା ସେତୁ ପ୍ରୋଜେକ୍ଟର ଏହା ଏକ ନୂତନ ପ୍ରୋଜେକ୍ଟ । ସମାଜରେ ଅନେକ ସମସ୍ୟା ଥାଏ । ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟର ୩ ଛାତ୍ର ବୈଷୟିକ ଜ୍ଞାନ କୌଶଳ ଜରିଆରେ ଉକ୍ତ ସମସ୍ୟାର ସମାଧାନ କରିବା ସହ ଅନ୍ତର୍ଜାତୀୟ ଔଦ୍ୟୋଗିକ ପ୍ଲାଟଫର୍ମରେ ଯୋଗଦେବା ଏକ ଗୌରବର ବିଷୟ । ଯେଉଁ ଲକ୍ଷ୍ୟ ନେଇ ୟଙ୍ଗ ଟିଙ୍କର ସ୍ପେସ ସ୍ଥାପନ ହୋଇଥିଲା ତାହା ଆଜି ଫଳପ୍ରଦ ହୋଇଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri