Categories: ଜାତୀୟ

କରାଚିରେ ଜରୁରୀ ଅବତରଣ କଲା ବିମାନ

ନୂଆଦିଲ୍ଲୀ,୫।୭: ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସ୍‌ଜେଟ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ବିମାନଟି ପାକିସ୍ତାନର କରାଚିରେ ମଙ୍ଗଳବାର ଜରୁରୀ ଅବତରଣ କରିଛି। ତେବେ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ସୂଚନାନୁସାରେ, ଆଜି ସକାଳୁ ବିମାନଟି ଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରିଥିଲା। ହେଲେ ଅଧାବାଟରେ ବିମାନର ଇଣ୍ଡିକେଟର ଲାଇଟ୍‌ରେ ତ୍ରୁଟି ଯୋଗୁ ଏହାକୁ କରାଚି ବିମାନ ବନ୍ଦରରେ ପାଇଲଟ ନିରାପଦରେ ଜରୁରୀ ଅବତରଣ କରାଇଥିଲେ। ଏବେ ଆଉ ଏକ ବିମାନ କରାଚି ପଠାଯାଇଛି। ତେବେ ସେହି ବିମାନଟି ଯାତ୍ରୀଙ୍କୁ ଉଦ୍ଧାର କରି ଦୁବାଇ ଅଭିମୁଖେ ଉଡାଣ ଭରିବ।

Share