ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି: ଚିନ୍ତାରେ ବୈଜ୍ଞାନିକ

ଓ୍ବାଶିଂଟନ,୬।୧: ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି। ୫୦ ବର୍ଷ ତଳେ ଥିବା ପୃଥିବୀର ଘୂରିବା ବେଗ ଏବଂ ବର୍ତ୍ତମାନ ବେଗ ମଧ୍ୟରେ ପାର୍ଥକ୍ୟ ରହିଛି। ଏବେ ପୃଥିବୀ ନିଜ ଚାରିପଟେ ଘୂରିବା ପାଇଁ ୨୪ ଘଣ୍ଟାରୁ କମ୍‌ ସମୟ ନେଉଛି। କିଭଳି ପୃଥିବୀର ଆବର୍ତ୍ତନ ସମୟକୁ ନିୟନ୍ତ୍ରଣ କରାଯିବ ସେ ନେଇ ବୈଜ୍ଞାନିକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ କିଛି ବର୍ଷ ଧରି ଏଭଳି ପ୍ରକ୍ରିୟା ଜାରି ରହିଥିଲା। ମାତ୍ର ଘୂରିବା ଗତି ଅଧିକ ନ ଥିଲା। ଗତ ବର୍ଷ ଜୁନ୍‌ ମାସରେ ଏନେଇ ଜଣାପଡ଼ିଥିଲା। ଏହାଯୋଗୁ ପୃଥିବୀର ସମସ୍ତ ଦେଶର ସମୟରେ ପରିବର୍ତ୍ତନ ଘଟିଛି। ଦିନ ଏବଂ ରାତିର ସମୟରେ ପରିବର୍ତ୍ତନ ଆସିଥିବା ବୈଜ୍ଞାନିକ କହିଛନ୍ତି। ଏବେ ଆଟମିକ୍‌ କ୍ଲକ୍‌କୁ ପରିବର୍ତ୍ତନ କରାଯାଇ ନେଗେଟିଭ୍‌ ଲିପ୍‌ ସେକେଣ୍ଡରେ ଯୋଡ଼ିବାକୁ ପଡ଼ିବ। ୧୯୭୦ରୁ ଇତିମଧ୍ୟରେ ୨୭ ଲିପ୍‌ ସେକେଣ୍ଡ୍‌ ଯୋଡ଼ା ଯାଇ ସାରିଛି। ପୃଥିବୀର ଘୂରିବା ସମୟ ୨୪ ଘଣ୍ଟାରୁ ୦.୫ ମିଲିସେକେଣ୍ଡ ହ୍ରାସ ପାଇଛି। ୨୪ ଘଣ୍ଟାରେ ୮୬,୪୦୦ ସେକେଣ୍ଡ ଥାଏ। ୨୦୨୦ ଜୁଲାଇ ୧୯ରେ ୨୪ ଘଣ୍ଟାରୁ ୧.୪୬୦୨ ମିଲି ସେକେଣ୍ଡ କମ୍‌ ଥିଲା ବୋଲି ବୈଜ୍ଞାନିକ କହିଛନ୍ତି।

Share