ଦୁର୍ଘଟଣାର ଦ୍ରୁତଗତି

ଅମିତ କୁମାର ସାମଲ
ଅନୁଗୋଳ ଅଫିସ,୨୬ା୧- କରୋନା ସଂକ୍ରମଣ ରୋକିବାକୁ ଗତବର୍ଷ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌କୁ କଡ଼ାକଡ଼ି କରାଯାଇଥିଲା। ଫଳରେ ୨୦୨୦ରେ ରାଜ୍ୟର ଅନେକ ଜିଲାରେ ସଡ଼କ ଦୁର୍ଘଟଣା ପୂର୍ବାପେକ୍ଷା ହ୍ରାସ ପାଇଛି। କିନ୍ତୁ ଅନୁଗୋଳ ଜିଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦୁର୍ଘଟଣା କମିବା ପରିବର୍ତ୍ତେ ଦ୍ରୁତଗତିରେ ବଢ଼ିଚାଲିଥିବା ଜଣାପଡ଼ିଛି। ଫଳରେ ଏ ଦିଗରେ ବିଗତ ଦିନରେ ପ୍ରଶାସନ ନେଇଥିବା ପଦକ୍ଷେପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୨୦୧୮ରେ ଜିଲାର ବିଭିନ୍ନ ରାସ୍ତାରେ ୪୯୬ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୨୧୫ ଜଣଙ୍କ ଜୀବନହାନି ହୋଇଥିଲା। ପାଖାପାଖି ୪ଶହ ଲୋକ ଆହତ ହୋଇଥିଲେ। ସେହିପରି ୨୦୧୯ରେ ୧୩୨ ଦୁର୍ଘଟଣା ଘଟିଥିବାବେଳେ ୧୧୫ ଜଣଙ୍କ ମୃତ୍ୟୁ ଓ ୮୨ ଜଣ ଆହତ ହୋଇଥିଲେ। ତେବେ ୨୦୨୦ରେ ସଂଖ୍ୟା ବଢ଼ିଯାଇଛି। ଉକ୍ତବର୍ଷ ମୋଟ୍‌ ୧୫୨ଟି ଦୁର୍ଘଟଣାରେ ୧୦୬ ଜଣଙ୍କ ପ୍ରାଣ ଯାଇଛି। ୧୬୨ ଜଣ ଆହତ ହୋଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା, ୨୦୨୦ରେ ଜିଲାରେ ଲକ୍‌ଡାଉନ୍‌ ଓ ଶର୍ଟଡାଉନ୍‌ ଲଗାଯାଇଥିଲା। ଏପରି ସମୟରେ ଦୁର୍ଘଟଣା ସଂଖ୍ୟା ବଢ଼ିବା ନିଶ୍ଚିତ ଚିନ୍ତାର ବିଷୟ ବୋଲି ଜିଲାବାସୀ କହିଛନ୍ତି। ଜାତୀୟ ରାଜପଥ ହେଉ କି ରାଜ୍ୟ ରାଜପଥ, ବ୍ଲକ୍‌ସ୍ପଟ ଚିହ୍ନଟ ହୋଇଥିଲେ ମଧ୍ୟ ସେଠାରେ ଆବଶ୍ୟକ ସତର୍କ ସୂଚନା ଦିଆଯାଉ ନାହିଁ। ଏହା ବ୍ୟତୀତ ଅନେକ ସ୍ଥାନରେ ମରାମତି କାମ କରାଯାଉ ନାହିଁ। ବର୍ଷ ବର୍ଷ ଧରି ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ଅନେକ ଜାଗା ମରଣଯନ୍ତା ପାଲଟିଛି। ଏ ନେଇ ଜିଲାବାସୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ଆବଶ୍ୟକ ଦୃଷ୍ଟି ଦେଉନାହିଁ। ରାସ୍ତାର ବିଭିନ୍ନ ମୋଡ୍‌ରେ କ୍ୟାଟ୍‌ ଆଇ ଦିଆଯାଉ ନାହିଁ। ଶିଳ୍ପ ଜିଲା ହୋଇଥିବାରୁ ପ୍ରଶାସନ ଏଥିପ୍ରତି ଅଧିକ ସତର୍କ ରହିବା କଥା। କିନ୍ତୁ ସଡ଼କ ସୁରକ୍ଷା ନେଇ ହେଉଥିବା ବୈଠକରେ ପ୍ରଶାସନ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଉଥିଲେ ମଧ୍ୟ ଉପଯୁକ୍ତ ପଦକ୍ଷେପ ନିଆଯାଉ ନ ଥିବାରୁ ଦୁର୍ଘଟଣା ସଂଖ୍ୟା ବଢ଼ୁଥିବା ଲୋକେ ମତବ୍ୟକ୍ତ କରିଛନ୍ତି।

ଏଣିକି ଟିମ୍‌ କରିବ ତଦାରଖ
ଜିଲାରେ ଦୁର୍ଘଟଣା ରୋକିବାକୁ ସଡ଼କ ସୁରକ୍ଷା କମିଟି ଅଧ୍ୟକ୍ଷ ତଥା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସ୍ବତନ୍ତ୍ର ଯୋଜନା କରିଛନ୍ତି। ବିଗତ ବର୍ଷରେ ଘଟିଥିବା ଦୁର୍ଘଟଣାର କାରଣ ଖୋଜିବାକୁ ଏକ ଯୁଗ୍ମ ନିରୀକ୍ଷଣ ଟିମ୍‌ ଗଢ଼ା ହୋଇଛି। ଏଥି୍‌ରେ ଦୁର୍ଘଟଣାର ତଦନ୍ତ କରୁଥିବା ପୋଲିସ ଅଧିକାରୀ, ପରିବହନ ବିଭାଗ, ଜାତୀୟ ରାଜପଥ ପ୍ରାଧିକରଣ, ପୂର୍ତ୍ତ ବିଭାଗର ଜଣେ ଲେଖାଏ ଟେକ୍ନିକାଲ ମେମ୍ବର ରହିବେ। ଦୁଘର୍ର୍ଟଣା କେଉଁ କାରଣରୁ ଘଟିଛି, ତାହାର ଅନୁଧ୍ୟାନ ସହ ପ୍ରତିକାର ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ। ଜିଲାରେ ଥିବା ମୋଟ୍‌ ୧୭ଟି ବ୍ଲାକ୍‌ ସ୍ପଟ୍‌ ମଧ୍ୟରୁ କେବଳ ବଅଁରପାଳରୁ ରନ୍ତଲେଇ ମଧ୍ୟରେ ୧୦ଟି ରହିଛି। ଏହାବ୍ୟତୀତ ଜିଲାରେ ବିପଦସଙ୍କୁଳ ସ୍ଥାନ (ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଞ୍ଚଳ) ୩୦ରୁ ୪୦ଟି ଅଛି। ଏହି ସ୍ଥାନଗୁଡ଼ିକ ଉପରେ ମଧ୍ୟ ସ୍ବତନ୍ତ୍ର ନଜର ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ଯୋଜନା ହୋଇଛି। ପ୍ରତି ମାସରେ ହେଉଥିବା ସଡ଼କ ସୁରକ୍ଷା କମିଟି ବୈଠକରେ ଏ ନେଇ ପ୍ରଥମେ ତଦାରଖ କରାଯିବ। ଯେଉଁମାନେ ଖିଲାପ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ହ୍ରାସ ଉପରେ ପ୍ରାଥମିକତା ଦିଆଯିବ
ଅନୁଗୋଳ ଜିଲାରେ କରୋନା ସମୟରେ ଦୁର୍ଘଟଣା ବଢ଼ିବା ଉଦ୍‌ବେଗଜନକ। ତେବେ ଆଗାମୀ ଦିନରେ ଏହାକୁ କିଭଳି ଭାବେ ରୋକାଯିବ, ତାହାକୁ ପ୍ରାଥମିକତା ଦିଆଯିବ। ବ୍ଲାକ ସ୍ପଟ୍‌ ସହ ଅଧିକ ବିପଦସଙ୍କୁଳ ସ୍ଥାନକୁ ଗୁରୁତ୍ୱ ଦିଆଯିବ। ଜିଲାରେ ଦୁର୍ଘଟଣା ଓ ଜୀବନହାନି ହ୍ରାସ ପ୍ରଥମ ଲକ୍ଷ୍ୟ ରହିବ। ଏଥିପାଇଁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରିବାକୁ ଭିନ୍ନ ଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବ।
-ବିଭବ ସାମନ୍ତସିଂହାର, ଆଞ୍ଚଳିକ ପରିବହନ ଅଧିକାରୀ, ଅନୁଗୋଳ

କଦର୍ଯ୍ୟ ରାସ୍ତା ଦାୟୀ
ଅନୁଗୋଳ ଜିଲାରେ ରାଜପଥ ମରଣଯନ୍ତା ପାଲଟିଛି। କେଉଁଠି ନିର୍ମାଣ କାର୍ଯ୍ୟ ଚାଲିଛି ତ ଆଉ କେଉଁଠି ଦୀର୍ଘଦିନ ଧରି ମରାମତି କାର୍ଯ୍ୟ ହୋଇନାହିଁ। ତେଣୁ ଏପରି କଦର୍ଯ୍ୟ ରାସ୍ତା ପାଇଁ ବିଭିନ୍ନ ସମୟରେ ଲୋକଙ୍କ ଜୀବନ ଚାଲିଯାଉଛି। ମରାମତି ସହ ସମ୍ପ୍ରସାରଣ ଶୀଘ୍ର ଶେଷ କଲେ ଦୁର୍ଘଟଣା ସଂଖ୍ୟା କମିବ।
-ରାଜୀବ ଜେନା, କୁଲାଡ଼ ଟ୍ରକ୍‌ ମାଲିକ ସଂଘ ସଭାପତି

ସଚେତନ ନ ରହିଲେ ବଢ଼ିବ
କରୋନା ସମୟରେ ପ୍ରଶାସନ, ପୋଲିସ ଏତେ କଡ଼ା କଟକଣା କରିଥିଲେ ମଧ୍ୟ ଦୁର୍ଘଟଣା ସଂଖ୍ୟା ବଢ଼ିବା ନିଶ୍ଚିତ ଚିନ୍ତାର ବିଷୟ। କେଉଁଠି ନା କେଉଁଠି ସମସ୍ୟା ଥିବାରୁ ଏଭଳି ସ୍ଥିତି ଉପୁଜିଛି। ତେଣୁ ଏଥିପ୍ରତି ଏବେଠାରୁ ସଚେତନ ନ ହେଲେ ଆଗକୁ ସଂଖ୍ୟା ଅଧିକ ବଢ଼ିପାରେ। ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରୁ।
ପ୍ରମୋଦ ପ୍ରଧାନ, ଅନୁଗୋଳ ଟ୍ରକ୍‌ ମାଲିକ ସଂଘ ଉପସଭାପତି

ଠିକ୍‌ ସ୍ଥାନରେ ଲଗାଯାଉନି ସଙ୍କେତ
ଜିଲାରେ ବିଭିନ୍ନ ସ୍ଥାନରେ ରାସ୍ତା କାର୍ଯ୍ୟ ଜାରି ରହିଛି। ସେଥିପାଇଁ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ନିୟମାନୁଯାୟୀ ରାଜପଥରେ ବିଭିନ୍ନ ସଂକେତ ଲଗାଯାଉ ନାହିଁ। ଏହା କରାଯିବା ସହ ଅବମାନନାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ଏହାଦ୍ୱାରା ଦୁର୍ଘଟଣା ରୋକାଯାଇ ପାରିବ।
-ସଂଗ୍ରାମ ଦାସ, ସଡ଼କ ସୁରକ୍ଷା କମିଟି ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri