ଦୁର୍ଘଟଣାର ଦ୍ରୁତଗତି

ଅମିତ କୁମାର ସାମଲ
ଅନୁଗୋଳ ଅଫିସ,୨୬ା୧- କରୋନା ସଂକ୍ରମଣ ରୋକିବାକୁ ଗତବର୍ଷ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌କୁ କଡ଼ାକଡ଼ି କରାଯାଇଥିଲା। ଫଳରେ ୨୦୨୦ରେ ରାଜ୍ୟର ଅନେକ ଜିଲାରେ ସଡ଼କ ଦୁର୍ଘଟଣା ପୂର୍ବାପେକ୍ଷା ହ୍ରାସ ପାଇଛି। କିନ୍ତୁ ଅନୁଗୋଳ ଜିଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦୁର୍ଘଟଣା କମିବା ପରିବର୍ତ୍ତେ ଦ୍ରୁତଗତିରେ ବଢ଼ିଚାଲିଥିବା ଜଣାପଡ଼ିଛି। ଫଳରେ ଏ ଦିଗରେ ବିଗତ ଦିନରେ ପ୍ରଶାସନ ନେଇଥିବା ପଦକ୍ଷେପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୨୦୧୮ରେ ଜିଲାର ବିଭିନ୍ନ ରାସ୍ତାରେ ୪୯୬ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୨୧୫ ଜଣଙ୍କ ଜୀବନହାନି ହୋଇଥିଲା। ପାଖାପାଖି ୪ଶହ ଲୋକ ଆହତ ହୋଇଥିଲେ। ସେହିପରି ୨୦୧୯ରେ ୧୩୨ ଦୁର୍ଘଟଣା ଘଟିଥିବାବେଳେ ୧୧୫ ଜଣଙ୍କ ମୃତ୍ୟୁ ଓ ୮୨ ଜଣ ଆହତ ହୋଇଥିଲେ। ତେବେ ୨୦୨୦ରେ ସଂଖ୍ୟା ବଢ଼ିଯାଇଛି। ଉକ୍ତବର୍ଷ ମୋଟ୍‌ ୧୫୨ଟି ଦୁର୍ଘଟଣାରେ ୧୦୬ ଜଣଙ୍କ ପ୍ରାଣ ଯାଇଛି। ୧୬୨ ଜଣ ଆହତ ହୋଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା, ୨୦୨୦ରେ ଜିଲାରେ ଲକ୍‌ଡାଉନ୍‌ ଓ ଶର୍ଟଡାଉନ୍‌ ଲଗାଯାଇଥିଲା। ଏପରି ସମୟରେ ଦୁର୍ଘଟଣା ସଂଖ୍ୟା ବଢ଼ିବା ନିଶ୍ଚିତ ଚିନ୍ତାର ବିଷୟ ବୋଲି ଜିଲାବାସୀ କହିଛନ୍ତି। ଜାତୀୟ ରାଜପଥ ହେଉ କି ରାଜ୍ୟ ରାଜପଥ, ବ୍ଲକ୍‌ସ୍ପଟ ଚିହ୍ନଟ ହୋଇଥିଲେ ମଧ୍ୟ ସେଠାରେ ଆବଶ୍ୟକ ସତର୍କ ସୂଚନା ଦିଆଯାଉ ନାହିଁ। ଏହା ବ୍ୟତୀତ ଅନେକ ସ୍ଥାନରେ ମରାମତି କାମ କରାଯାଉ ନାହିଁ। ବର୍ଷ ବର୍ଷ ଧରି ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ଅନେକ ଜାଗା ମରଣଯନ୍ତା ପାଲଟିଛି। ଏ ନେଇ ଜିଲାବାସୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ଆବଶ୍ୟକ ଦୃଷ୍ଟି ଦେଉନାହିଁ। ରାସ୍ତାର ବିଭିନ୍ନ ମୋଡ୍‌ରେ କ୍ୟାଟ୍‌ ଆଇ ଦିଆଯାଉ ନାହିଁ। ଶିଳ୍ପ ଜିଲା ହୋଇଥିବାରୁ ପ୍ରଶାସନ ଏଥିପ୍ରତି ଅଧିକ ସତର୍କ ରହିବା କଥା। କିନ୍ତୁ ସଡ଼କ ସୁରକ୍ଷା ନେଇ ହେଉଥିବା ବୈଠକରେ ପ୍ରଶାସନ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଉଥିଲେ ମଧ୍ୟ ଉପଯୁକ୍ତ ପଦକ୍ଷେପ ନିଆଯାଉ ନ ଥିବାରୁ ଦୁର୍ଘଟଣା ସଂଖ୍ୟା ବଢ଼ୁଥିବା ଲୋକେ ମତବ୍ୟକ୍ତ କରିଛନ୍ତି।

ଏଣିକି ଟିମ୍‌ କରିବ ତଦାରଖ
ଜିଲାରେ ଦୁର୍ଘଟଣା ରୋକିବାକୁ ସଡ଼କ ସୁରକ୍ଷା କମିଟି ଅଧ୍ୟକ୍ଷ ତଥା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସ୍ବତନ୍ତ୍ର ଯୋଜନା କରିଛନ୍ତି। ବିଗତ ବର୍ଷରେ ଘଟିଥିବା ଦୁର୍ଘଟଣାର କାରଣ ଖୋଜିବାକୁ ଏକ ଯୁଗ୍ମ ନିରୀକ୍ଷଣ ଟିମ୍‌ ଗଢ଼ା ହୋଇଛି। ଏଥି୍‌ରେ ଦୁର୍ଘଟଣାର ତଦନ୍ତ କରୁଥିବା ପୋଲିସ ଅଧିକାରୀ, ପରିବହନ ବିଭାଗ, ଜାତୀୟ ରାଜପଥ ପ୍ରାଧିକରଣ, ପୂର୍ତ୍ତ ବିଭାଗର ଜଣେ ଲେଖାଏ ଟେକ୍ନିକାଲ ମେମ୍ବର ରହିବେ। ଦୁଘର୍ର୍ଟଣା କେଉଁ କାରଣରୁ ଘଟିଛି, ତାହାର ଅନୁଧ୍ୟାନ ସହ ପ୍ରତିକାର ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ। ଜିଲାରେ ଥିବା ମୋଟ୍‌ ୧୭ଟି ବ୍ଲାକ୍‌ ସ୍ପଟ୍‌ ମଧ୍ୟରୁ କେବଳ ବଅଁରପାଳରୁ ରନ୍ତଲେଇ ମଧ୍ୟରେ ୧୦ଟି ରହିଛି। ଏହାବ୍ୟତୀତ ଜିଲାରେ ବିପଦସଙ୍କୁଳ ସ୍ଥାନ (ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଞ୍ଚଳ) ୩୦ରୁ ୪୦ଟି ଅଛି। ଏହି ସ୍ଥାନଗୁଡ଼ିକ ଉପରେ ମଧ୍ୟ ସ୍ବତନ୍ତ୍ର ନଜର ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ଯୋଜନା ହୋଇଛି। ପ୍ରତି ମାସରେ ହେଉଥିବା ସଡ଼କ ସୁରକ୍ଷା କମିଟି ବୈଠକରେ ଏ ନେଇ ପ୍ରଥମେ ତଦାରଖ କରାଯିବ। ଯେଉଁମାନେ ଖିଲାପ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ହ୍ରାସ ଉପରେ ପ୍ରାଥମିକତା ଦିଆଯିବ
ଅନୁଗୋଳ ଜିଲାରେ କରୋନା ସମୟରେ ଦୁର୍ଘଟଣା ବଢ଼ିବା ଉଦ୍‌ବେଗଜନକ। ତେବେ ଆଗାମୀ ଦିନରେ ଏହାକୁ କିଭଳି ଭାବେ ରୋକାଯିବ, ତାହାକୁ ପ୍ରାଥମିକତା ଦିଆଯିବ। ବ୍ଲାକ ସ୍ପଟ୍‌ ସହ ଅଧିକ ବିପଦସଙ୍କୁଳ ସ୍ଥାନକୁ ଗୁରୁତ୍ୱ ଦିଆଯିବ। ଜିଲାରେ ଦୁର୍ଘଟଣା ଓ ଜୀବନହାନି ହ୍ରାସ ପ୍ରଥମ ଲକ୍ଷ୍ୟ ରହିବ। ଏଥିପାଇଁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରିବାକୁ ଭିନ୍ନ ଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବ।
-ବିଭବ ସାମନ୍ତସିଂହାର, ଆଞ୍ଚଳିକ ପରିବହନ ଅଧିକାରୀ, ଅନୁଗୋଳ

କଦର୍ଯ୍ୟ ରାସ୍ତା ଦାୟୀ
ଅନୁଗୋଳ ଜିଲାରେ ରାଜପଥ ମରଣଯନ୍ତା ପାଲଟିଛି। କେଉଁଠି ନିର୍ମାଣ କାର୍ଯ୍ୟ ଚାଲିଛି ତ ଆଉ କେଉଁଠି ଦୀର୍ଘଦିନ ଧରି ମରାମତି କାର୍ଯ୍ୟ ହୋଇନାହିଁ। ତେଣୁ ଏପରି କଦର୍ଯ୍ୟ ରାସ୍ତା ପାଇଁ ବିଭିନ୍ନ ସମୟରେ ଲୋକଙ୍କ ଜୀବନ ଚାଲିଯାଉଛି। ମରାମତି ସହ ସମ୍ପ୍ରସାରଣ ଶୀଘ୍ର ଶେଷ କଲେ ଦୁର୍ଘଟଣା ସଂଖ୍ୟା କମିବ।
-ରାଜୀବ ଜେନା, କୁଲାଡ଼ ଟ୍ରକ୍‌ ମାଲିକ ସଂଘ ସଭାପତି

ସଚେତନ ନ ରହିଲେ ବଢ଼ିବ
କରୋନା ସମୟରେ ପ୍ରଶାସନ, ପୋଲିସ ଏତେ କଡ଼ା କଟକଣା କରିଥିଲେ ମଧ୍ୟ ଦୁର୍ଘଟଣା ସଂଖ୍ୟା ବଢ଼ିବା ନିଶ୍ଚିତ ଚିନ୍ତାର ବିଷୟ। କେଉଁଠି ନା କେଉଁଠି ସମସ୍ୟା ଥିବାରୁ ଏଭଳି ସ୍ଥିତି ଉପୁଜିଛି। ତେଣୁ ଏଥିପ୍ରତି ଏବେଠାରୁ ସଚେତନ ନ ହେଲେ ଆଗକୁ ସଂଖ୍ୟା ଅଧିକ ବଢ଼ିପାରେ। ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରୁ।
ପ୍ରମୋଦ ପ୍ରଧାନ, ଅନୁଗୋଳ ଟ୍ରକ୍‌ ମାଲିକ ସଂଘ ଉପସଭାପତି

ଠିକ୍‌ ସ୍ଥାନରେ ଲଗାଯାଉନି ସଙ୍କେତ
ଜିଲାରେ ବିଭିନ୍ନ ସ୍ଥାନରେ ରାସ୍ତା କାର୍ଯ୍ୟ ଜାରି ରହିଛି। ସେଥିପାଇଁ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ନିୟମାନୁଯାୟୀ ରାଜପଥରେ ବିଭିନ୍ନ ସଂକେତ ଲଗାଯାଉ ନାହିଁ। ଏହା କରାଯିବା ସହ ଅବମାନନାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ଏହାଦ୍ୱାରା ଦୁର୍ଘଟଣା ରୋକାଯାଇ ପାରିବ।
-ସଂଗ୍ରାମ ଦାସ, ସଡ଼କ ସୁରକ୍ଷା କମିଟି ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri