ପୁରୀ ,୧୨।୧( ଅଜିତ୍ କୁମାର ମହାନ୍ତି): ଶ୍ରୀ ବାଗେଶର ଜନ ସେବା ସେମିତି ଆନୁକୁଲ୍ୟରେ ଲାଇଟ ହାଉସ ସ୍ଥିତ ଏକ ହୋଟେଲ ପରିସରରେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ (ବାଗେଶର ବାବା)ଙ୍କ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପ୍ରବଚନ ଆଜି ବି ଜାରି ରହିଛି। ଏହା ଗତ ୧୦ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବେଳେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରବଚନ ଶୁଣିବାକୁ ଲୋକଙ୍କ ଗହଳି ଲାଗୁଛି। ଏହି ୫ ଦିନିଆ ପ୍ରବଚନ କାର୍ଯ୍ୟକ୍ରମରେ ଶିବ ଲିଙ୍ଗ ନିର୍ମାଣ, ହନୁମାନ ଗାଥା ସହ , ଯଜ୍ଞ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଯୋଗଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଶୋଭାଯାତ୍ରା ୧୦୦୮ ଶ୍ରୀ ବାଗେଶ୍ବର ଧାମ ଶିଷ୍ୟ/ଶିଷ୍ୟାମଣ୍ଡଳୀ ଓଡିଶା ତରଫରୁ ଅନୁଷ୍ଠିତ ହୋଇଛି ବୀରହରେକୃଷ୍ଣ ପୁର ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ହିନ୍ଦୁ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ପଦଯାତ୍ରାରେ ୫୦୦୦ରୁ ଊର୍ଦ୍ଧ୍ୱ ଶିଷ୍ୟ ଶିଷ୍ୟା ଯୋଗଦାନ କରିଥିଲେ ।


