ପରବର୍ତ୍ତୀ ନାଲ୍‌କୋ ଇଡିଙ୍କୁ ନେଇ କଳ୍ପନାଜଳ୍ପନା

ବଅଁରପାଳ,୧୪ା୬(ଉପେନ୍ଦ୍ର ରାଉତ): ଅନୁଗୋଳସ୍ଥିତ ନାଲ୍‌କୋ ଏସ୍‌ଆଣ୍ଡପି କମ୍ପ୍ଲେକ୍ସରେ ପରବର୍ତ୍ତୀ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ (ଇଡି) କିଏ ହେବେ ସେ ନେଇ କଳ୍ପନା ଜଳ୍ପନା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଇଡି ଥିବା ଭୀମସେନ ପ୍ରଧାନଙ୍କ କାର୍ଯ୍ୟକାଳ ଆସନ୍ତା ୩୦ ତାରିଖରେ ଶେଷ ହେଉଥିବାରୁ ନୂଆ ଇଡି ପଦବୀକୁ ନେଇ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ପ୍ରକାଶ ଯେ, ଦାମନଯୋଡିର ଭୀମସେନ ପ୍ରଧାନଙ୍କୁ ନାଲ୍‌କୋ ଏସ୍‌ଆଣ୍ଡ୍‌ପିରେ ଇଡି ଭାବେ ୩ ମାସ ପାଇଁ ଅବସ୍ଥାପିତ କରାଯାଇଥିଲା। ଆସନ୍ତା ୩୦ ତାରିଖରେ ସେ ଅବସର ଗ୍ରହଣ କରିବେ। ତେଣୁ ଜଣେ ସ୍ଥାୟୀ ଇଡିଙ୍କୁ ନିଯୁକ୍ତି ଦେବାକୁ କର୍ମଚାରୀ ମହଲରେ ଦାବି ହେଉଥିବାରୁ ପରବର୍ତ୍ତୀ ଇଡିଙ୍କୁ ନେଇ ନାନା ଆଲୋଚନା ଆରମ୍ଭ ହୋଇଛି। ଏହି ପଦବୀ ହାତେଇବା ପାଇଁ ଅନୁଗୋଳସ୍ଥିତ ନାଲ୍‌କୋର ୨ ଜଣ ମହାପ୍ରବନ୍ଧକ ଓ ଦାମନଯୋଡି ଏବଂ କର୍ପୋରେଟର କେତେଜଣ ଉଚ୍ଚ ଅଧିକାରୀ ଆଶାୟୀ ରହିଥିବା ଚର୍ଚ୍ଚା ହେଉଛି। ଏପରି କି ଏହି ଆଶାୟୀମାନେ ନାଲ୍‌କୋ କର୍ପୋରେଟ୍‌ କାର୍ଯ୍ୟାଳୟରେ ଏବେଠାରୁ ଲବି ଆରମ୍ଭ କରିଦେଇଥିବା ସୂଚନା ମିଳିଛି। ସେହିପରି ନାଲ୍‌କୋ ଏଚ୍‌ଆର୍‌ଡି ଜିଜିଏମ୍‌ ମଣି ପ୍ରସାଦ ସାମଲ ଗତମାସରେ ଅବସର ଗ୍ରହଣ କରିଥିବାରୁ ତାଙ୍କ ସ୍ଥାନ ଖାଲି ପଡିଛି। ଫଳରେ ସିଏସ୍‌ଆର୍‌ କାର୍ଯ୍ୟର ଅଗ୍ରଗତି ହୋଇପାରୁନାହିଁ କି ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କାର୍ଯ୍ୟ ଆଗେଇ ପାରୁନାହିଁ। ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ ହୋଇପାରୁ ନାହିଁ। ତେଣୁ ଉତ୍ତମ ଦକ୍ଷତା ଥିବା ଅଧିକାରୀଙ୍କୁ ନୂତନ ଇଡି ଓ ଜିଜିଏମ୍‌ ଭାବେ ନିଯୁକ୍ତି ଦିଆଯିବା ପାଇଁ କର୍ମଚାରୀ ମହଲରେ ଦାବି ହେଉଛି। ଏପରି କି ସ୍ମେଲଟର ଓ ସିପିପିରେ ବହୁ ସମସ୍ୟା ଥିବାରୁ ଟେକ୍ନିକାଲ ବିଷୟରେ ଜ୍ଞାନ ରଖିଥିବା ଉଚ୍ଚ ଅଧିକାରୀଙ୍କୁ ଇଡି ଭାବେ ଅବସ୍ଥାପିତ କରିବା ପାଇଁ ଶ୍ରମିକ ନେତାମାନଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା ଆଉ ଏକ ଦଳ, ଥରିଲା ବିଶ୍ୱ!

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ୟେମେନର ଇରାନ-ସମର୍ଥିତ ହୁଥି ଗୋଷ୍ଠୀ; ଯାହା ଏପର୍ଯ୍ୟନ୍ତ ପ୍ରାୟତଃ ନୀରବ ରହିଥିଲା ସକ୍ରିୟ ଭାବରେ ସଂଘର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ…

ଯୁଦ୍ଧର ପ୍ରଭାବ: ବେଳକୁ ବେଳ ମହଙ୍ଗା ହେଉଛି ରାସ୍ତା କଡ଼ର ଖାଦ୍ୟ, ସାଧାରଣ ଜନତା ଚିନ୍ତାରେ

ନୂଆଦିଲ୍ଲଈ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ସଂଘର୍ଷ କରୁଛନ୍ତି; ଲୋକମାନେ ଲମ୍ବା ଧାଡ଼ିରେ ଠିଆ…

ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ

ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…

ଆମେରିକା-ଇରାନ ମଧ୍ୟରେ କେବେ ଶେଷ ହେବ ଯୁଦ୍ଧ? ସମୟସୀମା ସ୍ଥିର କଲେ ଟ୍ରମ୍ପ! ଏହି ଦିନ…

ଓ୍ବାଶିଂଟନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ପ୍ରଥମ ଥର ପାଇଁ ସ୍ପଷ୍ଟ ଭାବରେ ସୂଚିତ କରିଛି ଯେ ଇରାନ ବିରୁଦ୍ଧରେ ଏହାର ସାମରିକ ଅଭିଯାନ ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri