Categories: ବାଣିଜ୍ୟ

୧୨ରୁ ବିଭିନ୍ନ ସହରରେ ଗଡ଼ିବ ସ୍ବତନ୍ତ୍ର ଟ୍ରେନ

ନୂଆଦିଲ୍ଲୀ,୧୧।୭: ଭାରତୀୟ ରେଳ ପକ୍ଷରୁ ପଶ୍ଚିମ ଭାରତର ରେଳଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ଗୁଜୁରାଟ, ରାଜସ୍ଥାନ ଓ ଜାମ୍ମୁକାଶ୍ମୀର ଭଳି ଅନେକ ସହରରେ ସ୍ପେଶାଲ ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତି ନେଇଛି। ଏହି ଟ୍ରେନ ଗୁଡିକ ଜୁଲାଇ ୧୨ ତାରିଖରୁ ଚାଲିବ ବୋଲି ଜଣାପଡିଛି। ରେଳବାଇ ପକ୍ଷରୁ କୁହାଯାଇଛି ସଂକ୍ରମଣ ହ୍ରାସ ପାଉଥିବାରୁ ଏହି ସବୁ ସବୁ ରାଜ୍ୟର ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଓଖା-ଜୟପୁର-ଓଖା ଏବଂ ଭବନଗର-ଉଦାମପୁର-ଭବନଗର ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ଟ୍ରେନ୍‌ ନମ୍ବର ୦୯୫୩୭-୦୯୫୩୮, ଓଖା-ଜୟପୁର-ଓଖା ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ୍‌ ନମ୍ବର ୦୯୫୩୭, ସ୍ପେଶାଲ୍‌ ୧୨ ଜୁଲାଇରୁ ପ୍ରତି ସୋମବାର ଦିନ ୨୧.୦୦ ଘଣ୍ଟାରେ ଛାଡିବ ଏବଂ ଆସନ୍ତା ଦିନ ୧୫.୫୦ ଘଣ୍ଟା ମଧ୍ୟରେ ଜୟପୁରରେ ପହଞ୍ଚିବ ବୋଲି ଜଣାପଡିଛି।

Share