Posted inଫୁରସତ

ଶିକ୍ଷା ପାଇଁ ତ୍ୟାଗ

ଗୁରୁଙ୍କୁ ସବୁବେଳେ ଉଚ୍ଚ ଆସନ ଦିଆଯାଇଛି। ଈଶ୍ୱର ଗୁରୁଙ୍କୁ ସୃଷ୍ଟି କରନ୍ତି। ମାତ୍ର ଗୁରୁ ହିଁ ଈଶ୍ୱରଙ୍କୁ ଈଶ୍ୱର ବୋଲି ଚିହ୍ନେଇଥାନ୍ତି। ଆମ ମହାଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ଈଶ୍ୱର ନ ହେଲେ ଈଶ୍ୱରଙ୍କଠୁ ବଡ଼ ଆସନ ଦିଆଯାଇଛି। ସେଥିଲାଗି କୁହାଯାଇଛି- ଗୁରୁଙ୍କୁ ନମଣିବ ନର/ଗୁରୁ ହିଁ ସାକ୍ଷାତ ଈଶ୍ୱର! ଶିକ୍ଷକତା ହେଉଛି ଏକ ଅତି ସାଧୁକର୍ମ। ଏହା ସମାଜର ମେରୁଦଣ୍ଡ ତିଆରି କରେ। ସଂସ୍କୃତି ପରମ୍ପରାର ମୂଳଦୁଆ ପକାଏ। ଦେଶର ଭବିଷ୍ୟତ ତିଆରି କରେ। ଏକଦା ଭାରତର ପୂର୍ବତନ ରାଷ୍ଟ୍ରପ୍ରତି ଏପିଜେ ଅବଦୁଲ କଲାମ୍‌ କହିଥିଲେ ଯେ, ଯଦି ମତେ କେହି ଜଣେ ଶିକ୍ଷକ ଭାବରେ ମନେ ରଖିବ ତା’ହେଲେ ମୁଁ ନିଜକୁ ଗୌରବାନ୍ବିତ ମନେ କରିବି। ଶିକ୍ଷା, ଶିକ୍ଷାଦାନ ତଥା ସମାଜ ପରିବର୍ତ୍ତନରେ ବ୍ରତୀ କେତେଜଣ ଶିକ୍ଷାମନସ୍କ ମଣିଷ ବା ଗୁରୁଙ୍କ ସମ୍ପର୍କରେ…

ସାବିତ୍ରୀ ବାଈ ଫୁଲେ : ଗୁରୁଦିବସ କଥା ମନେପଡ଼ିଲେ ସାବିତ୍ରୀ ଫୁଲେ ଆଖି ଆଗକୁ ଚାଲିଆସନ୍ତି। ୧୮୩୧ରେ ମହାରାଷ୍ଟ୍ରର ସତାରା ଜିଲା ସ୍ଥିତ ନାଇଗଁା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସାବିତ୍ରୀବାଈ ଫୁଲେ। ତାଙ୍କ ମା’ବାପାଙ୍କର ସେ ଥିଲେ ପ୍ରଥମ ସନ୍ତାନ। ସେ ବିବାହ କରିଥିଲେ ଜ୍ୟୋତି ରାଓଙ୍କୁ। ବ୍ରିଟିଶ୍‌ ଉପନିବେଶ ଅନ୍ତର୍ଭୁକ୍ତ ଭାରତରେ ନାରୀ ଶିକ୍ଷାର ପ୍ରଚାର କଥା ଯେତେବେଳେ ଆଲୋଚିତ ହୁଏ ସେତେବେଳେ ସାବିତ୍ରୀବାଈ ଫୁଲେଙ୍କ ନାମ ସବୁଠୁ ଆଗରେ ଆସିଥାଏ। ଊନବିଂଶ ଶତାବ୍ଦୀ ଥିଲା ଭାରତ ପାଇଁ ଘଡ଼ିସନ୍ଧି ମୁହୂର୍ତ୍ତ। ସେତେବେଳେ ନାରୀଶିକ୍ଷା କଥା କହିଲେ ଲୋକମାନେ କାନରେ ହାତ ଦେଉଥିଲେ। ସେହି ସମୟରେ ବି ତାଙ୍କର ଆଗ୍ରହ ଥିବା ଜାଣି ସ୍ବାମୀ ଜ୍ୟୋତି ରାଓ ତାଙ୍କୁ ପାଠପଢ଼ିବାରେ ସାହାଯ୍ୟ କଲେ। ସେ ଖାଲି ପାଠ ପଢ଼ିଲେନି; ଅଧିକନ୍ତୁ ଶିକ୍ଷାଦାନକୁ ତାଙ୍କର ବୃତ୍ତି ଭାବରେ ମଧ୍ୟ ଗ୍ରହଣ କରିନେଲେ। ତାଙ୍କୁ ଭାରତର ପ୍ରଥମ ମହିଳା ଶିକ୍ଷକ ବୋଲି କୁହାଯାଇଥାଏ। ୧୮୪୮ରେ ସେ ମାତ୍ର ଆଠଜଣ ଝିଅଙ୍କୁ ନେଇ ଗୋଟିଏ ସ୍କୁଲ କରି ସେଠାରେ ଶିକ୍ଷାଦାନ ଆରମ୍ଭ କରିଥିଲେ। ଝିଅମାନଙ୍କୁ ପାଠ ପଢ଼ାଇ ସେ ସମାଜ ଓ ସଂସ୍କୃତିକୁ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ କରି ଲୋକମାନେ ତାଙ୍କୁ ଯିବାଆସିବା ବାଟରେ ପଚାଅଣ୍ଡା, ଟମାଟୋ, ଗୋବର, ଟେକାପଥର ମାଡ଼ କରୁଥିଲେ। ଏସବୁ ପ୍ରତି ତାଙ୍କର ଖାତିର ନଥିଲା। ସେ ନିଜ ଜିଦ୍‌ରେ ଅଟଳ ଥିଲେ। ସେତିକିନୁହେଁ, ସେ ସ୍ତ୍ରୀଲୋକମାନଙ୍କୁ ପାଠ ପଢ଼େଇବାକୁ ମଧ୍ୟ ଏକ ସ୍କୁଲ ଖୋଲିଥିଲେ। ତାଙ୍କର ଶିକ୍ଷାଦାନ କୌଶଳ ଏତେ ସରଳ ଥିଲା ଯେ, ପ୍ରତ୍ୟେକ ଦିନ ନୂଆ ନୂଆ ମହିଳା ଓ ଝିଅ ଆସି ସ୍କୁଲ୍‌ରେ ଯୋଗ ଦେଉଥିଲେ। ଆଜି ନାରୀଶିକ୍ଷାକୁ ନେଇ ଭାରତରେ ଯେଉଁ ନାରାବାଜି ଦିଆଯାଉଛି ସାବିତ୍ରୀବାଈ ଫୁଲେ ଯେ ତାହାର ଥିଲେ କର୍ଣ୍ଣଧାର ସେକଥାକୁ ଅସ୍ବୀକାର କରାଯାଇପାରିବ ନାହିଁ।

ଅନ୍ନପୂର୍ଣ୍ଣା ମୋହନ : ତାଙ୍କ ସାମ୍ନାରେ ଦୁଇଟି ରାସ୍ତା ଥିଲା। ସେ ଚାହିଁଥିଲେ କୌଣସି ନା କୌଣସି ଏକ କର୍ପୋରେଟ୍‌ କମ୍ପାନିରେ ଚାକିରି କରିପାରିଥାନ୍ତେ। ମୋଟାଅଙ୍କର ଦରମା, ବିଳାସବ୍ୟସନ କିଛି ବି ଅଭାବ ରହିନଥାନ୍ତା। ଏକ ସୁରକ୍ଷିତ ଭବିଷ୍ୟତ ବି ତାଙ୍କ ପାଖରେ ଛାଇଭଳି ଲାଗି ରହିଥାନ୍ତା। ଦ୍ୱିତୀୟଟି ଥିଲା ଶିକ୍ଷାଦାନ। ଏଥିରେ ନା ଥିଲା ଭବିଷ୍ୟତ, ନା ଥିଲା ମୋଟା ଦରମା, ନା ଥିଲା ଆରାମଦାୟକ ଜୀବନ, ନା ଥିଲା ବିଳାସବ୍ୟସନର ସଂକେତ। ବରଂ ଥିଲା ଏକ ଅନିଶ୍ଚିତ ଭବିଷ୍ୟତର ରାସ୍ତା। ମାତ୍ର ସେ ଶିକ୍ଷାଦାନକୁ ନିଜର ବୃତ୍ତି ଭାବରେ ଚୟନ କଲେ। ଏହା ତାଙ୍କ ପାଇଁ ବୃତ୍ତି ନଥିଲା; ଥିଲା ସେବା। ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ଦ୍ୱାରା ହିଁ ଆମ ସମାଜର ମାନରେ ବୃଦ୍ଧି ଘଟିବ। ଏହାଦ୍ୱାରା ସୁସ୍ଥ ତଥା ସଚେତନ ନାଗରିକ ତିଆରି କରାଯାଇପାରିବ। ବାସ୍‌, ଅନ୍ନପୂର୍ଣ୍ଣା ମୋହନ ଚାଲିଆସିଲେ ଶିକ୍ଷାକୁ ନେଇ ସେବା କରିବାକୁ। ତାମିଲନାଡୁର କନ୍ଧଡୁଠାରେ ପ୍ରତିଷ୍ଠା କଲେ ତାଙ୍କ ସ୍ବପ୍ନ ଶିକ୍ଷାନୁଷ୍ଠାନ। ଆଜି ସେହି ଶିକ୍ଷାନୁଷ୍ଠାନ ପଞ୍ଚାୟତ ୟୁନିୟନ୍‌ ପ୍ରାଇମେରି ସ୍କୁଲ୍‌ ଭାବରେ ପରିଚିତ। ଯେକୌଣସି ସରକାରୀ ବିଦ୍ୟାଳୟ ଏହା ତୁଳନାରେ କିଛି ନୁହେଁ। ତାଙ୍କର ଶିକ୍ଷାଦାନ ପଦ୍ଧତି ଏଭଳି ସରଳ ତଥା ଉଚ୍ଚକୋଟୀର ଯେ, ପିଲାଏ କେବଳ ତାଙ୍କରି ମୁହଁକୁ ଅନେଇ ବସିଥାନ୍ତି। ଅନ୍ନପୂର୍ଣ୍ଣା କହନ୍ତି, ଆଜି କର୍ପୋରେଟ କମ୍ପାନିରେ ଚାକିରି କରିଥିଲେ ସେ ଅବଶ୍ୟ ଅନେକ ଭଲରେ ଥାଆନ୍ତେ। ମାତ୍ର ତାଙ୍କୁ ଆତ୍ମସନ୍ତୁଷ୍ଟି ମିଳି ନ ଥାନ୍ତା, ଯାହା ଆଜି ତାଙ୍କୁ ଭରପୂର ମିଳିଯାଉଛି।

କେଶବ ସରଣ : ଯଦି ମନୋବଳ ଦୃଢ଼ ଓ ଉଦ୍ୟମ ବଡ଼ ହୁଏ ତା’ହେଲେ ଯେତେ ବାଧାବିଘ୍ନ ଆସିଲେ ସୁଦ୍ଧା ସଫଳତା ପଦ ଚୁମ୍ବନ ଦେଇଥାଏ। ଏହି କଥାର ଏକ ଉଦାହରଣ ହେଉଛନ୍ତି ଉତ୍ତର ପ୍ରଦେଶ ସ୍ଥିତ ରାମପୁରର କେଶବ ଶରଣ। ଏକଦା ମାତ୍ର ପାଞ୍ଚ ଛ’ଜଣ ପିଲାଙ୍କୁ େଇ ଗୋଟିଏ ଚାଟଶାଳୀ ଆରମ୍ଭ କରିଥିଲେ। ମାତ୍ର ତାହା ଆଜି ଏକ ବିଶାଳ ଶିକ୍ଷାନୁଷ୍ଠାନ। କେଶବ ଶରଣ ଏକଦା ଖୋଲିଥିବା ଚାଟଶାଳୀ ଆଜି ଏକ ଇଣ୍ଟରମିଡିଏଟ୍‌ କଲେଜରେ ପରିଣତ ହୋଇଛି। ଏହାର ଛାତ୍ରୀଛାତ୍ର ସଂଖ୍ୟା ହେଉଛନ୍ତି ୧,୩୨୦। କେଶବ ଶରଣ ଯେତେବେଳେ ତାଙ୍କର ଚାଟଶାଳୀ ଆରମ୍ଭକଲେ ସେତେବେଳେ ତାଙ୍କୁ ମିଳିଥିଲେ ମାତ୍ର ପାଞ୍ଚ ଛ’ଜଣ ପିଲା। ଏହା ଅବଶ୍ୟ ତାଙ୍କ ପାଇଁ ଖୁବ୍‌ ନୈରାଶ୍ୟଜନକ ଥିଲା। ମାତ୍ର ସେ ହତୋତ୍ସାହିତ ହୋଇ ନଥିଲେ। ସେଇ ପାଞ୍ଚ/ଛ’ ଜଣଙ୍କୁ ସେ ପାଠ ପଢ଼ାଇଲେ। ତାଙ୍କର କଥାଗୁଡ଼ିକ ଏତେ ମଧୁର ଆଉ ପାଠପଢ଼ାର ଶୈଳୀ ଏତେ ସୁନ୍ଦର ଥିଲା ଯେ ଧୀରେ ଧୀରେ ପିଲାଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା। ଦୁଇମାସ ଭିତରେ ତାଙ୍କ ଚାଟଶାଳୀରେ ପିଲାଙ୍କ ସଂଖ୍ୟା ଯାଇ ପହଞ୍ଚତ୍ଲା ୧୫୦ରେ। ଏଥିରେ ସେ ଏତେ ମାତ୍ରାରେ ଉତ୍ସାହିତ ହୋଇଥିଲେ ଯେ, ସଙ୍ଗେସଙ୍ଗେ ଗୋଟିଏ ଫର୍ମାଲ ସ୍କୁଲ ଆରମ୍ଭ କରିଦେଲେ। ତାଙ୍କର ଚାରିଏକର ପରିମିତର ଗୋଟିଏ ମାତ୍ର ଚାଷଜମି ରହିଥିଲା। ସେଇଥିରୁ ତାଙ୍କର ଗୁଜରାଣ ମେଣ୍ଟୁଥିଲା। ମାତ୍ର ସେଠାରେ ଏକ ଜୁନିଅର ହାଇସ୍କୁଲ ଆରମ୍ଭ କରିଦେଲେ। ପରେ ପରେ ଶିକ୍ଷା ବିଭାଗରେ ତାଲିମ ନେଇ ତାଙ୍କ ସହିତ ଆସି ଯୋଗଦେଲେ ତାଙ୍କର ପୁଅଝିଅ। ପରେ ଏହା ଇଣ୍ଟର କଲେଜରେ ପରିଣତ ହେଲା। ସମ୍ପ୍ରତି ଏହାର ନାମ କେଶବ ଇଣ୍ଟର କଲେଜ ରଖାଯାଇଛି। ଜଣେ ନିଜସ୍ବ ଉଦ୍ୟମରେ କ’ଣ କରିପାରେ ତାହାର ଏକ ନମୁନା ହେଉଛନ୍ତି କେଶବ ଶରଣ।

ଇମ୍ରାନ୍‌ ଖଁା : ରାଜସ୍ଥାନର ଅଲଓ୍ବାର ନିବାସୀ ହେଉଛନ୍ତି ଇମ୍ରାନ୍‌ ଖଁା। ବୃତ୍ତି ଶିକ୍ଷକତା। ସେ ଜଣେ ସଂସ୍କୃତ ଶିକ୍ଷକ। ନିଶା କିନ୍ତୁ ଆପ୍‌ ତିଆରି। ଗୋଟିଏ ନୁହେଁ କି ଦୁଇଟା ନୁହେଁ, ସେ ତିଆରି କରିଛନ୍ତି ୫୨ଟି ଏଜୁକେଶନାଲ୍‌ ଆପ୍‌। ଆଉ ଇ-ଲର୍ଣ୍ଣିଂ ତଥା ଡିଜିଟାଲ ଇଣ୍ଡିଆରେ ସହାୟକ ହେବ ବୋଲି ସେସବୁ ଆପ୍‌କୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ପ୍ରଦାନ କରିଛନ୍ତି। ତାଙ୍କର ଆପ୍‌ ସବୁ ୩୦ ଲକ୍ଷ ଡାଉନ୍‌ଲୋଡ଼ ହୋଇ ସାରିଛି। ପ୍ରତିଦିନ ଚାରିକୋଟିରୁ ଊର୍ଦ୍ଧ୍ୱ ସେସବୁକୁ ଦେଖିଥାନ୍ତି।
ଏହି ଉଚ୍ଚାକାଂକ୍ଷୀ ମହତ ମଣିଷମାନଙ୍କ ବିଷୟରେ ଶେଷରେ ଏତିକି କଥା କୁହାଯାଇପାରିବ ଯେ ଶିକ୍ଷାକୁ ଆଗେଇ ନେବା ପାଇଁ ଯେଉଁ ଗୁରୁ ପରମ୍ପରା ଆମର ଏଇ ମହାଭାରତୀୟ ସଂସ୍କୃତି ଆରମ୍ଭ କରିଦେଇଯାଇଛି ଏମାନେ ତାହାର ଜଣେ ଜଣେ ସାର୍ଥକ ସାରଥି। -ରାଜେନ୍ଦ୍ର ରାଉଳ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri