Posted inଫୁରସତ

ସଂଗ୍ରାହକ ସୌମ୍ୟରଞ୍ଜନ

ଆଜକୁ ପ୍ରାୟ ୧୨ବର୍ଷ ବିତିସାରିଲାଣି ସେ ବିଭିନ୍ନ ସ୍ଥାନରୁ ସଂଗ୍ରହକରି ଆଣିଥାନ୍ତି ନାନାପ୍ରକାରର ପୁରୁଣା ଟଙ୍କା ଓ ଅନ୍ୟାନ୍ୟ ପତ୍ରପତ୍ରିକା। ଏମିତି ନିଶା ତାଙ୍କୁ ଦେଇଛି ନିଆରା ପରିଚୟ, ସେ ହେଲେ ଭୁବନେଶ୍ୱର ଭିଏସ୍‌ଏସ୍‌ ନଗରର ସୌମ୍ୟରଞ୍ଜନ ମହାନ୍ତି। ସେକୁହନ୍ତି, ପ୍ରଥମେ ପିଲାଦିନୁ କେତୋଟି ମୁଦ୍ରା ଘରେ ସାଇତି ରଖିଥିଲି । କିନ୍ତୁ ଏକ ଘରୋଇ କମ୍ପାନୀରେ କାର୍ଯ୍ୟକରୁଥିବା ବେଳେ ବିଭିନ୍ନ ସମୟରେ ସେଠାକୁ ଆସୁଥିବା ବିଦେଶୀରାଷ୍ଟ୍ରର ଅତିଥିମାନଙ୍କଠାରୁ ସେମାନଙ୍କ ଦେଶର ମୁଦ୍ରା ଓ ଅନ୍ୟାନ୍ୟ ପତ୍ରପତ୍ରିକା ସଂଗ୍ରହ କରିବା ଅଭ୍ୟାସରେ ପଡ଼ିଗଲି। ଏଥିଯୋଗୁ ବିଭିନ୍ନ ଦେଶବିଦେଶର ପୁରୁଣା ଡାକଟିକଟ, ବିଭିନ୍ନ ଦେଶର ମୁଦ୍ରା ସଂଗ୍ରହ କରିବା ଏକ ନିଶାପାଲଟି ଯାଇଛି। ପ୍ରାୟ୨୦୧୦ମସିହାରୁ ସେ ଏହି କାମ କରିଆସୁଛନ୍ତି । ଏଥିପାଇଁ ତାଙ୍କୁ ପ୍ରାୟ ୨୪୨ଟି ଦେଶର ବିଭିନ୍ନ ବିଦେଶୀମୁଦ୍ରା ଓ ଏହା ବ୍ୟତୀତ ବ୍ରିଟିଶ ଶାସନ ସମୟର କେତେକ ମୁଦ୍ରା ସାଇତି ରଖିଛନ୍ତି। ଇଷ୍ଟଇଣ୍ଡିଆ କମ୍ପାନୀର କେତୋଟି ମୁଦ୍ରା ମଧ୍ୟ ସ୍ଥାନ ପାଇଛି ଓ ତା’ ସହିତ ଭାରତ ସ୍ବାଧୀନତା ପରେ ବିଭିନ୍ନ ପ୍ରକାରର ମୁଣ୍ଡ ରହିଥିବା ଆଉକେତେକ ମୁଦ୍ରା ସଂଗ୍ରହକରି ରଖିଛନ୍ତି। ଏପରିକି ବିଭିନ୍ନ ଦିଆସିଲ ଖୋଳ ପ୍ରାୟ ୪୮୦୦ରୁ ଅଧିକ ସାଇତିଥିବା ବେଳେ କିଛି ସ୍ବତନ୍ତ୍ରତାଥିବା ଦିଆସିଲ ଖୋଳକୁ ରଖିଛନ୍ତି, ସେଥି ମଧ୍ୟରେ ସଲମାନ ଖାନ, ବିରାଟ କୋହଲି, ବୁମରା, ରୋନାଲ୍ଡଙ୍କ ଭଳି ଖେଳାଳି, ନେତାଜୀ ଏବଂ ଜଗନ୍ନାଥ ମନ୍ଦିର ସହ ବିଭିନ୍ନ ଦେବଦେବୀଙ୍କର ରହିଛି ।

ପ୍ରାୟ୧୦୦ଟି ବିଦେଶୀ ଡାକଟିକଟ ସହିତ ସମସ୍ତ ଅଲିମ୍ପିକ ଖେଳର ଡାକଟିକଟ, ବିଭିନ୍ନ ପ୍ରକାର ଖେଳର ଡାକଟିକଟ, ବିଭିନ୍ନ ଦେବଦେବୀ, ସ୍ବାଧୀନତା ସଂଗ୍ରମୀ, ରାଷ୍ଟ୍ରପତି, ପ୍ରଧାମନ୍ତ୍ରୀ, ବିଶ୍ୱବିଦ୍ୟାଳୟ, ସ୍ବତନ୍ତ୍ର ଦିବସ ଓ ବିଭିନ୍ନ ପ୍ରକାରର ଐତିହାସିକ ସ୍ଥାନର ଡାକଟିକଟ ସଂଗ୍ରହାଳୟରେ ରହିଛି । ତା’ ସହିତ ବିଭିନ୍ନ ପ୍ରକାରର ଅନ୍ତର୍ଜାତୀୟ ଖେଳର ଖେଳଟିକଟ, ଡାକବିଭାଗ ସମ୍ପର୍କିତ କେତେକ ପୁରୁଣା ସ୍ମୃତି ସବୁ ସଂଗ୍ରହ କରି ରଖାଯାଇଛି । ଯେପରି କି ଟେଲିଗ୍ରାମ, ଡାକ ଗ୍ରୀଟିଙ୍ଗ୍‌ସ,
ସବୁ ରହିଛି , ତା ସହିତ ଆରୋଗ୍ରାମ, ବିଭିନ୍ନ ପୋଷ୍ଟ କାର୍ଡ ଆଦି ରହିଛି ।

୫୦୦ରୁ ଅଧିକ ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ କାର୍ଡ ରହିଛି। ଯେପରି କି ଅଫର୍‌ କାର୍ଡ ଗିଫ୍ଟ, ମେଟ୍ରୋ ଗିଫ୍ଟ କାର୍ଡ, ଟେଲିଫୋନ କାର୍ଡ ସମେତ ବିଭିନ୍ନ ପ୍ରକାରର ପୁରୁଣା ରେଳ ଟିକଟ, ଓଜନ ମେଶିନ ଟିକଟ ରହିଛି। ବିଭିନ୍ନ ପ୍ରକାରର ଖବରକାଗଜ ରହିଛି। ଯାହା ଇଂଲିଶ, ଓଡ଼ିଆ, ତେଲୁଗୁ,ହିନ୍ଦୀ, ବେଙ୍ଗଲି, ତାମିଲ, ମରାଠୀ, ଗୁଜରାଟୀ ଆଦି ଭାଷାରେ ଖବରକାଗଜ ରହିଥିବା ବେଳେ ପିଲା ମାନଙ୍କ ପୁରୁଣା ପତ୍ରିକା ଜହ୍ନମାମୁ ଓ ପେପର କଟିଙ୍ଗଗୁଡ଼ିକ ରହିଛି ।

ରକ୍ତଦାନ ଉପରେ ମେଘଦୂତ ପୋଷ୍ଟକାର୍ଡ, ପ୍ରଥମଦିବସର ପ୍ରଚ୍ଛଦ ଓ ମଣିଷର ବିଭିନ୍ନ ଅଙ୍ଗ ଉପରେ ଡାକଟିକଟ ସାଇତି ରଖିବାର ପ୍ରୟାସ ଜାରି ରଖିଛି। ଏମିତି ସବୁ ପୁରୁଣା ସାମଗ୍ରୀକୁ ଦେଖିବା ପାଇଁ ଅନେକ ସମୟରେ ସ୍କୁଲକଲେଜର ପିଲାମାନେ ଘରକୁ ଆସୁଛନ୍ତି। ସଂଗ୍ରହକରି ସାଇତି ରଖିଥିବା ବିଭିନ୍ନ ପୁରୁଣା ସାମଗ୍ରୀକୁ ସୁରକ୍ଷିତଭାବେ ଏକ ମ୍ୟୁଜିୟମରେ ସଜାଇରଖିବାର ଲକ୍ଷ୍ୟ ରଖିଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri