Odisha Elections 2024
Posted inଫୁରସତ

ଜୀଇଁ ଥିବାଯାଏ ଗାଉଥିବି: କଣ୍ଠଶିଳ୍ପୀ ମାନସୀ ପାତ୍ର

ପିଲାଟି ଦିନରୁ ସେ ଗୀତ ବୋଲିବାକୁ ଖୁବ୍‌ ଭଲ ପାଉଥିଲେ। ଯେବେ କିଏ ଲକ୍ଷ୍ମୀପୁରାଣ କି ସାବିତ୍ରୀ ବ୍ରତ କିମ୍ବା ରାଧାକୃଷ୍ଣ ବ୍ରତ ଆଦି ବହି ପଢ଼ିବାକୁ ଡାକୁଥିଲେ ସେ ଖୁସୀ ହୋଇପଡ଼ୁଥିଲେ । ସ୍କୁଲ ବୟସରୁ ସଂଗୀତ ଶିଖିବାର ନିଶା ଆଜି ତାଙ୍କୁ ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀର ମାନ୍ୟତା ଦେଇଛି । ତାଙ୍କରି ସୁମଧୁର କଣ୍ଠ ସ୍ବରରେ – ବଉଳା ଗାଈର ଚାନ୍ଦ ବାଛୁରି, ହାଏରେ ହାଏ ମୋ କହ୍ନେଇ ରାଜା.., ପ୍ରଭାତୁ ଉଠିବୁ ଆଲୋ ସଜୋନୀ ମୋର ଏବଂ କଳା ଯାଦୁଗର ଆଦି ଏମିତି ଏକାଧିକ ଲୋକପ୍ରିୟ ଭଜନର କଣ୍ଠସ୍ବର ଓଡ଼ିଶାର ଘରେ ଘରେ ସୁପରିଚିତ ହୋଇପାରିଛି। ସେ ହେଲେ ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ମାନସୀ ପାତ୍ର। ପିତା ଭୋଳାନାଥ ପାତ୍ର, ମାତା ଶୋଭାରାଣୀ ପାତ୍ର। ଘର ବାଲେଶ୍ୱର ଜିଲାର ଜାଗୁଳି ଠାରେ। ସେ କୁହନ୍ତି, ମା,ବାପାଙ୍କର ମୁଁ ଏକମାତ୍ର ଝିଅ । ଘରର ପ୍ରତି କାନ୍ଥବାଡ଼ ସତେଯେମିତି କଳାସଂସ୍କୃତିକୁ ଜାବୁଡ଼ି ଧରିଥିଲା। ମୋ ବାପାଥିଲେ ଜଣେ ଶିକ୍ଷକ। ହେଲେ ସେ ନାଟକ ଓ ଡ୍ରାମା ଆଦିରେ ନିର୍ଦ୍ଦେଶନା ଦେଉଥିଲେ। ମୋର ପଞ୍ଚମ ଶ୍ରେଣୀରୁ ଗୀତ, ନାଚପ୍ରତି ପ୍ରବଳ ଆଗ୍ରହ ହେଲା। ଗୁରୁ ବନମାଳୀ ଜେନା ଏବଂ ବାସୁଦେବ ଗୋଚ୍ଛାୟତଙ୍କ ପାଖରୁ ଗୀତ ଶିଖିଲି। ତା’ ସହିତ ଓଡ଼ିଶୀ , ସମ୍ବଲପୁରୀ ନୃତ୍ୟ ମଧ୍ୟ ଶିଖିଲି। କିନ୍ତୁ ପରିବାର ଗୀତକୁ ଅଧିକା ସ୍ବୀକୃତି ଦେଲେ। ସେଇଠୁ ଆରମ୍ଭ ହେଲା ବିଧିବଦ୍ଧ ସଂଗୀତ ଶିକ୍ଷା। ସେତେବେଳ ଯେଉଁଠି କିଛି ସଂଗୀତ କାର୍ଯ୍ୟକ୍ରମ ହେଉଥିଲା ଅଂଶଗ୍ରହଣ କରୁଥିଲି। ଆମ ଅଞ୍ଚଳର ପ୍ରାୟ ସବୁ ସ୍କୁଲ ଓ କଲେଜରେ ସଂଗୀତ ପ୍ରତିଯୋଗିତାରେ ପ୍ରଥମ ହେବାରୁ ମନୋବଳ ଦୃଢ଼ ହେଲା। ମୋ ବାପାଙ୍କର ଇଚ୍ଛାଥିଲା ମୁଁ ଜଣେ ଅଧ୍ୟାପିକା ହେବି। ତେଣୁ ପିଜି କରିବି ବୋଲି ଭୁବନେଶ୍ୱର ଆସିଲି। ସେତେବେଳେ ଇଟିଭିର ମହ୍ଲାର କାଯର୍‌ୟକ୍ରମରେ ଅଂଶଗ୍ରହଣ କରିଲି। ରାଖଲ ମହାନ୍ତି, ରାଧାକାନ୍ତ ନନ୍ଦ ଓ ସିକନ୍ଦର ଆଲାମ ପ୍ରମୁଖ ଜଣାଶୁଣା କଳାକାରମାନଙ୍କ ଗହଣରେ ଭଜନଗାଇବାର ଅନୁଭୂତି ଥିଲା ଭିନ୍ନ। ଆଜିଯାଏ ଏହାକୁ ମନରେ ସାଇତି ରଖିତ୍ଛି। ଆଉ ସେବେଠୁ ପଛକୁ ଫେରିନି। ଏହାପରେ ଆକାଶବାଣୀରେ ସ୍ବୀକୃତିପ୍ରାପ୍ତ ଗାୟିକାଭାବେ ପରିଚିତ ହେଲି। ତା’ ପରଠୁ ଆଜି ଯାଏ କେବଳ ୧୭ବର୍ଷ ଧରି ଭଜନ ହିଁ ଗାଇ ଚାଲିଛି। ବାହାଘର ପରେ ଭୁବନେଶ୍ୱର ଚାଲି ଆସିଲି। ବାପାଙ୍କ ପରେ ସ୍ବାମୀ ପ୍ରଭାତକୁମାର ନାୟକ ହିଁ ମତେ ସଂଗୀତ କ୍ଷେତ୍ରରେ ଆଗକୁ ନେବାରେ ସାହାଯ୍ୟ କରିଛନ୍ତି। ସେତେବେଳେ ସ୍ବାମୀଙ୍କୁ ବିଦେଶ ଯିବା ପାଇଁ ବହୁତ ଅଫର ଆସିଥିଲା କିନ୍ତୁ ମୋ ପାଇଁ ସେ ଭୁବନେଶ୍ୱରରେ ରହିଲେ। ମୋର ପ୍ରଥମ ଭଜନ ଆଲବମ୍‌- ‘ମୋହ ମାୟା ଅଢେଇଦିନ’ ମୋତେ ଘରେ ଘରେ ପରିଚିତ କରାଇଥିଲା। ମୋତେ କରିଦେ କଳାତୁଳସୀ, ବଉଳା ଗାଈର ଚାନ୍ଦବାଛୁରି, ପ୍ରଭାତୁ ଉଠିବୁ ଆଲୋ ସଜୋନୀ ମୋର ଆଦି ଗୀତ ମତେ ସ୍ବତନ୍ତ୍ର ପରିଚୟ ଦେଲା। ତା’ ପରେ କଟକରେଗୁରୁବିଶ୍ୱନାଥ ମିଶ୍ରଙ୍କଠୁ ପୁଣି ସଂଗୀତ ଶିକ୍ଷା ଆରମ୍ଭକଲି। ଆଉ ଭଜନ କ୍ୟାସେଟ୍‌ରେ ଗୀତ ଗାଇ ଚାଲିଲି। ଓଟିଭି ଦାମିନୀ ଧାରାବାହିକର ଟାଇଟଲ ସଙ୍ଗ ଗାଇବା ସହ ବେଷ୍ଟ ସିଙ୍ଗର ପୁରସ୍କାର ମତେ ମିଳିଥିଲା। ଏହାଛଡା ଡିଡି-୧ରେ ଗାଁ ସିରିଏଲର ଟାଇଟଲ ସଙ୍ଗ୍‌ ଓ ଭଜନଅନ୍ତାକ୍ଷରୀ ମତେ ଘରେ ଘରେ ପରିଚିତ କରାଇଛି। ଭଜନ – ବଡ଼ଦାଣ୍ଡେ ଜଗା ଝୁଲିଝୁଲି ଆସୁଛି ସଂଗୀତ ବେଶ୍‌ ଲୋକପ୍ରିୟ ହୋଇଥିଲା। ଭାବବନ୍ଧନ କ୍ୟାସେଟର ଗୀତ -ହାଏରେ ହାଏମୋ କହ୍ନେଇ ରାଜା କୁଆଡ଼େଗଲା, ଜନ୍ମରୁ ମରଣ ଅଢ଼େଇ ଦିନ, କଳା ଯାଦୁଗର, ଯାବୁଡ଼ି ଧରିବି କାଳେ ପାଦକୁ ତୋର ଆଦି ଲୋକଙ୍କ ମନକୁ ଛୁଇଁ ଥିଲା। ଆଜିଯାଏ ପ୍ରାୟ୫ଶହରୁ ଉର୍ଦ୍ଧ୍ୱ ଭଜନ ଗାଇ ସାରିଛି ।
ପଦ୍ମଶ୍ରୀ ରଜତ କରଙ୍କ ସହିତ ଭାଗବତ ଗାଇଛି। ସବୁଠୁ ବଡ଼ କଥା ହେଲା ଜଣେ କଳାକାର ଭାବରେ ସ୍ମୃତି ମଧୁର ହେବାପରି ଗୀତ ଗାଇବାରେ ମୁଁ ବିଶ୍ୱାସ କରେ। ତା’ ବଦଳରେ ଶ୍ରୋତାଙ୍କଠାରୁ ଅନେକ ଭଲ ପାଇବା ସମ୍ମାନ ଆଉ ଆଶୀର୍ବାଦ ମିଳୁଛି। ସବୁଠାରୁ ବଡ଼ କଥା ହେଲା ସ୍ବାମୀ, ମୋର ଦୁଇ ଝିଅ, ଶାଶୁ ମା’ଙ୍କୁ ନେଇ ଗଡ଼ି ଚାଲିଛି ମୋର ସୁଖର ସଂସାର। ଏତିକି ଆଶା ବିଞ୍ଚତ୍ଥିବା ଯାଏ ଭଜନ ଗାଉଥିବି। ଏମିତିରେ ମୋର ଗୋଟିଏ ପ୍ରିୟ ଗୀତ ବି ଅଛି-ଜିଇ ଥିବାଯାଏ ଗାଉଥିବି ମୁହିଁ ,ଭଜନ ଜଣାଣ ପ୍ରଭୁ ତୁମ ପାଇଁ …। ମୋ ସଂଗୀତମୟ ଜୀବନର ରାସ୍ତା ଆଜି ପଯର୍‌ୟନ୍ତ ଭାବ ଭକ୍ତିକୁ ନେଇ ପ୍ରଭୁଙ୍କ ପାଖରେ ସମର୍ପିତ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri