Posted inଫୁରସତ

ଜୀଇଁ ଥିବାଯାଏ ଗାଉଥିବି: କଣ୍ଠଶିଳ୍ପୀ ମାନସୀ ପାତ୍ର

ପିଲାଟି ଦିନରୁ ସେ ଗୀତ ବୋଲିବାକୁ ଖୁବ୍‌ ଭଲ ପାଉଥିଲେ। ଯେବେ କିଏ ଲକ୍ଷ୍ମୀପୁରାଣ କି ସାବିତ୍ରୀ ବ୍ରତ କିମ୍ବା ରାଧାକୃଷ୍ଣ ବ୍ରତ ଆଦି ବହି ପଢ଼ିବାକୁ ଡାକୁଥିଲେ ସେ ଖୁସୀ ହୋଇପଡ଼ୁଥିଲେ । ସ୍କୁଲ ବୟସରୁ ସଂଗୀତ ଶିଖିବାର ନିଶା ଆଜି ତାଙ୍କୁ ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀର ମାନ୍ୟତା ଦେଇଛି । ତାଙ୍କରି ସୁମଧୁର କଣ୍ଠ ସ୍ବରରେ – ବଉଳା ଗାଈର ଚାନ୍ଦ ବାଛୁରି, ହାଏରେ ହାଏ ମୋ କହ୍ନେଇ ରାଜା.., ପ୍ରଭାତୁ ଉଠିବୁ ଆଲୋ ସଜୋନୀ ମୋର ଏବଂ କଳା ଯାଦୁଗର ଆଦି ଏମିତି ଏକାଧିକ ଲୋକପ୍ରିୟ ଭଜନର କଣ୍ଠସ୍ବର ଓଡ଼ିଶାର ଘରେ ଘରେ ସୁପରିଚିତ ହୋଇପାରିଛି। ସେ ହେଲେ ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ମାନସୀ ପାତ୍ର। ପିତା ଭୋଳାନାଥ ପାତ୍ର, ମାତା ଶୋଭାରାଣୀ ପାତ୍ର। ଘର ବାଲେଶ୍ୱର ଜିଲାର ଜାଗୁଳି ଠାରେ। ସେ କୁହନ୍ତି, ମା,ବାପାଙ୍କର ମୁଁ ଏକମାତ୍ର ଝିଅ । ଘରର ପ୍ରତି କାନ୍ଥବାଡ଼ ସତେଯେମିତି କଳାସଂସ୍କୃତିକୁ ଜାବୁଡ଼ି ଧରିଥିଲା। ମୋ ବାପାଥିଲେ ଜଣେ ଶିକ୍ଷକ। ହେଲେ ସେ ନାଟକ ଓ ଡ୍ରାମା ଆଦିରେ ନିର୍ଦ୍ଦେଶନା ଦେଉଥିଲେ। ମୋର ପଞ୍ଚମ ଶ୍ରେଣୀରୁ ଗୀତ, ନାଚପ୍ରତି ପ୍ରବଳ ଆଗ୍ରହ ହେଲା। ଗୁରୁ ବନମାଳୀ ଜେନା ଏବଂ ବାସୁଦେବ ଗୋଚ୍ଛାୟତଙ୍କ ପାଖରୁ ଗୀତ ଶିଖିଲି। ତା’ ସହିତ ଓଡ଼ିଶୀ , ସମ୍ବଲପୁରୀ ନୃତ୍ୟ ମଧ୍ୟ ଶିଖିଲି। କିନ୍ତୁ ପରିବାର ଗୀତକୁ ଅଧିକା ସ୍ବୀକୃତି ଦେଲେ। ସେଇଠୁ ଆରମ୍ଭ ହେଲା ବିଧିବଦ୍ଧ ସଂଗୀତ ଶିକ୍ଷା। ସେତେବେଳ ଯେଉଁଠି କିଛି ସଂଗୀତ କାର୍ଯ୍ୟକ୍ରମ ହେଉଥିଲା ଅଂଶଗ୍ରହଣ କରୁଥିଲି। ଆମ ଅଞ୍ଚଳର ପ୍ରାୟ ସବୁ ସ୍କୁଲ ଓ କଲେଜରେ ସଂଗୀତ ପ୍ରତିଯୋଗିତାରେ ପ୍ରଥମ ହେବାରୁ ମନୋବଳ ଦୃଢ଼ ହେଲା। ମୋ ବାପାଙ୍କର ଇଚ୍ଛାଥିଲା ମୁଁ ଜଣେ ଅଧ୍ୟାପିକା ହେବି। ତେଣୁ ପିଜି କରିବି ବୋଲି ଭୁବନେଶ୍ୱର ଆସିଲି। ସେତେବେଳେ ଇଟିଭିର ମହ୍ଲାର କାଯର୍‌ୟକ୍ରମରେ ଅଂଶଗ୍ରହଣ କରିଲି। ରାଖଲ ମହାନ୍ତି, ରାଧାକାନ୍ତ ନନ୍ଦ ଓ ସିକନ୍ଦର ଆଲାମ ପ୍ରମୁଖ ଜଣାଶୁଣା କଳାକାରମାନଙ୍କ ଗହଣରେ ଭଜନଗାଇବାର ଅନୁଭୂତି ଥିଲା ଭିନ୍ନ। ଆଜିଯାଏ ଏହାକୁ ମନରେ ସାଇତି ରଖିତ୍ଛି। ଆଉ ସେବେଠୁ ପଛକୁ ଫେରିନି। ଏହାପରେ ଆକାଶବାଣୀରେ ସ୍ବୀକୃତିପ୍ରାପ୍ତ ଗାୟିକାଭାବେ ପରିଚିତ ହେଲି। ତା’ ପରଠୁ ଆଜି ଯାଏ କେବଳ ୧୭ବର୍ଷ ଧରି ଭଜନ ହିଁ ଗାଇ ଚାଲିଛି। ବାହାଘର ପରେ ଭୁବନେଶ୍ୱର ଚାଲି ଆସିଲି। ବାପାଙ୍କ ପରେ ସ୍ବାମୀ ପ୍ରଭାତକୁମାର ନାୟକ ହିଁ ମତେ ସଂଗୀତ କ୍ଷେତ୍ରରେ ଆଗକୁ ନେବାରେ ସାହାଯ୍ୟ କରିଛନ୍ତି। ସେତେବେଳେ ସ୍ବାମୀଙ୍କୁ ବିଦେଶ ଯିବା ପାଇଁ ବହୁତ ଅଫର ଆସିଥିଲା କିନ୍ତୁ ମୋ ପାଇଁ ସେ ଭୁବନେଶ୍ୱରରେ ରହିଲେ। ମୋର ପ୍ରଥମ ଭଜନ ଆଲବମ୍‌- ‘ମୋହ ମାୟା ଅଢେଇଦିନ’ ମୋତେ ଘରେ ଘରେ ପରିଚିତ କରାଇଥିଲା। ମୋତେ କରିଦେ କଳାତୁଳସୀ, ବଉଳା ଗାଈର ଚାନ୍ଦବାଛୁରି, ପ୍ରଭାତୁ ଉଠିବୁ ଆଲୋ ସଜୋନୀ ମୋର ଆଦି ଗୀତ ମତେ ସ୍ବତନ୍ତ୍ର ପରିଚୟ ଦେଲା। ତା’ ପରେ କଟକରେଗୁରୁବିଶ୍ୱନାଥ ମିଶ୍ରଙ୍କଠୁ ପୁଣି ସଂଗୀତ ଶିକ୍ଷା ଆରମ୍ଭକଲି। ଆଉ ଭଜନ କ୍ୟାସେଟ୍‌ରେ ଗୀତ ଗାଇ ଚାଲିଲି। ଓଟିଭି ଦାମିନୀ ଧାରାବାହିକର ଟାଇଟଲ ସଙ୍ଗ ଗାଇବା ସହ ବେଷ୍ଟ ସିଙ୍ଗର ପୁରସ୍କାର ମତେ ମିଳିଥିଲା। ଏହାଛଡା ଡିଡି-୧ରେ ଗାଁ ସିରିଏଲର ଟାଇଟଲ ସଙ୍ଗ୍‌ ଓ ଭଜନଅନ୍ତାକ୍ଷରୀ ମତେ ଘରେ ଘରେ ପରିଚିତ କରାଇଛି। ଭଜନ – ବଡ଼ଦାଣ୍ଡେ ଜଗା ଝୁଲିଝୁଲି ଆସୁଛି ସଂଗୀତ ବେଶ୍‌ ଲୋକପ୍ରିୟ ହୋଇଥିଲା। ଭାବବନ୍ଧନ କ୍ୟାସେଟର ଗୀତ -ହାଏରେ ହାଏମୋ କହ୍ନେଇ ରାଜା କୁଆଡ଼େଗଲା, ଜନ୍ମରୁ ମରଣ ଅଢ଼େଇ ଦିନ, କଳା ଯାଦୁଗର, ଯାବୁଡ଼ି ଧରିବି କାଳେ ପାଦକୁ ତୋର ଆଦି ଲୋକଙ୍କ ମନକୁ ଛୁଇଁ ଥିଲା। ଆଜିଯାଏ ପ୍ରାୟ୫ଶହରୁ ଉର୍ଦ୍ଧ୍ୱ ଭଜନ ଗାଇ ସାରିଛି ।
ପଦ୍ମଶ୍ରୀ ରଜତ କରଙ୍କ ସହିତ ଭାଗବତ ଗାଇଛି। ସବୁଠୁ ବଡ଼ କଥା ହେଲା ଜଣେ କଳାକାର ଭାବରେ ସ୍ମୃତି ମଧୁର ହେବାପରି ଗୀତ ଗାଇବାରେ ମୁଁ ବିଶ୍ୱାସ କରେ। ତା’ ବଦଳରେ ଶ୍ରୋତାଙ୍କଠାରୁ ଅନେକ ଭଲ ପାଇବା ସମ୍ମାନ ଆଉ ଆଶୀର୍ବାଦ ମିଳୁଛି। ସବୁଠାରୁ ବଡ଼ କଥା ହେଲା ସ୍ବାମୀ, ମୋର ଦୁଇ ଝିଅ, ଶାଶୁ ମା’ଙ୍କୁ ନେଇ ଗଡ଼ି ଚାଲିଛି ମୋର ସୁଖର ସଂସାର। ଏତିକି ଆଶା ବିଞ୍ଚତ୍ଥିବା ଯାଏ ଭଜନ ଗାଉଥିବି। ଏମିତିରେ ମୋର ଗୋଟିଏ ପ୍ରିୟ ଗୀତ ବି ଅଛି-ଜିଇ ଥିବାଯାଏ ଗାଉଥିବି ମୁହିଁ ,ଭଜନ ଜଣାଣ ପ୍ରଭୁ ତୁମ ପାଇଁ …। ମୋ ସଂଗୀତମୟ ଜୀବନର ରାସ୍ତା ଆଜି ପଯର୍‌ୟନ୍ତ ଭାବ ଭକ୍ତିକୁ ନେଇ ପ୍ରଭୁଙ୍କ ପାଖରେ ସମର୍ପିତ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri