ଟାଙ୍ଗରା ଭୂଇଁରେ ସବୁଜବଳୟ

ଭେଡେନ,୨୯।୨(ସୁଦନ ମହାକୁର): ଦିନେ ଯେଉଁ ସ୍ଥାନରେ ଦୂବଘାସ କଅଁଳୁ ନ ଥିଲା, ଖାଲି ପାଦରେ ଚାଲିଲେ ପାଦ ଫୁଟିଯିବାର ଭୟ ରହୁଥିଲା ସେଠି ଆଜି ଗଛରେ ପରିପୂର୍ଣ୍ଣ। ସରକାରଙ୍କ ସବୁଜ ମହାନଦୀ ମିଶନ ଯୋଜନାରେ ବରଗଡ଼ ଜିଲା ବନ ବିଭାଗର ପ୍ରଚେଷ୍ଟାରେ ଟାଙ୍ଗରା ଭୂଇଁରେ ସୃଷ୍ଟି ହୋଇଛି ସବୁଜ ବଳୟ। ଏହି ସବୁଜ ବଳୟର ନାମ ରହିଛି ‘ପଥିକ ବନ’। ଏହାକୁ ଦେଖିଲେ ସତେଯେମିତି ପରିବେଶ ସନ୍ତୁଳନ ଉଦ୍ଦେଶ୍ୟରେ ସରକାରଙ୍କ ଆଭିମୁଖ୍ୟ ସାର୍ଥକ ହୋଇଥିବା ପରି ମନେ ହେଉଛି।

ଜିଲାର ଭେଡ଼େନ ବ୍ଲକ ଗଣ୍ଡତୁରୁମ ସେକ୍ଟର ମହୁଲପାଲି ପଞ୍ଚାୟତ ଅନ୍ତର୍ଗତ ମେହେନା ଗ୍ରାମ ନିକଟରେ ରହିଥିଲା ଶତାଧିକ ଏକର ପତିତ କିସମ ଅନାବାଦୀ ଜମି। ତାହା ପୁଣି ମାଙ୍କଡ଼ା ପଥରରେ ଭରପୂର। ବର୍ଷାଦିନ ବ୍ୟତୀତ ଏଠି ଦୂବଘାସ ମଧ୍ୟ ଦିଶୁ ନ ଥିଲା। ରାଜ୍ୟ ସରକାରଙ୍କ ସବୁଜ ମହାନଦୀ ମିଶନ ଯୋଜନାରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଏହାକୁ ସାମିଲ କରାଯାଇ ଚାରା ରୋପଣ କରାଯାଇଥିଲା। ଏଠାରେ ୟୁକାଲିପଟାସ, ଶାଳ, ପିଆଶାଳ, ଅଁଳା, ଶିଶୁ, ଶାଗୁଆନ ଆଦି ବିଭିନ୍ନ କିସମର ୧୦ ହଜାର ଗଛ ଲଗାଯାଇ ଯତ୍ନ ନିଆଯାଉଛି। ଆଜକୁ ୪ ବର୍ଷ ହେଲା ୯ ହଜାର ୯୮୦ ଜଣ ଶ୍ରମିକ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କର୍ମସଂସ୍ଥାନ ପାଇଛନ୍ତି। ଏଥିପାଇଁ ଆଜି ପର୍ଯ୍ୟନ୍ତ ୩୩ ଲକ୍ଷ ୫୪ ହଜାର ୮୦୦ଟଙ୍କା ବ୍ୟୟବରାଦ କରାଯାଇଥିବା ଫରେଷ୍ଟର ଲୋକେଶ୍ୱର ଭୋଇ ପ୍ରକାଶ କରିଛନ୍ତି। ଏହି ପଥିକ ବନ ବାଟୋଇ, ସ୍ଥାନୀୟ ଜନସାଧାରଣ, ପଶୁପକ୍ଷୀଙ୍କୁ ଆଶ୍ରୟ ଦେବା, ମୃତ୍ତିକା କ୍ଷୟ ରୋକିବା, ଜଳ ସଂରକ୍ଷଣ ଏବଂ ପରିବେଶ ପ୍ରଦୂଷଣ ରୋକିବା ସହ ପରିବେଶ ସନ୍ତୁଳନରେ ବେଶ୍‌ ସହାୟକ ହୋଇପାରିବ ବୋଲି ବନାଞ୍ଚଳ ଅଧିକାରୀ ଆରତି ନେଗୀ କହିଛନ୍ତି। ଆହୁରି ମଧ୍ୟ ଜିଲାରେ ଥିବା ପଡ଼ିଆ ଜମିରେ ଚାରାରୋପଣ, କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା ପାଇଁ ବନ ବିଭାଗ ସଂକଳ୍ପବଦ୍ଧ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ବୋଲି ବନାଞ୍ଚଳ ଅଧିକାରୀ ନେଗୀ କହିଛନ୍ତି।

ଅନ୍ୟପକ୍ଷରେ ପଥିକ ବନର ଅପରପାର୍ଶ୍ୱରେ ସରକାରଙ୍କ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ବନୀକରଣ ଯୋଜନାରେ ବୃକ୍ଷ ରୋପଣ କରାଯାଇଥିଲା। ଏଥିର ନିମ୍ବ ୩ ହଜାର, କରଞ୍ଜ ୧୨୫୦, ଜାମୁ ୧୩ ଶହ, ବାହାଡ଼ା ୪୦, ପାଟୁଳି ୩୦, ପଣସ ୩ଶହ, ମେହେଗାନି ୩୦, ଆମ୍ବ ୭ଶହ, ତେନ୍ତୁଳି ୬ଶହ, ବାଉଁଶ ୪ଶହ, ଶିରିଶ ୧୫୦, ଅଁଳା ୧ହଜାର ଏବଂ ଶିଶୁ ଚାରା ୪ଶହ ରୋପଣ କରାଯାଇଥିଲା। ମାତ୍ର ସରକାରଙ୍କ ଗାଇଡ୍‌ଲାଇନ ଅନୁସାରେ ଏଥିରେ ଜଳସେଚନ ବ୍ୟବସ୍ଥା ନ ଥିବାରୁ ବହୁ ମୂଲ୍ୟବାନ ଗଛ ପାଣି ଅଭାବରୁ ମରିଯାଉଛି। ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବୃତ୍ତମାନେ ତାରବାଡ଼ ଭାଙ୍ଗି ଏହାକୁ ଚୋରି କରି ନେଉଥିବା ଭଳି ଦୃଶ୍ୟ ସାଧାରଣରେ ବ୍ୟଥିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri