Posted inଫୁରସତ

ରୋଜଗାର ଟଙ୍କା ଘରେ ଦେଉଥିଲି: ନିରଞ୍ଜନ ରାଜ

ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଡ଼ପୋଖରୀଆପାଟଣାରେ ମୋ ଜନ୍ମ। ଗାଁ ସ୍କୁଲ୍‌ରୁ ପ୍ରାଥମିକ ଶିକ୍ଷା ସାରିବା ପରେ ନିକଟସ୍ଥ ଅଞ୍ଚଳରେ ଥିବା ଅନ୍ୟ କେତେକ ବିଦ୍ୟାଳୟରେ କିଛି କିଛି ବର୍ଷ ପଢ଼ି ଶେଷରେ ପୁରୀ ଜିଲା ସ୍କୁଲ୍‌ରେ ନବମ ଓ ଦଶମ ଶ୍ରେଣୀ ପଢ଼ିଥିଲି। ପିଲାଟିବେଳୁ ପାଠପଢ଼ାରେ ମୁଁ ଖୁବ୍‌ ଭଲ ଥିଲି। ତୃତୀୟ ଓ ପଞ୍ଚମ ଶ୍ରେଣୀରେ ବୃତ୍ତି ପାଇବା ସହ ସପ୍ତମରେ ଏନ୍‌ଆର୍‌ଟିଏସ୍‌ ଏବଂ ମାଟ୍ରିକ୍‌ରେ ଜାତୀୟ ବୃତ୍ତି ବି ପାଇଥିଲି। ଇଚ୍ଛା ଥିଲା ଡାକ୍ତରଟିଏ ହେବା ପାଇଁ। ହେଲେ ଘରର ଦୁର୍ବଳ ଆର୍ଥିକାବସ୍ଥାକୁ ଦେଖି ମନ ଊଣା କଲାବେଳେ ମୋ ବଡ଼ ଭାଇ ମୋତେ ପ୍ରେରଣା ଦେଇଥିଲେ ଆଗକୁ ଆଗେଇବାକୁ। ଏପରି କି ମୋ ପଢ଼ାଖର୍ଚ୍ଚର ସବୁ ଭାର ବି ସେ ତୁଲାଇଥିଲେ। ତେଣୁ ଦଶମ ପାସ୍‌ କରିବା ପରେ ଷ୍ଟୁଓ୍ବାର୍ଟ ସାଇନ୍ସ କଲେଜରେ ଯୁକ୍ତ ୨ ବିଜ୍ଞାନ ସାରି ମେଡିସିନ୍‌ ଉପରେ ଏକ ଡିଗ୍ରୀ କୋର୍ସ କରିଥିଲି। ତା’ପରେ ଅଲଟ୍ରାସାଉଣ୍ଡ ଉପରେ ବି ଏକ କୋର୍ସ କଲି। ଏହାପରେ ନିଜ ଜ୍ଞାନକୁ ମାର୍ଜିତ କରିବା ପାଇଁ ଆମ ଗାଁ ଛକରେ ଏକ କ୍ଲିନିକ୍‌ ଖୋଲି ରୋଗୀସେବା କରିବାକୁ ଲାଗିଲି। ଏଥିସହିତ ସନ୍ଧ୍ୟାବେଳେ ସୋରଣରେ ଥିବା ଏକ କ୍ଲିନିକ୍‌କୁ ଯାଇ ସେଠି ବି ରୋଗୀଙ୍କୁ ଚିକିତ୍ସା କରୁଥିଲି। ରୋଗୀସେବା କରି ଟଙ୍କା ରୋଜଗାର କରିବାର ଲୋଭ ମୋର କେତେବେଳେ ବି ନ ଥିଲା। ଖୁସିରେ ଯିଏ ଯାହା ଦେଉଥିଲେ ସେଇଥିରେ ସନ୍ତୁଷ୍ଟ ହେଉଥିଲି। ସେହି ରୋଜଗାରରୁ କିଛି ନିଜ ପାଖେ ରଖି ବାକି ଟଙ୍କା ଘରକୁ ଦେଇ ଦେଉଥିଲି। ଏମିତି କିଛିଦିନ ଯିବା ପରେ ଥରେ ଏଲ୍‌.ଭି. ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍‌ର ଗ୍ଲୁକୋମା ଚିଫ୍‌ ଡାକ୍ତର ଅପର୍ଣ୍ଣା ରାଓଙ୍କ ସଂସ୍ପର୍ଶରେ ଆସିଲି। ଆଉ ତାଙ୍କଠାରୁ ପ୍ରେରଣା ପାଇ ଉକ୍ତ ଇନ୍‌ଷ୍ଟିଚ୍ୟୁଟ୍‌ରେ ଇଣ୍ଟରଭ୍ୟୁ ଦେଇ ଅପ୍ଟୋମେଟ୍ରିଷ୍ଟ ଉପରେ ୪ ବର୍ଷ ଡିଗ୍ରୀ କୋର୍ସ କରିଥିଲି। ପଢ଼ା ସରିବା ପରେ ସେହିଠାରେ ହିଁ ଗ୍ଲୁକୋମା ବିଭାଗରେ କାମ କରିବାକୁ ଲାଗିଲି। ଚକ୍ଷୁ ରୋଗୀଙ୍କର ଚିକିତ୍ସା ସିନା କରୁଥିଲି ହେଲେ ରିସର୍ଚ୍ଚ କାମ ପ୍ରତି ମୋର ବେଶ୍‌ ଆଗ୍ରହ ଥିଲା। ତେଣୁ ପରେ ମୋତେ ରିସର୍ଚ୍ଚ ଅପ୍ଟୋମେଟ୍ରିଷ୍ଟରେ ନିଯୁକ୍ତି ଦିଆଯାଇଥିଲା। ଏହି ବିଭାଗରେ କିଛିଦିନ ରିସର୍ଚ୍ଚ କରିବା ସମୟରେ ଜନଚକ୍ଷୁ ସ୍ବାସ୍ଥ୍ୟ ସମସ୍ୟା ଉପରେ କିଛି ଅଲଗା କରିବାକୁ ଚିନ୍ତା କରି ସେହି ଚାକିରିଟି ଛାଡ଼ିଦେଲି। ତା’ପରେ ସାଇଟ୍‌ ସେଭର୍ସ ନାମରେ ଏକ ଅର୍ଗାନାଇଜେଶନ୍‌ (ଏହା ଏକ ଅନ୍ତର୍ଜାତୀୟ ସ୍ତରର ଏନ୍‌ଜିଓ, ଯିଏ କି ଭାରତରେ ଖାସ୍‌ କରି ଓଡ଼ିଶାରେ ଚକ୍ଷୁରୋଗର ନିରାକରଣ ଉପରେ ଅନେକ କାମ କରିଥାଏ)ରେ ମୁଁ ଜଏନ୍‌ କରିଥିଲି; ଯାହାର ଚକ୍ଷୁ ବିଭାଗର ଓଡ଼ିଶା ବୈଷୟିକ ମୁଖ୍ୟ ଭାବେ ଏବେ ମୁଁ କାର୍ଯ୍ୟଭାର ସମ୍ଭାଳୁଅଛି। ତା’ସହିତ ଲେପ୍ରାସୋସାଇଟି ଭଳି ଅନୁଷ୍ଠାନ ସହ ମିଶି ଏସ୍‌ଏସ୍‌ଇପିଡି ପରାମର୍ଶରେ ରାଜ୍ୟର ବିଭିନ୍ନ କୁଷ୍ଠକଲୋନୀରେ ରହୁଥିବା କୁଷ୍ଠରୋଗୀ ଓ ସେମାନଙ୍କ ପରିବାର ତଥା ଅନ୍ୟମାନଙ୍କୁ କ୍ୟାମ୍ପ ଜରିଆରେ ମାଗଣା ଚକ୍ଷୁସେବା, ଚଷମା ବଣ୍ଟନ, ଔଷଧ ବଣ୍ଟନ, ପରଳ ଚିକିତ୍ସା କରି ସମାଜରୁ ଅନ୍ଧତ୍ୱ ଦୂର କରିବାରେ ଆନନ୍ଦ ମିଳୁଛି। ଏଥିସହିତ ଚକ୍ଷୁରୋଗ ସମ୍ବନ୍ଧୀୟ ଅନେକ ରିସର୍ଚ୍ଚ ଆର୍ଟିକିଲ୍‌ ମୋର ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଜର୍ନାଲ୍‌ରେ ପ୍ରକାଶିତ ହୋଇ ମୋତେ ବହୁ ଅନୁଷ୍ଠାନ ତରଫରୁ ସମ୍ମାନ ଓ ପୁରସ୍କାର ବି ମିଳିଛି। ଏହାବାଦ୍‌ କବିତା ଲେଖିବାରେ ମଧ୍ୟ ମୋର ରୁଚି ରହିଛି। କାମରୁ ଫୁର୍‌ସତ୍‌ ମିଳିଲେ କବିତା ଲେଖାରେ ମୁଁ ମୋ ନିଜକୁ ହଜାଇ ଦେବାକୁ ଖୁବ୍‌ ପସନ୍ଦ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା: ଧୋକା ମିଳିବା ପରେ ପୁଣି ଫେରିଲେ ଶାଶୁଘରକୁ, ତା’ପରେ ଯାହା ଘଟିଲା…

ଇନ୍ଦୋର,୨୦।୧୨: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ପ୍ରଥମେ ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରିଥିଲେ ଏବଂ ପରେ ନିଜେ ପ୍ରତାରଣାର ଶିକାର ହୋଇଥିଲେ। ସେ ତାଙ୍କ ପ୍ରେମିକ...

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri