Posted inଫୁରସତ

ରୋଜଗାର ଟଙ୍କା ଘରେ ଦେଉଥିଲି: ନିରଞ୍ଜନ ରାଜ

ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଡ଼ପୋଖରୀଆପାଟଣାରେ ମୋ ଜନ୍ମ। ଗାଁ ସ୍କୁଲ୍‌ରୁ ପ୍ରାଥମିକ ଶିକ୍ଷା ସାରିବା ପରେ ନିକଟସ୍ଥ ଅଞ୍ଚଳରେ ଥିବା ଅନ୍ୟ କେତେକ ବିଦ୍ୟାଳୟରେ କିଛି କିଛି ବର୍ଷ ପଢ଼ି ଶେଷରେ ପୁରୀ ଜିଲା ସ୍କୁଲ୍‌ରେ ନବମ ଓ ଦଶମ ଶ୍ରେଣୀ ପଢ଼ିଥିଲି। ପିଲାଟିବେଳୁ ପାଠପଢ଼ାରେ ମୁଁ ଖୁବ୍‌ ଭଲ ଥିଲି। ତୃତୀୟ ଓ ପଞ୍ଚମ ଶ୍ରେଣୀରେ ବୃତ୍ତି ପାଇବା ସହ ସପ୍ତମରେ ଏନ୍‌ଆର୍‌ଟିଏସ୍‌ ଏବଂ ମାଟ୍ରିକ୍‌ରେ ଜାତୀୟ ବୃତ୍ତି ବି ପାଇଥିଲି। ଇଚ୍ଛା ଥିଲା ଡାକ୍ତରଟିଏ ହେବା ପାଇଁ। ହେଲେ ଘରର ଦୁର୍ବଳ ଆର୍ଥିକାବସ୍ଥାକୁ ଦେଖି ମନ ଊଣା କଲାବେଳେ ମୋ ବଡ଼ ଭାଇ ମୋତେ ପ୍ରେରଣା ଦେଇଥିଲେ ଆଗକୁ ଆଗେଇବାକୁ। ଏପରି କି ମୋ ପଢ଼ାଖର୍ଚ୍ଚର ସବୁ ଭାର ବି ସେ ତୁଲାଇଥିଲେ। ତେଣୁ ଦଶମ ପାସ୍‌ କରିବା ପରେ ଷ୍ଟୁଓ୍ବାର୍ଟ ସାଇନ୍ସ କଲେଜରେ ଯୁକ୍ତ ୨ ବିଜ୍ଞାନ ସାରି ମେଡିସିନ୍‌ ଉପରେ ଏକ ଡିଗ୍ରୀ କୋର୍ସ କରିଥିଲି। ତା’ପରେ ଅଲଟ୍ରାସାଉଣ୍ଡ ଉପରେ ବି ଏକ କୋର୍ସ କଲି। ଏହାପରେ ନିଜ ଜ୍ଞାନକୁ ମାର୍ଜିତ କରିବା ପାଇଁ ଆମ ଗାଁ ଛକରେ ଏକ କ୍ଲିନିକ୍‌ ଖୋଲି ରୋଗୀସେବା କରିବାକୁ ଲାଗିଲି। ଏଥିସହିତ ସନ୍ଧ୍ୟାବେଳେ ସୋରଣରେ ଥିବା ଏକ କ୍ଲିନିକ୍‌କୁ ଯାଇ ସେଠି ବି ରୋଗୀଙ୍କୁ ଚିକିତ୍ସା କରୁଥିଲି। ରୋଗୀସେବା କରି ଟଙ୍କା ରୋଜଗାର କରିବାର ଲୋଭ ମୋର କେତେବେଳେ ବି ନ ଥିଲା। ଖୁସିରେ ଯିଏ ଯାହା ଦେଉଥିଲେ ସେଇଥିରେ ସନ୍ତୁଷ୍ଟ ହେଉଥିଲି। ସେହି ରୋଜଗାରରୁ କିଛି ନିଜ ପାଖେ ରଖି ବାକି ଟଙ୍କା ଘରକୁ ଦେଇ ଦେଉଥିଲି। ଏମିତି କିଛିଦିନ ଯିବା ପରେ ଥରେ ଏଲ୍‌.ଭି. ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍‌ର ଗ୍ଲୁକୋମା ଚିଫ୍‌ ଡାକ୍ତର ଅପର୍ଣ୍ଣା ରାଓଙ୍କ ସଂସ୍ପର୍ଶରେ ଆସିଲି। ଆଉ ତାଙ୍କଠାରୁ ପ୍ରେରଣା ପାଇ ଉକ୍ତ ଇନ୍‌ଷ୍ଟିଚ୍ୟୁଟ୍‌ରେ ଇଣ୍ଟରଭ୍ୟୁ ଦେଇ ଅପ୍ଟୋମେଟ୍ରିଷ୍ଟ ଉପରେ ୪ ବର୍ଷ ଡିଗ୍ରୀ କୋର୍ସ କରିଥିଲି। ପଢ଼ା ସରିବା ପରେ ସେହିଠାରେ ହିଁ ଗ୍ଲୁକୋମା ବିଭାଗରେ କାମ କରିବାକୁ ଲାଗିଲି। ଚକ୍ଷୁ ରୋଗୀଙ୍କର ଚିକିତ୍ସା ସିନା କରୁଥିଲି ହେଲେ ରିସର୍ଚ୍ଚ କାମ ପ୍ରତି ମୋର ବେଶ୍‌ ଆଗ୍ରହ ଥିଲା। ତେଣୁ ପରେ ମୋତେ ରିସର୍ଚ୍ଚ ଅପ୍ଟୋମେଟ୍ରିଷ୍ଟରେ ନିଯୁକ୍ତି ଦିଆଯାଇଥିଲା। ଏହି ବିଭାଗରେ କିଛିଦିନ ରିସର୍ଚ୍ଚ କରିବା ସମୟରେ ଜନଚକ୍ଷୁ ସ୍ବାସ୍ଥ୍ୟ ସମସ୍ୟା ଉପରେ କିଛି ଅଲଗା କରିବାକୁ ଚିନ୍ତା କରି ସେହି ଚାକିରିଟି ଛାଡ଼ିଦେଲି। ତା’ପରେ ସାଇଟ୍‌ ସେଭର୍ସ ନାମରେ ଏକ ଅର୍ଗାନାଇଜେଶନ୍‌ (ଏହା ଏକ ଅନ୍ତର୍ଜାତୀୟ ସ୍ତରର ଏନ୍‌ଜିଓ, ଯିଏ କି ଭାରତରେ ଖାସ୍‌ କରି ଓଡ଼ିଶାରେ ଚକ୍ଷୁରୋଗର ନିରାକରଣ ଉପରେ ଅନେକ କାମ କରିଥାଏ)ରେ ମୁଁ ଜଏନ୍‌ କରିଥିଲି; ଯାହାର ଚକ୍ଷୁ ବିଭାଗର ଓଡ଼ିଶା ବୈଷୟିକ ମୁଖ୍ୟ ଭାବେ ଏବେ ମୁଁ କାର୍ଯ୍ୟଭାର ସମ୍ଭାଳୁଅଛି। ତା’ସହିତ ଲେପ୍ରାସୋସାଇଟି ଭଳି ଅନୁଷ୍ଠାନ ସହ ମିଶି ଏସ୍‌ଏସ୍‌ଇପିଡି ପରାମର୍ଶରେ ରାଜ୍ୟର ବିଭିନ୍ନ କୁଷ୍ଠକଲୋନୀରେ ରହୁଥିବା କୁଷ୍ଠରୋଗୀ ଓ ସେମାନଙ୍କ ପରିବାର ତଥା ଅନ୍ୟମାନଙ୍କୁ କ୍ୟାମ୍ପ ଜରିଆରେ ମାଗଣା ଚକ୍ଷୁସେବା, ଚଷମା ବଣ୍ଟନ, ଔଷଧ ବଣ୍ଟନ, ପରଳ ଚିକିତ୍ସା କରି ସମାଜରୁ ଅନ୍ଧତ୍ୱ ଦୂର କରିବାରେ ଆନନ୍ଦ ମିଳୁଛି। ଏଥିସହିତ ଚକ୍ଷୁରୋଗ ସମ୍ବନ୍ଧୀୟ ଅନେକ ରିସର୍ଚ୍ଚ ଆର୍ଟିକିଲ୍‌ ମୋର ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଜର୍ନାଲ୍‌ରେ ପ୍ରକାଶିତ ହୋଇ ମୋତେ ବହୁ ଅନୁଷ୍ଠାନ ତରଫରୁ ସମ୍ମାନ ଓ ପୁରସ୍କାର ବି ମିଳିଛି। ଏହାବାଦ୍‌ କବିତା ଲେଖିବାରେ ମଧ୍ୟ ମୋର ରୁଚି ରହିଛି। କାମରୁ ଫୁର୍‌ସତ୍‌ ମିଳିଲେ କବିତା ଲେଖାରେ ମୁଁ ମୋ ନିଜକୁ ହଜାଇ ଦେବାକୁ ଖୁବ୍‌ ପସନ୍ଦ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri