ସ୍ବତନ୍ତ୍ର ଅଧିବେଶନ ଡକାଯାଉ: ଭାଜପା

ଭୁବନେଶ୍ବର,୨୭ା୧୨(ବ୍ୟୁରୋ):ଓଡ଼ିଶାରେ ଦୀର୍ଘ ୨୩ ବର୍ଷ ହେଲା ନିରଙ୍କୁଶ ଶାସନ କରିଆସୁଥିବା ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତା ଆଇନ ତା’ବାଟରେ ଯିବ ବୋଲି କହୁଛନ୍ତି। ହେଲେ ସେମାନେ ନିଜେ ଅପରାଧରେ ସଂଶ୍ଳିଷ୍ଟ ହୋଇ ରାଜ୍ୟ ରାଜନୀତିକୁ ଅପରାଧୀକରଣ କରିବାରେ ପ୍ରୋତ୍ସାହିତ କରୁଛନ୍ତି। ଫଳରେ ଅରାଜକତା ସୃଷ୍ଟି ସହ ରାଜ୍ୟର ଆଇନଶୃଙ୍ଖଳା ଭଙ୍ଗ କରୁଥିବାରୁ ଭାଜପା ଏହାକୁ ଦୃଢ଼ ବିରୋଧ କରୁଛି। ଏହାକୁ ନେଇ ଏକ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡାକି ଏ ବିଷୟରେ ଆଲୋଚନା କରାଯିବାର ନିହାତି ଆବଶ୍ୟକ ରହିଥିବା ଭାଜପା ବିଧାୟକ ସୋମବାର ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି।
ରାଜ୍ୟପାଳଙ୍କୁ ସାକ୍ଷାତ କରି ଭାଜପା ବିଧାୟକମାନେ ଏ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଦାବି ଜଣାଇବା ସହ କହିଛନ୍ତି ଯେ, ଦୀର୍ଘ ୨୩ ବର୍ଷର ନିରଙ୍କୁଶ ଶାସନରେ ବିଜେଡି ମନ୍ତ୍ରୀ, ବିଧାୟକ ଓ ନେତାମାନେ ସିଧାସଳଖ ହତ୍ୟା, ଯୌନ କାର୍ଯ୍ୟରେ ଲିପ୍ତ। ଆପରାଧିକ ଚେହେରା ଖୋଲିଯିବା ଭୟରେ ଏବଂ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ଜାଣିଶୁଣି ବିଧାନସଭାର ଗତ ଶୀତ ଅଧିବେଶନକୁ ପୂର୍ବରୁ ବନ୍ଦ କରିଦେଲେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି। ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ୨୦୨୧-୨୨ରେ ଓଡ଼ିଶା କ୍ରାଇମ ରେଟ୍‌ରେ ୩ୟ ସ୍ଥାନ ହାସଲ କରିଛି। ଅନ୍ୟପଟେ ଏହି ପ୍ରସଙ୍ଗରେ ଭାଜପା ରାଜ୍ୟବ୍ୟାପୀ ମଣ୍ଡଳ ସ୍ତରରେ ସତ୍ୟାଗ୍ରହ କରିଛି। ରାଜଧାନୀରେ ମଧ୍ୟ ଭାଜପା ପକ୍ଷରୁ ସତ୍ୟାଗ୍ରହ କରାଯାଇଛି।
ରାଜ୍ୟ ସଭାପତି ସମୀର ମହାନ୍ତି ରାଜଧାନୀରେ ହେଉଥିବା ସତ୍ୟାଗ୍ରହରେ ଯୋଗଦେଇ କହିଛନ୍ତି, ୨୫ ବର୍ଷ ପୂର୍ତ୍ତି କରିଥିବା ବିଜେଡି ଶାସନରେ ଓଡ଼ିଶାରେ ସୁଶାସନ ନୁହେଁ କୁଶାସନ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri