ରଥଯାତ୍ରା ପ୍ରସ୍ତୁତି: ପୋଲିସ ପକ୍ଷରୁ ସ୍ବତନ୍ତ୍ର ମକ୍‌ଡ୍ରିଲ

ପୁରୀ ଅଫିସ,୨୮।୬: ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ଶୃଙ୍ଖଳିତ କରିବା ପାଇଁ ପୋଲିସ ବିଭାଗ ପକ୍ଷରୁ ସ୍ବତନ୍ତ୍ର ମକ୍‌ଡ୍ରିଲ କରାଯାଉଛି। ପୋଲିସ ଲାଇନ ପଡିଆରେ ଡିଜିପିଙ୍କ ପରିଚାଳନାରେ ଡେମୋ କାର୍ଯ୍ୟକ୍ରମ କରାଯାଉଛି। ରଥ ପୁଲିଂରେ ଯେଭଳି ଅସୁବିଧା ନହୁଏ ସେଥିପାଇଁ ପ୍ରଥମେ ତାଳଧଜ ରଥ, ଦ୍ୱିତୀୟରେ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋଷ ରଥ ଟଣାଯାଏ,ସେହିଭଳି ତିନିରଥକୁ ପୋଲିସ ବାହିନୀ ଟାଣି ଡେମୋ ପ୍ରଦର୍ଶିତ କରିଛନ୍ତି ।