ପ୍ରତିରକ୍ଷା କ୍ଷେତ୍ରକୁ ବିଶେଷ ଫୋକସ୍‌, ବଜେଟ୍‌ରେ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୪।୦୭: ୨୪-୨୫ ଆର୍ଥିକ ବର୍ଷର ନିୟମିତ କେନ୍ଦ୍ର ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୬,୨୧,୯୪୦.୮୫ କୋଟି ଟଙ୍କା (ପାଖାପାଖି ୭୫ ବିଲିୟନ ଆମେରିକୀୟ ଡଲାର) ଆବଣ୍ଟନ କରାଯାଇଛି। ଅନ୍ତରୀଣ ବଜେଟରେ ମନ୍ତ୍ରଣାଳୟକୁ ଦିଆଯାଇଥିବା ଆବଣ୍ଟନକୁ ବଜାୟ ରଖି କେନ୍ଦ୍ର ସରକାର ଇନୋଭେଶନ୍ସ ଫର୍‌ ଡିଫେନ୍ସ ଏକ୍ସିଲେନ୍ସ ବା ଆଇଡିଏକ୍ସ (ଏଡିଆଇଟିଆଇ) ଯୋଜନା ମାଧ୍ୟମରେ ପ୍ରତିରକ୍ଷା କ୍ଷେତ୍ରରେ ଅଭିନବତା ପାଇଁ ୪୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ମନ୍ତ୍ରଣାଳୟ ଷ୍ଟାର୍ଟଅପ୍‌/ଏମ୍‌ଏସ୍‌ଏମ୍‌ଇ ଏବଂ ଉଦ୍ଭାବକମାନଙ୍କ ସହିତ ଡେଫ୍‌-ଟେକ୍‌ ସମାଧାନ ବିକଶିତ କରିବା ଏବଂ ଭାରତୀୟ ସେନାକୁ ଅଭିନବ ଏବଂ ସ୍ବଦେଶୀ ବୈଷୟିକ ସମାଧାନ ଯୋଗାଇବା ପାଇଁ ଯୋଗାଯୋଗ କରୁଛି।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମନ୍ତ୍ରଣାଳୟକୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ତୁଳନାରେ ଏକ ଲକ୍ଷ କୋଟି ଟଙ୍କା (୧୮.୪୩%) ଅଧିକ ଆବଣ୍ଟନ ହୋଇଛି। ଏହା ୨୦୨୩-୨୪ ଆର୍ଥିକ ବର୍ଷର ଆବଣ୍ଟନ ତୁଳନାରେ ୪.୭୯% ଅଧିକ। ସେଥିମଧ୍ୟରୁ ୨୭.୬୬% ଭାଗ ପୁଞ୍ଜିକୁ ଯାଉଛି। ଜୀବିକା ଏବଂ ପରିଚାଳନା ପ୍ରସ୍ତୁତି ଉପରେ ରାଜସ୍ବ ଖର୍ଚ୍ଚ ପାଇଁ ୧୪.୮୨%; ବେତନ ଓ ଭତ୍ତା ପାଇଁ ୩୦.୬୬%; ପ୍ରତିରକ୍ଷା ପେନସନ ପାଇଁ ୨୨.୭୦% ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ନାଗରିକ ସଂଗଠନ ପାଇଁ ୪.୧୭% ବ୍ୟୟବରାଦ କରଯାଇଛି। ମୋଟ ଆବଣ୍ଟନ ଭାରତ ସରକାରଙ୍କ ବଜେଟ ଆକଳନର ପ୍ରାୟ ୧୨.୯%। ପ୍ରତିରକ୍ଷା ଜ୍ଞାନକୌଶଳ ଏବଂ ଉତ୍ପାଦନ କ୍ଷେତ୍ରରେ ‘ଆତ୍ମନିର୍ଭରତା’କୁ ପ୍ରୋତ୍ସାହିତ କରିବା ଏବଂ ସଶସ୍ତ୍ର ବାହିନୀକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର/ପ୍ଲାଟଫର୍ମରେ ସଜ୍ଜିତ କରିବା ସହିତ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ଆବଣ୍ଟନର ଉଦ୍ଦେଶ୍ୟ।

ସୁଦୃଢ଼ ହେବ ସୀମା ଭିତ୍ତିଭୂମି
ରଣନୈତିକ ଦୃଷ୍ଟିରୁ ସୀମାବର୍ତ୍ତୀ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ନିୟୋଜିତ ଏଜେନ୍ସିଗୁଡ଼ିକୁ ପ୍ରୋତ୍ସାହନ ଯୋଗାଇବାକୁ କେନ୍ଦ୍ର ସରକାର ବଜେଟ୍‌ରେ ଗୁରୁତ୍ୱ ଦେଇଛନ୍ତି। ଅଧିକ ଆବଣ୍ଟନ ମାଧ୍ୟମରେ ସୀମା ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ପ୍ରୟାସରେ ସୀମା ସଡ଼କ ସଂଗଠନ (ବିଆରଓ)କୁ ବଜେଟ ଆବଣ୍ଟନ ୬,୫୦୦ କୋଟି ଟଙ୍କା କରାଯାଇଛି, ଯାହା କି ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୩୦% ଅଧିକ। ଆବଣ୍ଟିତ ବଜେଟ୍‌ ସୀମା ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ। ୧୩,୭୦୦ ଫୁଟ ଉଚ୍ଚତାରେ ଲଦାଖର ନ୍ୟୁମା ଏୟାରଫିଲ୍ଡର ବିକାଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭାରତର ଦକ୍ଷିଣତମ ପଞ୍ଚାୟତକୁ ସ୍ଥାୟୀ ସେତୁ ସଂଯୋଗ, ହିମାଚଳ ପ୍ରଦେଶର ୪.୧ କିଲୋମିଟର ଶିଙ୍କୁ ଲା ଟନେଲ, ଅରୁଣାଚଳ ପ୍ରଦେଶର ନେଚିଫୁ ଟନେଲ ଏବଂ ଅନ୍ୟାନ୍ୟ ପ୍ରକଳ୍ପକୁ ଏହି ଆବଣ୍ଟନରୁ ପାଣ୍ଠି ଯୋଗାଇ ଦିଆଯିବ।

ଅପରେଶନ ପ୍ରସ୍ତୁତି ପାଇଁ ବର୍ଦ୍ଧିତ ଆବଣ୍ଟନ
ଅପରେଶନ ପ୍ରସ୍ତୁତି ପାଇଁ ଲଗାତର ଅଧିକ ଆବଣ୍ଟନ ସଶସ୍ତ୍ର ବାହିନୀର ମନୋବଳ ବଢ଼ାଇଥାଏ। ସେମାନଙ୍କୁ ସର୍ବଦା ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିବା ଉଦ୍ଦେଶ୍ୟରେ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୯୨,୦୮୮ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏହା ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଆବଣ୍ଟନ ତୁଳନାରେ ୪୮% ଅଧିକ। ବିମାନ ଏବଂ ଜାହାଜ ସମେତ ସମସ୍ତ ପ୍ଲାଟଫର୍ମକୁ ସର୍ବୋତ୍ତମ ରକ୍ଷଣାବେକ୍ଷଣ ସୁବିଧା ଏବଂ ସହାୟତା ଯୋଗାଇବା ଏହାର ଉଦ୍ଦେଶ୍ୟ। ଏହାଦ୍ୱାରା ଗୋଳାବାରୁଦ କିଣିବାରେ ସୁବିଧା ହେବ।

ଭାରତୀୟ ତଟରକ୍ଷୀ ବାହିନୀର ସାମର୍ଥ୍ୟ ବୃଦ୍ଧି
ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି)କୁ ୭,୬୫୧.୮୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା କି ୨୦୨୩-୨୪ ଆର୍ଥିକ ବର୍ଷର ଆବଣ୍ଟନ ତୁଳନାରେ ୬.୩୧% ଅଧିକ। ସେଥିମଧ୍ୟରୁ ୩୫୦୦ କୋଟି ଟଙ୍କା କେବଳ ପୁଞ୍ଜି ବ୍ୟୟରେ ଖର୍ଚ୍ଚ ହେବ, ଯାହାଦ୍ୱାରା ହଠାତ୍‌ ସୃଷ୍ଟି ହେଉଥିବା ସାମୁଦ୍ରିକ ଆହ୍ବାନର ମୁକାବିଲା କରିବ। ଏହାସହ ଅନ୍ୟ ଦେଶକୁ ମାନବିକ ସହାୟତା ଯୋଗାଇବା ପାଇଁ ଆଇସିଜିର ଅସ୍ତ୍ରଶସ୍ତ୍ରକୁ ସମୃଦ୍ଧ କରିବ।

ସଶସ୍ତ୍ର ବାହିନୀର ହେବ ଆଧୁନିକୀକରଣ
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରତିରକ୍ଷା କ୍ଷେତ୍ରକୁ ପୁଞ୍ଜି ହେଡ୍‌ ଅଧୀନରେ ବଜେଟ ଆବଣ୍ଟନ ୧.୭୨ ଲକ୍ଷ କୋଟି ଟଙ୍କା, ଯାହ କି ୨୦୨୨-୨୩ ଆର୍ଥିକ ବର୍ଷର ବାସ୍ତବ ବ୍ୟୟ ତୁଳନାରେ ୨୦.୩୩% ଅଧିକ ଏବଂ ୨୦୨୩-୨୪ ଆର୍ଥିକ ବର୍ଷର ସଂଶୋଧିତ ଆବଣ୍ଟନଠାରୁ ୯.୪୦% ଅଧିକ। ବର୍ଦ୍ଧିତ ବଜେଟ ଆବଣ୍ଟନ ସଶସ୍ତ୍ର ବାହିନୀକୁ ଅତ୍ୟାଧୁନିକ ଜ୍ଞାନକୌଶଳ, ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର, ଲଢୁଆ ବିମାନ, ଜାହାଜ, ବୁଡ଼ାଜାହାଜ, ପ୍ଲାଟଫର୍ମ, ମାନବବିହୀନ ଆକାଶଯାନ, ଡ୍ରୋନ, ବିଶେଷଜ୍ଞ ଯାନ ଇତ୍ୟାଦିରେ ସଜ୍ଜିତ କରିବା ଉଦ୍ଦେଶ୍ୟରେ ଯୋଜନାବଦ୍ଧ ପୁଞ୍ଜି ଅଧିଗ୍ରହଣ ଉପରେ ବାର୍ଷିକ ନଗଦ ଅର୍ଥର ଆବଶ୍ୟକତା ପୂରଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri