ଖିମ୍‌ଜୀ ହୋଣ୍ଡାରେ ସ୍ବତନ୍ତ୍ର ଅନାବରଣ ଉତ୍ସବ

ଭୁବନେଶ୍ୱର,୨୮।୬ (ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ସାଇନ୍‌-୧୦୦ ସିସି ଏବଂ ହୋଣ୍ଡା ୟୁନିକର୍ନ-୧୬୦ ସିସି ମୋଟରସାଇକେଲକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏଚ୍‌ଏମ୍‌ଏସ୍‌ଆଇର ସ୍ବୀକୃତିପ୍ରାପ୍ତ ଡିଲର ଖିମ୍‌ଜୀ ହୋଣ୍ଡା ଭୁବନେଶ୍ୱର ପଟିଆ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ହୋଣ୍ଡା ସାଇନ୍‌-୧୦୦ସିସି ଏବଂ ହୋଣ୍ଡା ୟୁନିକର୍ନ-୧୬୦ ସିସି ମୋଟରସାଇକେଲର ଅନାବରଣ କରାଯାଇଥିଲା। ଏହି ଅବସରରେ ଏଚ୍‌ଏମ୍‌ଏସ୍‌ଆଇର ଜୋନାଲ ମ୍ୟାନେଜର ସେଲ୍‌ସ ରାଜେଶ ଚୌଧ୍‌ରୀ,ଜୋନାଲ ମ୍ୟାନେଜର ସର୍ଭିସ୍‌ ଶିବ୍‌ ପ୍ରତାପ ସିଂଙ୍କ ସମେତ ଖିମ୍‌ଜୀ ଗ୍ରୁପ୍‌ର ନିର୍ଦ୍ଦେଶକ ସୁମିତ୍‌ ଖିମ୍‌ଜୀ ଏବଂ ଖିମ୍‌ଜୀ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୃଷ୍ଣେନ୍ଦୁ ସେନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଖିମ୍‌ଜୀ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସେନ୍‌ କହିଛନ୍ତି, ହୋଣ୍ଡା ସାଇନ୍‌-୧୦୦ ସିସି ଏବଂ ହୋଣ୍ଡା ୟୁନିକର୍ନ-୧୬୦ ସିସି ମୋଟରସାଇକେଲ ସହିତ ଆମେ ଏକ ନୂତନ ଯାତ୍ରା ଆରମ୍ଭ କରିଛୁ। ଏପରିକି ହୋଣ୍ଡା ସାଇନ୍‌-୧୦୦ ସିସିର ନିର୍ଭରଯୋଗ୍ୟତା ଏବଂ ସୁଲଭତା ହେତୁ ଉକ୍ତ ମଡେଲର ବଜାର ଚାହିଦା ଅଧିକ ରହିଛି। ବିଶେଷକରି ଖିମ୍‌ଜୀ ହୋଣ୍ଡା ପକ୍ଷରୁ ପ୍ରଦାନ କରାଯାଉଥିବା ସୁନାମୁଦ୍ରା ଆମର ପ୍ରତ୍ୟେକ ଗ୍ରାହକଙ୍କ ପାଇଁ କୃତଜ୍ଞତାର ଏକ ପ୍ରତୀକ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିପରି ଅନାବରଣ ଉତ୍ସବରେ ଖିମ୍‌ଜୀ ହୋଣ୍ଡାର ୫ଜଣ ଗ୍ରାହକଙ୍କୁ ହୋଣ୍ଡା ସାଇନ୍‌-୧୦୦ସିସି ବାଇକ୍‌ ସହ ପ୍ରତ୍ୟେକଙ୍କୁ ସୁନାମୁଦ୍ରା (ଗୋଲ୍‌ଡ କଏନ) ପ୍ରଦାନ କରାଯାଇଥିଲା। ବ୍ରାଣ୍ଡ୍‌ ସମସ୍ତ ଗ୍ରାହକଙ୍କୁ ବାଇକ୍‌ କ୍ରୟ ଉପରେ ସୁନା ମୁଦ୍ରା ପ୍ରଦାନ କରୁଛି। ଏହି ସ୍ବତନ୍ତ୍ର ଅଫର ସହିତ ଖିମ୍‌ଜୀ ହୋଣ୍ଡା ଗ୍ରାହକଙ୍କ ଅଭିଜ୍ଞତାକୁ ବୃଦ୍ଧି କରିବାକୁ ଏବଂ ନିଜର ବିଶ୍ୱସ୍ତ ଗ୍ରାହକଙ୍କୁ ଅତିରିକ୍ତ ମୂଲ୍ୟ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ,ଖିମ୍‌ଜୀ ହୋଣ୍ଡାର ପଟିଆ,ବାଲୁଗାଁ ଏବଂ ନାଚୁଣୀ ଶୋ’ରୁମ୍‌ରେ ହୋଣ୍ଡା ସାଇନ୍‌-୧୦୦ସିସିର ପ୍ରତ୍ୟେକ କ୍ରୟରେ ଏକ ସୁନା ମୁଦ୍ରା ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ

ନୂଆଦିଲ୍ଲୀ,୧୧ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛନ୍ତି। ବିର୍ଲା ଗୃହକାର୍ଯ୍ୟ ପରିଚାଳନାରେ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri