ସ୍ପେଶାଲ ସଜବାଜ

ତେଲୁଗୁ ସିନେମାର ଅନ୍ୟତମ ପରିଚିତ ଅଭିନେତା ପ୍ରଭାସ। ଏବେ ତାଙ୍କୁ ନେଇ ଚର୍ଚ୍ଚା। କାରଣ ଖୁବ୍‌ ଶୀଘ୍ର ସେ ବଡ଼ ପରଦାରେ ଖାକି ପୋଷାକ ଗେଟ୍‌ଅପ୍‌ରେ ଦେଖିବାକୁ ମିଳିବେ। କଥା କ’ଣ କି ଏପରି ଏକ ଅଫର ପାଇବା ପରେ ସେ ନିଜକୁ ଏଥିପାଇଁ ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି। ଏପରି ସ୍ପେଶାଲ ସଜବାଜ ସମ୍ପର୍କରେ ପ୍ରଭାସ କହନ୍ତି, ‘ସନ୍ଦୀପ ରେଡ୍ଡୀଙ୍କର ଏହି ଫିଲ୍ମର ଟାଇଟଲ ପ୍ରଥମେ ଥିଲା ‘ଭାଙ୍ଗା’। ଏବେ ତାହା ଚେଞ୍ଜ ହୋଇଛି ଏବଂ ନୂଆ ଶୀର୍ଷକ ରହିଛି ‘ସ୍ପିରିଟ୍‌’। ଏଥିରେ ମୁଁ ଜଣେ ପୋଲିସ ଅଫିସର ଭୂମିକାରେ ଅଭିନୟ କରୁଛି। ଯଦିଓ ପୂର୍ବରୁ କେତୋଟି ସିନେମାରେ ମୁଁ ଏପରି ରୋଲ୍‌ରେ ଆସିସାରିଛି। ହେଲେ ଏହି ନୂଆ ସିନେମାରେ ମୋତେ ମିଳିଥିବା ଭୂମିକାଟି ମୋ ପାଇଁ ଚ୍ୟାଲେଞ୍ଜ ପରି। ତେଣୁ ସେଥିପାଇଁ ପ୍ରିପାରେଶନ ଆରମ୍ଭ କରି ଦେଇଛି।’ ଖାସ୍‌, କଥା ହେଲା, ଏହି ଫିଲ୍ମଟି କେବଳ ତାମିଲ, ତେଲୁଗୁ, ମାଲାୟାଲମ, ହିନ୍ଦୀ ନୁହେଁ ଇଂଲିଶ ଭାଷାରେ ମଧ୍ୟ ନିର୍ମିତ ହେବ। ପ୍ରଭାସଙ୍କ ସମ୍ପୂର୍ଣ୍ଣ ନାମ କ’ଣ ଜାଣନ୍ତି ? ଭେଙ୍କଟ ସତ୍ୟନାରାୟଣ ପ୍ରଭାସ ରାଜୁ ଉପଲାପ୍ପଟି। ପାଠ ପଢ଼ିବା ସମୟରେ ହୋଟେଲିୟର ହେବାକୁ ଆଶା ରଖିଥିଲେ। ନିର୍ଦ୍ଦେଶକ ରାଜ କୁମାର ହିରାନୀଙ୍କର ସେ ହେଉଛନ୍ତି ଜଣେ ବଡ ପ୍ରଶଂସକ। ତାଙ୍କ ନିର୍ଦ୍ଦେଶିତ ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ଏବଂ ‘ଥ୍ରୀ ଇଡିୟଟ୍‌ସ’କୁ ପ୍ରଭାସ ଅନେକ ଥର ଦେଖିଛନ୍ତି। ଏହି ତେଲୁଗୁ ଅଭିନେତାଙ୍କର ମନ ପସନ୍ଦର ଖାଦ୍ୟ ହେଲା ଚିକେନ୍‌ ବିରିୟାନୀ।


Enter your email to get our daily news in your inbox.

All Right Reserved By Dharitri.Com

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବୋଲେରୋ ଧକ୍କାରେ ସଫେଇ କର୍ମଚାରୀ ମୃତ: ରାସ୍ତାରୋକୋ କରି ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ…

ପାଇକମାଳ,୨୧।୩( ବଡ ଶତପଥୀ) : ନୃସିଂହନାଥ ମନ୍ଦିରରେ କର୍ମରତ ସଫେଇ କର୍ମଚାରୀ ସକାଳେ ନିଜ କାମ ସାରି ପୁଅକୁ ମେଡିକାଲ ନେବା ପାଇଁ ଘରକୁ ବାଇକରେ ଫେରୁଥିବାବେଳେ…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

ରଥଯାତ୍ରା ପାଇଁ ବୁଗୁଡ଼ା ବନାଞ୍ଚଳରୁ ଗଲା ୧୬ ଖଣ୍ଡ ଫାଶି କାଠ

ବୁଗୁଡ଼ା,୨୧।୩(କାଳିଚରଣ ଦାଶ): ବୁଗୁଡ଼ା ପାଇଁ ଏକ ସୌଭାଗ୍ୟର ଦିନ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ…

ମନ୍ଦିର ପ୍ରତିଷ୍ଠା, ନାମଯଜ୍ଞ ପାଇଁ ପ୍ରସ୍ତୁତି : ଅଧିକରୁ ଅଧିକ ଜନସମାଗମ ଆଶଙ୍କା

ଗଞ୍ଜାମ,୨୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର କରପଡା ଗ୍ରାମରେ ଆସନ୍ତା ୨୨ରୁ ୨୬ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ମହା ଆଡମ୍ବରରେ ମା’ ବୁଢ଼ୀ ଠାକୁରାଣୀ ଏବଂ…

କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର: ଆକ୍ସନ ମୋଡରେ ନବୀନ

ଭୁବନେଶ୍ୱର,୨୧।୧: କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ଶୃଙ୍ଖଳା କମିଟି ସଦସ୍ୟ ସାରଦା ଜେନା। ସେ କହିଛନ୍ତି, ଉତ୍ତର ସନ୍ତୋଷଜନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri