ରୁଷିଆ ଯୁଦ୍ଧ ଅପରାଧର ଯାଞ୍ଚ କରୁ ସ୍ବତନ୍ତ୍ର କୋର୍ଟ : ଇୟୁ…

ବର୍ଲିନ,୧।୧୨ : ୟୁରୋପୀୟ ୟୁନିଅନ (ଇୟୁ) ୟୁକ୍ରେନରେ ଜାତିସଂଘ ସମର୍ଥିତ ଏକ ସ୍ବତନ୍ତ୍ର ଅଦାଲତ ଗଠନ କରିବାକୁ ପ୍ରସ୍ତାବ ଦେଇଛି। ରୁଷିଆ ଦ୍ୱାରା ହୋଇଥିବା ଯୁଦ୍ଧ ଅପରାଧର ଯାଞ୍ଚ ପାଇଁ ଏହା କାମ କରିବ। ରୁଷିଆର ଫ୍ରିଜ ସମ୍ପତ୍ତି ବ୍ୟବହାର କରି ଯୁଦ୍ଧଗ୍ରସ୍ତ ଦେଶର ପୁନର୍ନିର୍ମାଣ କରାଯିବ। ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ ଡେର୍‌ ଲେଏନ କହିଛନ୍ତି ଯେ ଏନେଇ ବିଶ୍ୱର ସମର୍ଥନ ସଂଗ୍ରହ କରିବା ପାଇଁ ଅନ୍ତର୍ଜାତୀୟ ସହଯୋଗୀମାନଙ୍କ ସହ କାର୍ଯ୍ୟ କରିବାକୁ ଇୟୁ ପ୍ରସ୍ତୁତ ଅଛି।

ସେ କହିଛନ୍ତି ଯେ ଆମେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟର କାର୍ଯ୍ୟକୁ ସମର୍ଥନ ଜାରି ରଖିବୁ। ଫେବୃଆରୀ ୨୪ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷ ସୈନ୍ୟବାହିନୀର କ୍ୱିଭ ଉପକଣ୍ଠରେ ବହୁ ହତ୍ୟାକାଣ୍ଡ, ଏବଂ ମାର୍ଚ୍ଚ ୧୬ ରେ ମାରିଆପୋଲରେ ଏକ ଥିଏଟର ଉପରେ ବୋମା ବିସ୍ଫୋରଣ ସହିତ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ୟୁକ୍ରେନ ଯୁଦ୍ଧ ସମୟରେ ହୋଇଥିବା ସାମରିକ ଅପରାଧର ଯାଞ୍ଚ ହ୍ୟୁଗରେ ଥିବା ୟୁରୋପ ଏବଂ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ କରୁଛି। ୟୁକ୍ରେନର ପ୍ରଥମ ଲେଡି ଓଲେନା ଜେଲେନସ୍କି ମଧ୍ୟ ଆବେଦନ କରିଛନ୍ତି ଯେ ୟୁକ୍ରେନ ଆକ୍ରମଣ ନେଇ ଆକ୍ରମଣକାରୀମାନେ ଉତ୍ତରଦାୟୀ ହେବେ।

Share