ସ୍ବତନ୍ତ୍ର ପରୀକ୍ଷାର୍ଥୀଙ୍କୁ ମିଳିବ ଯୁକ୍ତ ୩ ନାମଲେଖା ସୁଯୋଗ

ଭୁବନେଶ୍ୱର, ୪।୯(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ସ୍ବତନ୍ତ୍ର ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ରଙ୍କ ପାଇଁ ଯୁକ୍ତ ୩ ନାମଲେଖା ନିମନ୍ତେ ଆଉ ଏକ ସୁଯୋଗ ମିଳିବ। ଏ ନେଇ ଶନିବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। ଯୁକ୍ତ ୩ ନାମଲେଖା ପାଇଁ ଶନିବାର ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ତେବେ ଯୁକ୍ତ୨ ପରୀକ୍ଷାରେ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ରମାନେ ଯୁକ୍ତ ୨ ସ୍ବତନ୍ତ୍ର ପରୀକ୍ଷା ଦେବେ। ଏହି ସ୍ବତନ୍ତ୍ର ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କେବେ ପରୀକ୍ଷା ହେବ ଏ ନେଇ ପରିଷଦ ପକ୍ଷରୁ ସୂଚନା ଦିଆଯାଇ ନାହିଁ। ଆବେଦନ ପରେ ପିଲା ସଂଖ୍ୟା ଦେଖି ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଥିଲା। ସେପଟେ ଯୁକ୍ତ ୩ ପାଇଁ ଶନିବାର ଆବେଦନ ସରୁଥିବାରୁ ଏହି ପିଲା ଚିନ୍ତାରେ ଥିଲେ। ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହୋଇଯିବେ ବୋଲି ସେମାନଙ୍କ ମନରେ ଭୟ ରହିଥିଲା। ତେବେ ସେମାନଙ୍କୁ ନାମଲେଖା ପାଇଁ ସୁଯୋଗ ଦିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।