ବେଦାନ୍ତ ଆଲୁମିନିୟମର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୨୪।୭ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ଅଭିଯାନ ‘ଆର୍ଟଶାଲା’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି କମ୍ପାନୀର ଓଡ଼ିଶା ୟୁନିଟ ଝାରସୁଗୁଡା ପକ୍ଷରୁ ଉକ୍ତ ଅଭିଯାନକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏପରିକି ଗ୍ରାମାଞ୍ଚଳସ୍ତରରେ ଶିକ୍ଷାର ବାତାବରଣ ପରିବର୍ତ୍ତନ ସହ ଆର୍ଟଶାଲା ଜରିଆରେ ଏକ ନିଆରା ସଚେତନତା ଉଭୟ କମ୍ପାନୀର କର୍ମଚାରୀ ଓ ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ପରିଚାଳିତ କରାଯାଉଛି। ଉଲ୍ଲେଖଯୋଗ୍ୟ, କମ୍ପାନୀ ଝାରସୁଗୁଡାର ପୂର୍ଣ୍ଣା ଉଚ୍ଚ ପ୍ରାଥମିକ ସରକାରୀ ବିଦ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଠାରେ କମ୍ପାନୀର କର୍ମଚାରୀ ଓ ସ୍ବେଚ୍ଛାସେବୀମାନେ ଜୀବନ୍ତ ଶିଶୁ ଅନୁକୂଳ ଚିତ୍ର ଆଙ୍କିଥିଲେ ଏବଂ ବିଦ୍ୟାଳୟର କାନ୍ଥକୁ ପାରସ୍ପରିକ ଶିକ୍ଷଣ ସ୍ଥାନ ସୃଷ୍ଟି କରିବାରେ ସାହାଯ୍ୟ କରିଥିଲେ। ଏପରିକି ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ପାଇଁ ମଜାଳିଆ ତଥା ଆକର୍ଷଣୀୟ ଶିକ୍ଷଣ ସ୍ଥାନ ସୃଷ୍ଟି କରିବାକୁ ‘ଆର୍ଟଶାଲା’ ପଦକ୍ଷେପ ଲକ୍ଷ୍ୟ ରଖିଛି, ଯାହାକି କ୍ଲାସରେ ଉପସ୍ଥାନ ବଢାଇବାକୁ ଉତ୍ସାହିତ କରିବା ସହିତ ଜିଲାର ସାହିତ୍ୟ ହାର ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଛି। ଏଭଳି ଏକ ପଦକ୍ଷେପ ‘ବିଲ୍‌ଡିଙ୍ଗ ଏଜ୍‌ ଲର୍ନିଂ ଏଡ୍‌’ (ବାଲା) ର ଅଭିନବ ସଂକଳ୍ପରୁ ପ୍ରେରଣା ଆଣିବା ସହିତ ଯୁବସମାଜକୁ ପ୍ରେରଣା ଦେବା ପାଇଁ କଳାର ଶକ୍ତି ବ୍ୟବହାର କରୁଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଓଓ (ଆଲୁମିନିୟମ୍‌ ବ୍ୟବସାୟ) ସୁନୀଲ ଗୁପ୍ତା କହିଛନ୍ତି, କାରଖାନା ନିକଟବର୍ତ୍ତୀ ଅଞ୍ଚଳର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ବାତାବରଣ ସୃଷ୍ଟି ପାଇଁ ଆର୍ଟଶାଲା ସହିତ ଆବଶ୍ୟକ ପ୍ରେରଣା ଯୋଗାଇବାକୁ ଲକ୍ଷ୍ୟ ରଖିଛୁ। ବିଶେଷ କରି କଳା ଏବଂ ଶିକ୍ଷାର ଏହି ଅନନ୍ୟ ମିଶ୍ରଣ ମାଧ୍ୟମରେ ଆମେ ଏକ ଭିନ୍ନ ପରିବେଶ ସୃଷ୍ଟି କରିବାକୁ ଚାହୁଁଛୁ, ଯେଉଁଠାରେ ସେମାନଙ୍କର ସୃଜନଶୀଳ ସାମର୍ଥ୍ୟରେ ବୃଦ୍ଧି ପାଇପାରିବ। ଏପରିକି ଆମର ଶିକ୍ଷା ପଦକ୍ଷେପ ସାକ୍ଷରତା ବିଭାଜନକୁ ଦୂର କରିବା ଏବଂ ଗୁଣାତ୍ମକ ଶିକ୍ଷା ପାଇଁ ସମ୍ପ୍ରଦାୟର ପ୍ରବେଶକୁ ସୁଦୃଢ କରିବା ପାଇଁ ଏହା ଉଦ୍ଦିଷ୍ଟ। ସେହିଭଳି ଅମ୍ବିକା ନାୟକ କହିଛନ୍ତି, ବେଦାନ୍ତ ଆଲୁମିନିୟମକୁ ସେମାନଙ୍କର ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ‘ଆର୍ଟଶାଲା’ ପାଇଁ ଆମେ ଧନ୍ୟବାଦ ଦେଉଛୁ, ଯାହା ମାଧ୍ୟମରେ ସେମାନେ ସମାଜରେ ଶିକ୍ଷା ପାଇଁ ଏକ ଆଦର୍ଶ ମାନଦଣ୍ଡ ସ୍ଥାପନ କରିଛନ୍ତି। ସହଭାଗୀ ଶିକ୍ଷଣ ସ୍ଥାନଗୁଡିକରେ କଳାକୁ ଅନ୍ତର୍ଭୁକ୍ତ କରି କମ୍ପାନୀ ଏକ ପ୍ରେରଣାଦାୟକ ପରିବେଶ ସୃଷ୍ଟି କରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri