ମହିଳା, ଶିଶୁ ଅପରାଧ ରୋକିବାକୁ ହେବ ସ୍ବତନ୍ତ୍ର ଶାଖା

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ରୋକିବା ଦିଗରେ ଆହୁରି ପଦକ୍ଷେପ ନିଆଯିବ। ଏଥିପାଇଁ ଓଡ଼ିଶା ପୋଲିସର ଏକ ସ୍ବତନ୍ତ୍ର ଶାଖା ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବୁଧବାର ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏଥିସହିତ ରାଜ୍ୟରେ ସାଇବର ଓ ଅର୍ଥନୈତିକ ଅପରାଧଜନିତ ଆହ୍ବାନର ମୁକାବିଲା ନିମନ୍ତେ ୩୪ ନୂଆ ସାଇବର ଥାନା ଓ ଅର୍ଥନୈତିକ ଅପରାଧ ଥାନା ଖୋଲାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ରାଜ୍ୟର ୬ ନୂଆ ଥାନାକୁ ଉଦ୍‌ଘାଟନ କରିଛନ୍ତି। ଏହି ନୂଆ ଥାନାଗୁଡ଼ିକ ହେଲା ଅନୁଗୋଳ ଜିଲାର ଅନୁଗୋଳ ସଦର ଥାନା, ଭୁବନେଶ୍ୱର ସହରାଞ୍ଚଳ ଜିଲାର ଭରତପୁର ଥାନା, ଝାରସୁଗୁଡା ଜିଲାର ସଦର ଥାନା, ଗଞ୍ଜାମ ଜିଲାର ବେଲଗୁଣ୍ଠା ଥାନା, ଭଦ୍ରକ ଜିଲାର ସାବରଙ୍ଗ ଓ ପୀରହାଟ ଥାନା। ସେହିଭଳି ମୁଖ୍ୟମନ୍ତ୍ରୀ ଆଧୁନିକ ଫରେନ୍‌ସିକ କୌଶଳକୁ ଉପଯୋଗ ସହ ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାରରେ ବୃଦ୍ଧି ଘଟାଇବା, ସଡ଼କ ସୁରକ୍ଷା କ୍ଷେତ୍ରରେ ଉନ୍ନତ କାର୍ଯ୍ୟ କରିବା ଏବଂ ଅପରାଧରେ ଶିକାର ହୋଇଥିବା ବ୍ୟକ୍ତି ଓ ତାଙ୍କ ପରିବାର ପ୍ରତି ସମ୍ବେଦନଶୀଳ ହେବା ସହ ଉଚିତ ନ୍ୟାୟ ପ୍ରଦାନ ପାଇଁ ଉପସ୍ଥିତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଓଡ଼ିଶା ପୋଲିସର ଆଇନ ଶୃଙ୍ଖଳା ପରିଚାଳନା, କରୋନା ମହାମାରୀ ସମୟରେ ଲକ୍‌ଡାଉନ ନିୟମ ପ୍ରବର୍ତ୍ତନ, ମାଓବାଦୀ କାର୍ଯ୍ୟକଳାପର ମୁକାବିଲା, ଅପରାଧ ଦମନ ଆଦି କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଗୁରୁତର କୋଭିଡ୍‌ ରୋଗୀଙ୍କୁ ପ୍ଲାଜ୍‌ମା ଦାନ କରି ଜୀବନ ବଞ୍ଚାଇଥିବା ୯୩୦ଜଣ ପୋଲିସ କର୍ମଚାରୀଙ୍କୁ ସେ ପ୍ରଶଂସା କରିବା ସହ କାର୍ଯ୍ୟକ୍ଷେତ୍ରରେ ଶହୀଦ ହୋଇଥିବା ୪୮ଜଣ ପୋଲିସଙ୍କୁ ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧା ଓ ମାଓବାଦୀ ଦମନବେଳେ ଶହୀଦ ହୋଇଥିବା ୨ଜଣ ଯବାନଙ୍କ ପାଇଁ ଶୋକବ୍ୟକ୍ତ କରିଥିଲେ। ମାଓବାଦୀ ଦମନ କ୍ଷେତ୍ରରେ ବିଶେଷ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମାଲକାନଗିରି ଓ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଏବଂ ଉତ୍ତମ ଶିଳ୍ପାୟନ ବାତାବରଣ ସୃଷ୍ଟି ପାଇଁ ଅନୁଗୋଳ ଓ କେନ୍ଦୁଝର ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ପ୍ରଶଂସା କରିଥିଲେ।
ସମ୍ମିଳନୀରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ବିଭାଗ ଓ ଅର୍ଥବିଭାଗର ପ୍ରମୁଖ ସଚିବମାନେ ଅଂଶଗ୍ରହଣ କରି ରାଜ୍ୟ ପୋଲିସର ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ସମ୍ମିଳନୀର ପ୍ରଥମ ପର୍ଯ୍ୟାୟରେ ପୋଲିସ ବିଭାଗରେ ମାନସିକ ଚାପ ପରିଚାଳନା ଓ ୫-ଟି ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri