୨ ଡାକ୍ତରଙ୍କ ଉଦ୍ଧାର ପାଇଁ କଥାହେଲେ ରାଜ୍ୟସରକାର, ମନ୍ତ୍ରୀ କହିଲେ… 

ଭୁବନେଶ୍ୱର,୩୧।୭: କେରଳର ଓ୍ବାଏନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ଜଣେ ୨ ଓଡ଼ିଆ ଡାକ୍ତର ନିଖୋଜ ଅଛନ୍ତିି। ୨ ଡାକ୍ତରଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାର କଥାହୋଇଛନ୍ତି।  କେରଳ ସ୍ବତନ୍ତ୍ର ରିଲିଫ କମିଶନର ଓ ଓଡ଼ିଆ ଅଧିକାରୀଙ୍କ ସହ ଏସଆର୍‌ସି କଥା ହୋଇଥିବା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏହା ସହ ସେ କହିଛନ୍ତି, ନିଖୋଜ ୨ ଡାକ୍ତରଙ୍କ ପରିବାର ସହ ମଧ୍ୟ ଯୋଗାଯୋଗରେ ଅଛୁ। ପରିବାର ବର୍ଗଙ୍କୁ ପ୍ରତ୍ୟେକ ସମୟରେ ଅପଡେଟ ଖବର ଦିଆଯାଉଛି। ଜଣଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି, ଆଶା  ସେମାନେ ଉଦ୍ଧାର ହେବେ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ୨ ଓଡ଼ିଆ ଡାକ୍ତର ଓ ସେମାନଙ୍କ ସ୍ତ୍ରୀ କେରଳ ବୁଲିବାକୁ ଯାଇଥିଲେ । ହେଲେ ସେଠାରେ ଘଟିଥିବା ଭୂସ୍ଖଳନରେ ଡାକ୍ତର ଦ୍ୱୟ ନିଖୋଜ ହୋଇଯାଇଥିବାବେଳେ ସେମାନଙ୍କ ସ୍ତ୍ରୀ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନିଖୋଜ ଡାକ୍ତରଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। କଟକ ଜିଲା ଚୌଦ୍ୱାରସ୍ଥିତ ହାଉସିଂ ବୋର୍ଡ ଅଞ୍ଚଳରେ ରହୁଥିବା ହାଇଟେକ୍‌ ମେଡିକାଲର ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା, ସ୍ତ୍ରୀ ତଥା ଡ୍ରିମ୍ସ କଲେଜ ଅଧ୍ୟାପିକା ପ୍ରିୟଦର୍ଶିନୀ, ଡା.ସ୍ବାଧୀନ ପଣ୍ଡା ଓ ତାଙ୍କ ସ୍ତ୍ରୀ ସ୍ବୀକୃତି ମହାପାତ୍ର ଗତ ୨୬ ତାରିଖରେ ବେଙ୍ଗାଲୁରୁ ଏବଂ କେରଳ ବୁଲିବାକୁ ଯାଇଥିଲେ। କେରଳର ୱାୟନାଡର ଲିନରା ଭିଲ୍ଲାରେ ରାତ୍ରିଯାପନ କରିଥିଲେ। ସୋମବାର ରାତି ପ୍ରାୟ ୨ଟାରେ ଭୂସ୍ଖଳନ ସହ ମାଟି ମିଶା ପାଣି ଜନବସତି ଅଞ୍ଚଳକୁ ମାଡ଼ି ଆସିଥିଲା। ଏନେଇ ବିଷ୍ଣୁଙ୍କ ବାପା ତଥା ପ୍ରତିରକ୍ଷା ବିଭାଗର ଅବସରପ୍ରାପ୍ତ କର୍ମଚାରୀ ପ୍ରମୋଦ କୁମାର ଚିନାରା କହିଛନ୍ତି, ରାତି ପ୍ରାୟ ୨ଟାରେ ବନ୍ୟାପାଣି ମାଡ଼ି ଆସିଲା। ଏହାପରଠାରୁ ବିଷ୍ଣୁଙ୍କ ପତ୍ତା ମିଳୁନି। ପ୍ରିୟଦର୍ଶିନୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ସକାଳ ୬ଟାରେ ଫୋନ୍‌ ଯୋଗେ ଏ ସମ୍ପର୍କରେ ପ୍ରିୟଦର୍ଶିନୀ ମୋତେ ଜଣାଇଥିଲେ। ପରେ ମୁଁ ଏନେଇ ହାଇଟେକ୍‌ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲି। ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ବିଷ୍ଣୁଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ପ୍ରଶାସନିକ ସ୍ତରରେ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।  ସୂଚନାଯୋଗ୍ୟ, ଡା. ଚିନାରା ୨ ବର୍ଷ ତଳେ ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri