Categories: ଜାତୀୟ

ବାଦବିବାଦ ପରେ ଇସ୍ତଫା ଦେଲେ ବାଚସ୍ପତି ବିଜୟ ସିହ୍ନା..

ପାଟନା, ୨୪।୮ : ବିହାରରେ ନୂଆ ମହାମେଣ୍ଟ ସରକାର ବୁଧବାର ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାର ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶକ୍ତି ପରୀକ୍ଷା ପୂର୍ବ ବହୁ ବାଦ ବିବାଦ ପରେ ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ଇସ୍ତଫା ଦେଇଛନ୍ତି। ସେ ମଙ୍ଗଳବାର ଆରଜେଡି ଦେଇଥିବା ଅବିବିଶ୍ୱାସ ପ୍ରସ୍ତାବ ନୋଟିସକୁ ପ୍ରତ୍ୟାଖ୍ୟାନ କରିଥିଲେ।

ବିହାର ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନାଙ୍କ ଇସ୍ତଫା ପରେ ଗୃହର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ନୂଆ ବାଚସ୍ପତି ଦାୟିତ୍ୱ ନେବା ପରେ ବିଧାନସଭା ପୁଣି ସ୍ବାଭାବିକ ଭାବେ କାର୍ଯ୍ୟ କରିବ। ଏବେ ନୂଆ ବାଚସ୍ପତି ନିଯୁକ୍ତି ନେଇ ପ୍ରକ୍ର୍ରିୟା ଆରମ୍ଭ ହୋଇଛି।

Share