୨୦ରେ ବାଚସ୍ପତି ନିର୍ବାଚନ, ଆଜି ନାମାଙ୍କନ

ଭୁବନେଶ୍ୱର,୧୯ା୬(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତ ବିଧାୟକ ବିଧାନସଭାରେ ଶପଥ ନେଇଛନ୍ତି। ଯେଉଁମାନେ ଶପଥ ନେଇନାହାନ୍ତି ସେମାନେ ବୁଧବାର ନେବେ। ଆସନ୍ତା ୨୦ ତାରିଖରେ ରାଜ୍ୟରେ ନୂଆ ବାଚସ୍ପତି ପଦ ଲାଗି ନିର୍ବାଚନ ହେବ। ଏହି ପଦବୀ ଲାଗି ବୁଧବାର ନାମାଙ୍କନ ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଗୁରୁବାର ବାଚସ୍ପତି ପଦ ଲାଗି ଭୋଟ ଗ୍ରହଣ କରାଯିବ। ତେବେ ବାଚସ୍ପତି କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଭାଜପା ଯାହାକୁ ବାଚସ୍ପତି ପାଇଁ ପ୍ରାର୍ଥୀ କରିବ ସେ ହିଁ ନିର୍ବାଚିତ ହେବେ। କାରଣ ୧୪୭ ବିଧାନସଭା ଆସନ ମଧ୍ୟରୁ ଭାଜପାକୁ ୭୮, ବିଜେଡିକୁ ୫୧, କଂଗ୍ରେସକୁ ୧୪, ଗୋଟିଏ ସିପିଆଇ(ଏମ୍‌) ଏବଂ ୩ଟି ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଭାଜପାରୁ ଅସନ୍ତୁଷ୍ଟ ହୋଇ ସ୍ବାଧୀନ ପ୍ରାର୍ଥୀ ଭାବେ ଧର୍ମଶାଳାରୁ ହିମାଂଶୁ ଶେଖର ସାହୁ, ବଡ଼ମ୍ବାରୁ ବିଜୟ ଦଳବେହେରା ଏବଂ ମାହାଙ୍ଗାରୁ ସାରଦା ପ୍ରଧାନ ବିଜୟୀ ହୋଇଛନ୍ତି। ତେବେ ଏହି ୩ ବିଧାୟକ ଭାଜପା ସପକ୍ଷରେ ଅଛନ୍ତି। ତେଣୁ ବାଚସ୍ପତି ନିର୍ବାଚନ ହେଲେ ଶାସକ ଦଳ ସପକ୍ଷରେ ୮୧ ଖଣ୍ଡ ଭୋଟ ପଡ଼ିବା ସମ୍ଭାବନା ରହିଛି। ସେହିପରି କଂଗ୍ରେସ,ବିଜେଡି ଏବଂ ସିପିଆଇ(ଏମ୍‌)ର ସଦସ୍ୟଙ୍କୁ ମିଶାଇଲେ ବିରୋଧୀ ଦଳ ସପକ୍ଷରେ ମୋଟ୍‌ ୬୬ ଖଣ୍ଡ ଭୋଟ ପଡ଼ିବ। ତେଣୁ ବିରୋଧୀମାନେ ଏକାଠି ହୋଇ ବାଚସ୍ପତି ପଦ ଲାଗି କାହାକୁ ପ୍ରାର୍ଥୀ ନ ଦେବା ଯଥେଷ୍ଟ ସମ୍ଭାବନା ରହିଛି।
ଅନ୍ୟପଟେ ଭାଜପା ବାଚସ୍ପତି ପଦ ଲାଗି କାହାକୁ ପ୍ରାର୍ଥୀ କରିବ ତାହା ଏବେର ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ଦଳ ଏହି ପଦବୀ ଲାଗି ଜଣେ ଅଭିଜ୍ଞ ଏବଂ ବରିଷ୍ଠ ନେତାଙ୍କୁ ବସାଇବ ନା ନବନିଯୁକ୍ତ କାହାକୁ ବାଚସ୍ପତି ପଦ ଲାଗି ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏନେଇ ଭାଜପା ନେତା ଗୋଲକ ମହାପାତ୍ର କହିଛନ୍ତି, କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେ ବିଷୟରେ ଦଳର ପାର୍ଲାମେଣ୍ଟାରି ବୋର୍ଡ ନିଷ୍ପତ୍ତି ନେବ। ଏନେଇ ନାମାଙ୍କନ ପୂର୍ବରୁ ଦଳ ଘୋଷଣା କରିବ। ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ହିଁ ଏହି ପଦରେ ବସାଯିବ ବୋଲି ଗୋଲକ କହିଛନ୍ତି।
ଅନ୍ୟପଟେ ବାଚସ୍ପତି ପଦକୁ ନେଇ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଜଣେ ବରିଷ୍ଠ ଏବଂ ଅଭିଜ୍ଞ ନେତ୍ରୀ ଭାବେ ଦଳ ତାଙ୍କ ଉପରେ ଭରସା କରିପାରେ ବୋଲି କୁହାଯାଉଛି। ସୁରମା ପୂର୍ବରୁ ମଧ୍ୟ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ନିର୍ବାଚିତ ହୋଇ ମନ୍ତ୍ରୀ ରହିସାରିଛନ୍ତି। ତେଣୁ ସେହି ଦୃଷ୍ଟିରୁ ଦଳ ଜଣେ ମହିଳା ଏବଂ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କ ଉପରେ ଭରସା କରିବା ସମ୍ଭାବନା ରହିଛି। ଅନ୍ୟପଟେ ପୂର୍ବତନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଜୟନାରାୟଣ ଭାଜପା ସରକାରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ପାଇପାରନ୍ତି ବୋଲି ଆଲୋଚନା ହେଉଥିଲା। ହେଲେ ତାଙ୍କୁ ସାମିଲ କରା ନ ଯିବା ବିଷୟ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଅନ୍ୟପଟେ ସେ ମଧ୍ୟ ଶପଥ ଉତ୍ସବ କାର୍ଯ୍ୟକ୍ରମରେ ସାମିଲ ହୋଇ ନ ଥିଲେ। ଯେହେତୁ ତାଙ୍କର ଶପଥ ନେବାର ନ ଥିଲା ସେଥିଲାଗି ସେ ଆସିଲେନାହିଁ ବୋଲି ମଙ୍ଗଳବାର ଜୟନାରାୟଣ କହିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟରୁ ହିଁ ସେ କେତେ ଅସନ୍ତୁଷ୍ଟ ସେକଥା ଜଣାପଡୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ସେହିଭଳି ଏହି ଦୁଇ ନେତାଙ୍କୁ ଛାଡ଼ିଦେଲେ ଦଳ ଯେ, ଆଉ କାହାକୁ ଏହି ପଦରେ ନ ବସାଇବ ସେକଥାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri