Posted inଜାତୀୟ

ବିଧାୟକଙ୍କ ପାନଛେପ ସଫାକଲେ ବାଚସ୍ପତି

ଲକ୍ଷ୍ନୌ, ୫ା୩:ଉତ୍ତରପ୍ରଦେଶ ବିଧାନସଭାର ବଜେଟ ଅଧିବେଶନ ଜାରି ରହିଛି। ଅଧିବେଶନର ନବମ ଦିନ ଜଣେ ବିଧାୟକ ବିଧାନସଭା ହଲ୍‌ରେ ପାନ ମସାଲା ଖାଇ ଛେପ ପକାଇଥିବାର ଘଟଣା ସାମନାକୁ ଆସିଛି, ଯାହା ପୂରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଧାନସଭା ଗୃହର ଗରିମା ଏବଂ ପରିଷ୍କାର ପରିଚ୍ଛନତା ଉପରେ ଏହି ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଉତ୍ତରପ୍ରଦେଶ ବିଧାନସଭାର ବାଚସ୍ପତି ସତୀଶ ମହାନା କହିଛନ୍ତି। ଘଟଣାକୁ ନେଇ ବାଚସ୍ପତି ମହାନା ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ଅନୁଶାସନ ବିରୋଧୀ କାର୍ଯ୍ୟ ବୋଲି କହିଥିଲେ।
ମଙ୍ଗଳବାର ଉତ୍ତରପ୍ରଦେଶ ବିଧାନସଭାର ଗୃହକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବାଚସ୍ପତି ସତୀଶ ମହାନା ସମସ୍ତ ବିଧାୟକଙ୍କୁ ସମ୍ବୋଧନ କରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ସେ କହିଛନ୍ତି, ଉତ୍ତରପ୍ରଦେଶ ବିଧାନସଭା ହଲ୍‌ ମଧ୍ୟରେ ଜଣେ ମାନନୀୟ ବିଧାୟକ ପାନ ମସଲା ଖାଇ ଛେପ ପକାଇଥିବା ନେଇ ତାଙ୍କୁ ମଙ୍ଗଳବାର ସକାଳେ ସୂଚନା ମିଳିଥିଲା। ଏହି ଖବର ପାଇ ସେ ସମୟ ପୂର୍ବରୁ ବିଧାନସଭାରେ ପହଞ୍ଚିଥିଲେ ଓ ବିଧାନସଭା କର୍ମଚାରୀଙ୍କ ସହ ମିଶି ହଲ୍‌ ମଧ୍ୟରୁ ଉକ୍ତ ପାନ ମସଲା ଛେପକୁ ସଫା କରାଇଥିଲେ ବୋଲି ବାଚସ୍ପତି ମହାନା କହିଛନ୍ତି। ବିଧାନସଭାର ଜଣେ ସଦସ୍ୟଙ୍କର ଏପରି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ ଅତ୍ୟନ୍ତ ଗମ୍ଭୀର ସ୍ବରରେ କହିଥିଲେ। ଗୃହରେ ଲାଗିଥିବା ସିସିଟିଭି ଫୁଟେ୍‌ଜରୁ ଛେପ ପକାଇଥିବା ବିଧାୟକଙ୍କର ପରିଚୟ ସ୍ପଷ୍ଟ ଭାବେ ମିଳିଛି। ତେବେ ସେ ପାନ ଛେପ ପକାଇଥିବା ବିଧାୟକଙ୍କୁ ସର୍ବ ସମ୍ମୁଖରେ ଅପମାନିତ କରିବାକୁ ଚାହୁଁନାହାନ୍ତି ବୋଲି ମହାନା କହିଛନ୍ତି। ଛେପ ପକାଇଥିବା ବିଧାୟକଙ୍କୁ ଚେତାବନୀ ଦେଇ ସେ କହିଛନ୍ତି, ଯେଉଁ ବିଧାୟକ ଏହି କାର୍ଯ୍ୟ କରିଛନ୍ତି ତାଙ୍କର ପରିଚୟ ମିଳିସାରିଛି। ସେ ସ୍ବୟଂ ନିଜଆଡ଼ୁ ଆସି ତାଙ୍କ ନିକଟରେ ଭୁଲ୍‌ ସ୍ବୀକାର କରନ୍ତୁ। ଅନ୍ୟଥା ଏହି ନିନ୍ଦନୀୟ କାର୍ଯ୍ୟ ପାଇଁ ତାଙ୍କୁ ସମନ କରାଯିବ। ଏହି ଅବସରରେ ବିଧାନସଭାର ଅନ୍ୟ ସଦସ୍ୟଙ୍କୁ ଅପିଲ କରି ମହାନା କହିଛନ୍ତି, ଉତ୍ତରପ୍ରଦେଶ ବିଧାନସଭା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କର ନୁହେଁ। ଏହା ୪୦୩ ବିଧାୟକ ଓ ଉତ୍ତରପ୍ରଦେଶର ୨୫ କୋଟି ଜନସାଧାରଣଙ୍କର ବିଧାନସଭା। ତେଣୁ ଗୃହର ଗରିମାକୁ ବଜାୟ ରଖିବା ସହ ଏହାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ହେଉଛି ସମସ୍ତ ବିଧାୟକଙ୍କର ଦାୟିତ୍ୱ। ଯଦି ବିଧାନସଭା ପରିସର ମଧ୍ୟରେ କୌଣସି ବିଧାୟକ ସେମାନଙ୍କ ସାଥୀ ବିଧାୟକଙ୍କୁ ପାନ ମସାଲା ଖାଇ ଛେପ ପକାଉଥିବାର ଦେଖୁଛନ୍ତି, ତେବେ ସେମାନେ ତୁରନ୍ତ ନିଜ ସାଥୀ ବିଧାୟକଙ୍କୁ ଏପରି ନିନ୍ଦନୀୟ କାର୍ଯ୍ୟରୁ ନିବୃତ୍ତ ରହିବାକୁ ତାଗିଦ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri