ନଓ୍ବାଜଙ୍କୁ ପ୍ରଧାନମନ୍ତ୍ରୀ କହିଲେ ବାଚସ୍ପତି

ଇସଲାମାବାଦ,୧୨ା୪: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ଶେହବାଜ ଶରିଫ୍‌ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ବାଚସ୍ପତି ଆୟାଜ୍‌ ସାଦିକ୍‌ ଭୁଲ୍‌ରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ନାଁ ନେଇଥିଲେ। ପରେ ବାଚସ୍ପତି ଏଥିପାଇଁ ଭୁଲ୍‌ ମାଗିବା ସହ ପିଏମ୍‌ଏଲ୍‌-ଏନ୍‌ ସୁପ୍ରିମୋଙ୍କ ନାଁ ସର୍ବଦା ତାଙ୍କ ମନ ଏବଂ ହୃଦୟରେ ଅଛି ବୋଲି କହିଥିଲେ। ପିଏମ୍‌ଏଲ୍‌-ଏନ୍‌ ସଦସ୍ୟ ଏବଂ ଦଳ ଉପାଧ୍ୟକ୍ଷା ମରିୟମ୍‌ ନଓ୍ବାଜ୍‌ ପାର୍ଲାମେଣ୍ଟରେ ନଓ୍ବାଜ୍‌ ଶରିଫ୍‌ଙ୍କ ଛବି ଦେଖାଇ ଶେହବାଜ୍‌ଙ୍କୁ ସମର୍ଥନ କରିଥିଲେ। ଅନ୍ୟପକ୍ଷରେ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ ଆସନ୍ତା ମାସରେ ଇଦ୍‌ ପରେ ଲଣ୍ଡନରୁ ପାକିସ୍ତାନ ଫେରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ପାନାମା ପେପର୍ସରେ ତାଙ୍କ ନାଁ ସାମ୍‌ନାକୁ ଆସିବା ପରେ ନଓ୍ବାଜ୍‌ଙ୍କ ନାମରେ ଏକାଧିକ ଦୁର୍ନୀତି ମାମଲା ରୁଜୁ ହୋଇଥିଲା। ୨୦୧୭ ଜୁଲାଇରେ ସେ ଗାଦିଚ୍ୟୁତ ହୋଇଥିଲେ। ୨୦୧୯ ନଭେମ୍ବରରେ ଶରିଫ୍‌ ଚିକିତ୍ସା ପାଇଁ ଲାହୋର ହାଇକୋର୍ଟଙ୍କ ଅନୁମତି କ୍ରମେ ଲଣ୍ଡନ ଯାଇଥିଲେ।

Share