Categories: ଖେଳ

ଇତିହାସ ରଚିଲା ସ୍ପେନ, ଇଂଲଣ୍ଡକୁ ହରାଇ ଫିଫା ମହିଳା ଫୁଟବଲ ବିଶ୍ୱକପ୍‌ ଜିତିଲା

ସିଡନୀ,୨୦।୮: ଐତିହାସିକ ପ୍ରଦର୍ଶନ କରି ପ୍ରଥମଥର ପାଇଁ ଫିଫା ମହିଳା ଫୁଟବଲ ବିଶ୍ୱକପ ୨୦୨୩ ଜିତିଛି ସ୍ପେନ। ଅଷ୍ଟ୍ରେଲିଆର ସିଡନୀ ଅଲିମ୍ପିକ ଷ୍ଟାଡିୟମରେ ରବିବାର ଖେଳା ଯାଇଥିବା ଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ୧-୦ରେ ଗୋଲରେ ପରାସ୍ତ କରିଛି ସ୍ପେନ୍‌। ଖେଳର ୨୯ ମିନିଟରେ ସ୍ପେନର ଅଧିନାୟକ ଓଲଗା କାରମୋନାଙ୍କ ଗୋଲରେ ଦଳ ଟାଇଟଲ ହାତେଇବାକୁ ସକ୍ଷମ ହୋଇଛି।

ଉଭୟ ଦଳ ପ୍ରଥମ ଥର ଲାଗି ଫିଫା ବିଶ୍ୱକପ୍‌ ଫାଇନାଲରେ ପହଞ୍ଚିଥିଲେ। ମ୍ୟାଚ୍‌ରେ ପୂର୍ବ ପ୍ରଦର୍ଶନ ଓ ହେଡ ଟୁ ହେଡ ମୁକାବିଲାର ଫଳାଫଳକୁ ଦେଖିଲେ ଇଂଲଣ୍ଡ ହିଁ ଫିଫା ମହିଳା ଫୁଟବଲ ବିଶ୍ୱକପ ଜିତିବ ବୋଲି ଲାଗୁଥିଲା । କିନ୍ତୁ ସ୍ପେନ ସମସ୍ତଙ୍କୁ ଚମକାଇ ଇତିହାସ ରଚିଛି।

Share