ନାଇଟ୍‌କ୍ଲବ୍‌ରେ ଭୟଙ୍କର ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ମାଡ୍ରିଡ୍‌,୧ା୧୦: ସ୍ପେନ୍‌ର ଏକ ନାଇଟ୍‌କ୍ଲବ୍‌ରେ ରବିବାର ଭୋରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ପୋଡ଼ି ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ୪ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସ୍ପେନ୍‌ର ମୁର୍ସିଆ ସହରରେ ଥିବା ଦୁଇ ମହଲା ବିଶିଷ୍ଟ ନାଇଟ୍‌କ୍ଲବ୍‌ରେ ଏକ ଜନ୍ମଦିନ ପାର୍ଟି ଚାଲିଥିଲା। ସେତିକିବେଳେ ସେଠାରେ ନିଆ ଲାଗି ଯାଇଥିଲା। ଫୋରେନ୍‌ସିକ ଟିମ୍‌ ସହ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Share