Categories: ଖେଳ

ଭୁବନେଶ୍ୱରରେ ସ୍ପେନ୍‌, ନ୍ୟୁଜିଲାଣ୍ଡ ହକି ଦଳ

ଭୁବନେଶ୍ୱର,୨୬।୧୦: ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପ୍ରୋ ହକି ଲିଗ୍‌ ପାଇଁ ପହଞ୍ଚିଛନ୍ତି ସ୍ପେନ୍‌ ଓ ନ୍ୟୁଜିଲାଣ୍ଡ ହକି ଦଳ। ଉଭୟ ଦଳ ଭାରତ ସହିତ ଦୁଇଟି ଲେଖାଏ ମ୍ୟାଚ ଖେଳିବେ ଓ ପରସ୍ପର ସହିତ ମଧ୍ୟ ଦୁଇଟି ଲେଖାଏ ମ୍ୟାଚ ଖେଳିବେ। ଭୁବନେଶ୍ୱରରେ ପହଞ୍ଚିବାକୁ ନେଇ ଉତ୍ସାହ ପ୍ରକାଶ କରିଛନ୍ତି ସ୍ପେନ୍‌ ଦଳର କୋଚ୍‌ ମ୍ୟାକ୍ସ କାଲଡାକ୍ସ। ସ୍ପେନରୁ ଭାରତ ବେଶ୍‌ ଲମ୍ବା ଯାତ୍ରା, ମାତ୍ର ଭାରତରେ ତଥା ଭୁବନେଶ୍ୱରରେ ପହଞ୍ଚିବାକୁ ନେଇ ଆମେ ବହୁତ ଖୁସି ବୋଲି ସେ କହିଛନ୍ତି। ଭୁବନେଶ୍ୱରର ପିଚ୍‌ ଏବଂ ପରିସ୍ଥିତି ସହିତ ଆମେ ପରିଚିତ ା ତେଣୁ ବିଜୟୀ ହେବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି। ସ୍ପେନ୍‌ ଅକ୍ଟୋବର ୩୦ ଓ ନଭେମ୍ବର ୬ରେ ଭାରତ ବିପକ୍ଷର ଓ ଅକ୍ଟୋବର ୨୯ ଓ ନଭେମ୍ବର ୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ସମାନ ଭାବରେ ନ୍ୟୁଜିଲାଣ୍ଡ ମୁଖ୍ୟ କୋଚ୍‌ ଗ୍ରେଗ୍‌ ନିକୋଲ ମଧ୍ୟ ଭୁବନେଶ୍ୱରରେ ଖେଳିବାକୁ ନେଇ ଉତ୍ସାହିତ ଅଛନ୍ତି। ଭାରତରେ ୩ ମାସ ମଧ୍ୟରେ ବିଶ୍ୱକପ ଖେଳାଯିବ। ବିଶ୍ୱକପ ପ୍ରସ୍ତୁତି ପାଇଁ ପ୍ରୋ ଲିଗ୍‌ ମ୍ୟାଚ୍‌ ବେଶ ଜରୁରୀ ବୋଲି ନିକୋଲ କହିଛନ୍ତି।

Share