Posted inଖେଳ

ନକ୍‌ଆଉଟ୍‌ରେ ସ୍ପେନ୍‌, ଜାପାନ

ଡୁନେଡିନ୍‌/ଅକଲାଣ୍ଡ, ୨୭ା୭(ପି.ଟି.): ଫିଫା ମହିଳା ଫୁଟବଲ୍‌ ବିଶ୍ୱକପ୍‌ରେ ବୁଧବାର ସ୍ପେନ୍‌, ଜାପାନ ଓ କାନାଡା ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ପ୍ରଥମ ଦଳ ଭାବରେ ନକ୍‌ଆଉଟରେ ପ୍ରବେଶ କରିଛନ୍ତି ସ୍ପେନ୍‌ ଓ ଜାପାନ।
ନକ୍‌ଆଉଟରେ ସ୍ପେନ୍‌ ଓ ଜାପାନ: ଫିଫା ବିଶ୍ୱକପ୍‌ ୨୦୨୩ରେ ପ୍ରଥମ ଦୁଇ ଦଳ ଭାବରେ ନକ୍‌ଆଉଟରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି ସ୍ପେନ୍‌ ଓ ଜାପାନ। ଉଭୟ ଦଳ ଦୁଇଟି ଲେଖାଏ ମ୍ୟାଚ୍‌ ଖେଳିଥିବା ବେଳେ ଉଭୟ ମ୍ୟାଚ୍‌ ଜିତି ଆଗୁଆ ନକ୍‌ଆଉଟରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌ ସି’ରେ ସ୍ଥାନ ପାଇଥିବା ସ୍ପେନ୍‌ ପ୍ରଥମ ମ୍ୟାଚରେ କୋଷ୍ଟାରିକା ଓ ଦ୍ୱିତୀୟ ମ୍ୟାଚରେ ଜାମ୍ବିଆକୁ ହରାଇଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ଜାମ୍ବିଆ ଓ ଦ୍ୱିତୀୟ ମ୍ୟାଚରେ କୋଷ୍ଟାରିକାକୁ ହରାଇଛି।
ଦୁଇ ମିନିଟ୍‌ରେ ଦୁଇ ଗୋଲ୍‌: ବିଶ୍ୱ ମାନ୍ୟତାର ୬ ନମ୍ବର ସ୍ଥାନରେ ଥିବା ଜାପାନ ୨-୦ ଗୋଲରେ ୭୭ ନମ୍ବର ସ୍ଥାନରେ ଥିବା କୋଷ୍ଟାରିକାକୁ ପରାସ୍ତ କରିଛି। ଡୁନେଡିନ୍‌ରେ ଖେଳା ଯାଇଥିବା ମ୍ୟାଚରେ ଜାପାନ ଦୁଇ ମିନିଟ ମଧ୍ୟରେ ଦୁଇଟି ଗୋଲ ସ୍କୋର କରିଥିଲା। ମ୍ୟାଚର ପ୍ରଥମାର୍ଦ୍ଧରେ ଦଳ ପକ୍ଷରୁ ହିକାରୁ ନାଓମୋଟୋ ଓ ଆଓବା ଫୁଜିନୋ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ୨୫ତମ ମିନିଟରେ ନାଓମୋଟୋ କୋଷ୍ଟାରିକା ଗୋଲି ଡାନିଏଲା ସୋଲେରାଙ୍କୁ ପରାସ୍ତ କରିଥିଲେ। ଲେଫ୍ଟ ଓ୍ବିଙ୍ଗର ଫୁଜିନୋ ଏହାର ଦୁଇ ମିନିଟ ମଧ୍ୟରେ ଆଉ ଏକ ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। କୋଷ୍ଟାରିକା ପକ୍ଷରୁ ଗୋଲ ପରିଶୋଧର ପ୍ରୟାସ କରାଯାଇଥିଲେ ମଧ୍ୟ ଦଳ ସଫଳ ହୋଇ ନ ଥିଲା।
ଜେନିଫର,ଆଲବାଙ୍କ ଡବଲ୍‌ ଗୋଲ: ଜେନିଫର ହର୍ମେସୋ ଓ ଆଲବା ରେଡୋଣ୍ଡୋଙ୍କ ଡବଲ୍‌ ଗୋଲ୍‌ ବଳରେ ଜାମ୍ବିଆକୁ ୫-୦ରେ ପରାସ୍ତ କରିଛି ସ୍ପେନ୍‌। ସ୍ପେନ୍‌ର ସର୍ବକାଳୀନ ଶ୍ରେଷ୍ଠ ଗୋଲ ସ୍କୋରର ଜେନିଫର ୧୩ ଓ ୭୦ ତମ ମିନିଟରେ ଦୁଇଟି ଗୋଲ ଦେଇ ନିଜ ଶତକୀୟ ମ୍ୟାଚ୍‌କୁ ସ୍ମରଣୀୟ କରିଥିଲେ। ଅନ୍ୟପକ୍ଷରେ ବଦଳ ଖେଳାଳି ଭାବରେ ଆସିଥିବା ଆଲବା ୬୯ ଓ ୮୫ ମିନିଟରେ ଦୁଇଟି ଗୋଲ ଦେଇଥିଲେ। ମିଡ୍‌ଫିଲ୍ଡର ଟେରେସା ଆଲବେରିଆ ମ୍ୟାଚ୍‌ର ନବମ ମିନିଟରେ ସ୍ପେନ୍‌ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ।
ଆତ୍ମଘାତୀ ଗୋଲରେ ହାରିଲା ଆୟର୍ଲାଣ୍ଡ: ମେଗାନ୍‌ କନୋଲିଙ୍କ ଆତ୍ମଘାତୀ ଗୋଲରେ କାନାଡା ନିକଟରୁ ୨-୧ରେ ପରାଜିତ ହୋଇଛି ଆୟର୍ଲାଣ୍ଡ। ମ୍ୟାଚ୍‌ର ଚତୁର୍ଥ ମିନିଟରେ କେଟି ମ୍ୟାକ୍‌ବେ ଟୁର୍ନାମେଣ୍ଟର ଦ୍ରୁତତମ ଗୋଲ ରେକର୍ଡ କରିଥିଲେ। ତେବେ ୪୫+୫ ମିନିଟରେ ମେଗାନ୍‌ କନୋଲିଙ୍କ ଆତ୍ମଘାତୀ ଗୋଲ ବଳରେ ମ୍ୟାଚ୍‌ ସମାନ୍ତର ସ୍ଥିତିକୁ ଆସିଥିଲା। ପ୍ରଥମାର୍ଦ୍ଧ ୧-୧ରେ ଶେଷ ହେବା ପରେ ଦ୍ୱିତୀୟାର୍ଦ୍ଧର ୫୩ ମିନିଟରେ ଆଡ୍ରିଆନା ଲିଓନ୍‌ କାନାଡା ପକ୍ଷରୁ ବିଜୟ ସୂଚକ ଗୋଲ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

ଟେନ୍‌ସନ୍‌ରେ ଆମେରିକା: ଇରାନ ବିକଶିତ କରୁଛି ଏମିତି ଜିନିଷ

ଓ୍ବାଶିଂଟନ୍‌,୨୭।୩: ଯୁଦ୍ଧ ମଧ୍ୟରେ ଇରାନ ଏକ ଜ୍ୟାକେଟ ଯୁକ୍ତ ପରମାଣୁ ବୋମା ବିକଶିତ କରିପାରେ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଚିନ୍ତା ପ୍ରକାଶ କରିଛନ୍ତି। ଭାନ୍ସ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri