ଆଫଗାନିସ୍ତାନ ନାଗରିକଙ୍କୁ ରହିବା ପାଇଁ ଅନୁମତି ଦେଲା ସ୍ପେନ୍‌

ମାଦ୍ରିଦ୍‌,୧୧ା୮: ଆଫଗାନିସ୍ତାନରେ ତାଲିବାନ ସରକାର ଗତ ବର୍ଷ ଅଗଷ୍ଟ ୧୫ରେ କ୍ଷମତାକୁ ଆସିଥିଲେ। ଏହା ପରେ ଆମେରିକୀୟ ସେନା ସେଠାରୁ ଓହରି ଯାଇଥିଲେ। ହତ୍ୟାର ଆତଙ୍କ ଏବଂ ଦେଶରେ ବର୍ତ୍ତମାନର ସଙ୍କଟ ଯୋଗୁ ଲୋକମାନେ ସେଠାରୁ ଚାଲିଯିବାକୁ ବାଧ୍ୟ ହୋଇଛନ୍ତି।

ଆଫଗାନିସ୍ତାନ ଛାଡ଼ିଥିବା ନାଗରିକମାନେ ଅନେକ ଦେଶର ଡୋର୍‌ ନକ୍‌ କରିଛନ୍ତି ଅର୍ଥାତ୍‌ ମୁଣ୍ଡ ଗୁଞ୍ଜିବାକୁ ନିବେଦନ କରିଛନ୍ତି। କିଛି ଦେଶ ସେମାନଙ୍କ ପାଇଁ ଦ୍ୱାର ବନ୍ଦ କରିଥିବାବେଳେ କିଛି ଦେଶ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏହି ସହାୟକ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ସ୍ପେନ୍‌। ୨୯୪ରୁ ଅଧିକ ଆଫଗାନିସ୍ତାନ ନାଗରିକଙ୍କୁ ରହିବାକୁ ସ୍ପେନ ଅନୁମତି ଦେଇଛି।

ଏକ ରିପୋର୍ଟ ଅନୁଯାୟୀ, ସ୍ପେନ୍‌ର ବୈଦେଶିକ ମନ୍ତ୍ରୀ ଜୋସେ ମାନୁଏଲ ଆଲବର୍ସ ଆଫଗାନିସ୍ତାନକୁ ସ୍ବାଗତ ଜଣାଇଛନ୍ତି। ଏହି ଆଫଗାନିସ୍ତାନ ସାଧାରଣ ନାଗରିକମାନେ ସ୍ଥାନୀୟ ଶ୍ରମିକ ଯେଉଁମାନେ ସ୍ପେନର ସାମରିକ, ସରକାରୀ ଏବଂ ସହାୟତା ଗୋଷ୍ଠୀ ସହିତ କାର୍ଯ୍ୟ କରୁଥିଲେ। ଆମେରିକାର ସୈନ୍ୟମାନେ ଆଫଗାନିସ୍ତାନରୁ ଫେରିବା ମାତ୍ରେ ଅନେକ ଲୋକ ପାକିସ୍ତାନକୁ ପଳାଇଥିଲେ। ଯେଉଁ କିଛି ନାଗରିକ ରହିଯାଇଥିଲେ ସେମାନେ ମୁଣ୍ଡ ଗୁଞ୍ଜିବାକୁ ରାହା ଖୋଜୁଥିଲେ। ଯାହା ଏବେ ତାଙ୍କୁ ମିଳିଯାଇଛି।

Share